Posted inଖେଳ

୪ରୁ ଆରମ୍ଭ, ଭାଗନେବେ ୧୯ ଦଳ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତିକୃଷ୍ଣ ମେମୋରିଆଲ ଭୁବନେଶ୍ୱର ‘ବି’ ଡିଭିଜନ ଫୁଟବଲ ଲିଗ୍‌ ଚଳିତ ମାସ ୪ ତାରିଖରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ୟୁନିଟ-୧ ହାଇସ୍କୁଲ ସଂଲଗ୍ନ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଏଥର ୧୯ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ୪ ଗ୍ରୁପ୍‌ରେ ବିଭକ୍ତ କରାଯାଇ ଲିଗ୍‌ ଭିତ୍ତିରେ ମ୍ୟାଚ ଖେଳାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ ବୋଲି ଆୟୋଜକ ସଂଘ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ପ୍ରକାଶ କରିଛନ୍ତି। ‘ବି’ ଡିଭିଜନ ପ୍ରତିଯୋଗିତା ସରିବା ପରେ ଗତିକୃଷ୍ଣ ମେମୋରିଆଲ ‘ଏ’ ଡିଭିଜନ ଫୁଟବଲ ଲିଗ୍‌ ଆରମ୍ଭ ହେବ। ତା’ ପରେ ଭୁବନେଶ୍ୱର ଆନ୍ତଃସ୍କୁଲ ବାଳକ ଫୁଟବଲ ପ୍ରତିଯୋଗିତା ଏବଂ ସ୍କୁଲ ଲିଗ୍‌ ପରେ ଭୁବନେଶ୍ୱର ଆନ୍ତଃକ୍ଲବ ମହିଳା ଫୁଟବଲ ଲିଗ୍‌ ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଫୁଟବଲ ସମ୍ପାଦକ ଦିଲୀପ କୁମାର ଦାସ ପ୍ରକାଶ କରିଛନ୍ତି। ‘ବି’ ଡିଭିଜନ ଫୁଟବଲ ଲିଗ୍‌ରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକ ହେଲେ କଳିଙ୍ଗ ୟୁଥ୍‌, ମୁକ୍ତେଶ୍ୱର ୟୁନାଇଟେଡ, ବୀର ବିର୍ସା କ୍ଲବ, ମା’ ମଙ୍ଗଳା କ୍ଲବ, ଚନ୍ଦ୍ରଶେଖରପୁର କ୍ରୀଡ଼ା ସଂଘ, ହସିନା କ୍ଲବ, ୟୁନାଇଟେଡ ୟୁଥ୍‌ କ୍ଲବ, କଳିଙ୍ଗ ସ୍ପୋର୍ଟିଂ, ମଦର୍ସ ଫୁଟବଲ କ୍ଲବ, ଆର୍ଡୋର ଏକାଡେମୀ ସିନିୟର ଓ ଜୁନିୟର, ଲୟଲା ଓଡ଼ିଆ ସ୍କୁଲ, ଲିଙ୍ଗରାଜ କ୍ଲବ, ଏସ୍‌ଜିଓ ନୂଆପଲ୍ଲୀ, ଏମ୍‌ଏସ୍‌ ଇଲେଭେନ, ଝାରପଡ଼ା କ୍ଲବ, ଗ୍ଲୋବାଲ କ୍ଲବ, ନିଲ୍‌କମଲ କ୍ଲବ ଏବଂ କିଟ୍‌ ଫୁଟବଲ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri