୨୦୨୨ରେ ଗୋଟିଏ ଫିଲ୍ମରେ ହେବ ୩ ଷ୍ଟାର କିଡଙ୍କ ଡେବ୍ୟୁ

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ଚଳଚ୍ଚିତ୍ର ଜଗତ ପାଇଁ ଏତେଟା ଭଲ ନ ଥିଲା । ବର୍ଷର ଶେଷ ବେଳକୁ ସିନେମା ହଲ୍ ଗୁଡିକ ଖୋଲିବା ଆରମ୍ଭ ହୋଇଥିବା ବେଳେ ପୁଣିଥରେ ଏହା ବନ୍ଦ ହେବା ଏଣ୍ଟରଟେନମେଣ୍ଟ ଦୁନିଆ ପାଇଁ ଆହୁରି କ୍ଷତି ବୋଲି କୁହାଯାଉଛି । କରୋନା ମହାମାରୀ ଯୋଗୁ ପୁଣିଥରେ ବନ୍ଦ ହେଲାଣି ସିନେମା ହଲ୍ । ତେବେ ୨୦୨୧ରେ କେତେଜଣ ଷ୍ଟାର କିଡ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଚଳିତ ବର୍ଷ ବି କେତେଜଣ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି ।
ସୁହାନା ଖାଁ: ଗଣ ମାଧ୍ୟମର ସୂଚନା ଅନୁଯାୟୀ, ବଲିଉଡ ବାଦଶ।।ହା ଶାହାରୁଖ ଖାଁଙ୍କ ଲାଡଲି ସୁହାନା ଖାଁ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁହାନା ପପୁଲାର ଆମେରିକାନ କମିକ୍ସ ସିରିଜ ଦ ଆର୍ଚିସର ନେଟଫ୍ଲିକ୍ସ ଭର୍ସନରେ ଡେବ୍ୟୁ କରିବେ ।

ଆର୍ଚିସ ଏକ ମଲ୍ଟି ଷ୍ଟାରର ସିରିଜ ହେବ । ଯେଉଁଥିରେ ବଲିଉଡର କେତେଜଣ ଷ୍ଟାର କିଡ୍ ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିବେ । ଅନ୍ୟ ଜଣେ ହେଉଛନ୍ତି ବୋନି କପୁର ଓ ଶ୍ରୀଦେବୀଙ୍କ ଲାଡଲି ଖୁସି କପୁର । ‘ଦ ଆର୍ଚିସ’ରେ ଅଗସ୍ତ୍ୟ ନନ୍ଦା ବି ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି । ଯଦି ଏହି ସିରିଜରେ ୩ ନାମୀ ଚେହେରା ଆସିବେ ତେବେ ବଲିଉଡରେ ୩ ଖାନଦାନର ଷ୍ଟାର ଏକାଠି ଧୁମ୍ ମଚାଇବେ ।

ଶନାୟା କପୁର: ଶୁଣିବାକୁ ମିଳିଛି କି ଧର୍ମା ପ୍ରଡକସନ ବ୍ୟାନରରେ ନିର୍ମିତ ଫିଲ୍ମରେ ସଞ୍ଜୟ କପୁରଙ୍କ ଲାଡଲି ଶନାୟା କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ ଅଫିସିୟାଲି ଏହା ଘୋଷଣା କରାଯାଇ ନାହିଁ ହେଲେ ସୂଚନା ମିଳିଛି କି ଶନାୟା ଜୁଲାଇ ୨୦୨୧ରେ ଏହାର ଶୁଟିଂ ଆରମ୍ଭ କରି ସାରିଛନ୍ତି ।


ପଲକ ତିୱାରି: ଟେଲିଭିଜନ ଦୁନିଆର ଏକ ପରିଚିତ ଚେହେରା ଶ୍ୱେତା ତିୱାରି । ଏଥର ତାଙ୍କ ଝିଅ ପଲକ ତିୱାରୀ ବି ଚଳିତ ବର୍ଷ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ରିଲିଜ ହୋଇଥିବା ପଲକଙ୍କର ମ୍ୟୁଜିକ ଆଲବମ ବିଜଲିକୁ ନେଇ ସେ ଥିଲେ ଚର୍ଚ୍ଚାରେ । ଏଥର ପଲକ ବଲିଉଡ ଅଭିନେତା ବିବେକ ଓବରୟଙ୍କ ସହ ‘ରୋଜି:ଦ ସୌଫରନ ଚାପ୍ଟର’ରେ ଡେବ୍ୟୁ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri