ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌: ସୁବର୍ଣ୍ଣପୁରକୁ ୨ ସ୍ବର୍ଣ୍ଣ, ୧ ରୋପ୍ୟ

ଅମରପାଲି,୧୩।୧୧(ପୀତାମ୍ବର ସାହୁ): ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌ ୨୦୨୫-୨୬ର ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲାକୁ ମିଳିଛି ସଫଳତା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ଜିଲାକୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ମିଳିଥିବା ସୂଚନା ମିଳିଛି।
ସୁବର୍ଣ୍ଣପୁର ଜିଲାରୁ ପ୍ରତିନିଧିତ୍ କରିଥିବା ସୁମତି ରାଜହଂସ ପ୍ରଥମ ଦିବସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ସେ ୧୪ ବର୍ଷରୁ କମ ବାଳିକା ବର୍ଗର ୬ ଶହ ମିଟର ଦୌଡରେ ଅଂଶଗ୍ରହଣ କରି ଫାଇନାଲ ରାଉଣ୍ଡରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି। ସେ ଏହି ସଫଳତାକୁ ୧ ମିନିଟ ୪୪ ସେକେଣ୍ଡରେ ହାସଲ କରିଛନ୍ତି। ସୁମତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଅଟନ୍ତି। ତାଙ୍କ ବାପା ମାନଭଞ୍ଜନ ରାଜହଂସ ଓ ମାଆ କେତେକୀ ରାଜହଂସ ଦିନ ମଜୁରିଆ ଅଟନ୍ତି। ତାଙ୍କର ଏହି ସଫଳତାରେ ସୁବର୍ଣ୍ଣପୁର ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ତାଙ୍କ ସ୍କୁଲର ସମସ୍ତ ଶିକ୍ଷକ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱରର ଖ୍ରୀଷ୍ଟିଆନ ହାଇସ୍କୁଲରେ ଚଳିତ ୧୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେଉଛି ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ। ଏଥିରେ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ସ୍କୁଲରୁ ସମୁଦାୟ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସେହିପରି ଜିଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେଶ ନନ୍ଦ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୧୭ ବର୍ଷରୁ କମ ବାଳକ ବର୍ଗର ୩ ହଜାର ମିଟର ଦୌଡ଼ରେ ଅଂଶ ଗ୍ରହଣ କରି ଫାଇନାଲ ରାଉଣ୍ଡରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି। ଏହା ସହିତ ଜିଲାର ତରଭା ବ୍ଲକ ରୁ ପ୍ରତିନିଧିତ୍ କରିଥିବା ଝାରତରଭା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରୀତମ ନାଗ ୧୪ ବର୍ଷରୁ କମ ବାଳକ ବର୍ଗର ୬ ଶହ ମିଟର ଦୌଡ ରେ ଅଂଶ ଗ୍ରହଣ କରି ଦିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲାକୁ ତିନୋଟି ପଦକ ମିଳିଥିବାରୁ ଆଗକୁ ଆହୁରି ପଦକ ମିଳିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?