Posted inଖେଳ

ସନ୍ନ୍ୟାସ ନେଇ ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆନୁଷ୍ଠାନିକ ଭାବେ ବୃତ୍ତିଗତ ଟେନିସରୁ ବିଦାୟ ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହା ଘୋଷଣା କରିଛନ୍ତି।

ସାନିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଅଷ୍ଟ୍ରେଲୀୟ ଓପନ ପରେ ପୁଅ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛି। ୩୦ ବର୍ଷ ପୂର୍ବେ ହାଇଦ୍ରାବାଦର ଜଣେ ୬ ବର୍ଷର ବାଳିକା ପ୍ରଥମ ଥର ପାଇଁ ଟେନିସ୍‌ କୋର୍ଟକୁ ଯାଇଥିଲା। ତା ମା’ଙ୍କ ସହ ଯାଇଥିଲା। ସେଠାରେ କୋଚ୍‌ ଟେନିସ ଖେଳିବା ବିଷୟରେ ତାଙ୍କୁ ବୁଝାଇଥିଲେ। ଟେନିସ ଖେଳିବାକୁ ବହୁତ ଛୋଟ ବୋଲି ଭାବିଥିଲି। ହେଲେ ମୋର ସ୍ବପ୍ନର ଯୁଦ୍ଧ ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।

ସାନିଆ ୩ ଥର ଡବଲ୍ସରେ ଚାମ୍ପିଅନ ହୋଇଛନ୍ତି। ଏହି ଭାରତୀୟ ଭେଟେରାନ ମହିଳା ଡବଲ୍‌ରେ ୨୦୧୬ରେ ଅଷ୍ଟ୍ରେଲିୟ ଓପନ ଟାଇଟଲ ଜିତିଥିଲେ। ଏହା ବ୍ୟତୀତ ସାନିଆ ମହିଳା ଡବଲ୍ସରେ ୨୦୧୫ରେ ୱିମ୍ବଲଡନ ଏବଂ ୟୁଏସ୍‌ ଓପନ ଟାଇଟଲ ଜିତିଥିଲେ। ଯଦିଓ ସାନିଆ ତାଙ୍କ ଟେନିସ କ୍ୟାରିୟରରେ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସରେ କୌଣସି ଟାଇଟଲ ଜିତି ପାର ନାହାନ୍ତି, କିନ୍ତୁ ସିଙ୍ଗଲ୍ସ ବ୍ୟତୀତ ସେ ଡବଲ୍ସ ଏବଂ ମିକ୍ସ ଡବଲ୍ସରେ ଅଷ୍ଟ୍ରେଲିୟ ଓପନ, ଫ୍ରେଞ୍ଚ ଓପନ ଏବଂ ୟୁଏସ୍‌ ଓପନ ଟାଇଟଲ ଜିତିଛନ୍ତି।

୨୦୦୯ ମସିହାରେ ସାନିଆ ଅଷ୍ଟ୍ରେଲିୟ ଓପନର ମିଶ୍ରିତ ଡବଲ୍ସ ଜିତିଥିଲେ। ଏହା ପରେ ୨୦୧୨ ମସିହାରେ ସେ ଫ୍ରେଞ୍ଚ ଓପନର ମିକ୍ସ ଡବଲ ଜିତିଥିଲେ। ୨୦୧୪ ମସିହାରେ, ସେ ୟୁଏସ୍‌ ଓପନ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। କିଛିଦିନ ପୂର୍ବେ ସେ ସ୍ପଷ୍ଟ କରିଥିଲେ ଯେ ଅଷ୍ଟ୍ରେଲିଆ ଓପନ ୨୦୨୩ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ହେବ। ଏଥିସହ ଅଷ୍ଟ୍ରେଲୀୟ ଓପନ ପରେ ସେ ଦୁବାଇରେ ଆୟୋଜିତ ହେବାକୁ ଥିବା ଟେନିସ ଚାମ୍ପିଅନଶିପରେ ଅଂଶଗ୍ରହଣ କରିବେ। ଏହା ତାଙ୍କର ଶେଷ ଟେନିସ ଟୁର୍ନାମେଣ୍ଟ ହେବ। ଏହା ପରେ ସେ ଟେନିସରୁ ସନ୍ନ୍ୟାସ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri