୨୦୨୨ରେ ଗୋଟିଏ ଫିଲ୍ମରେ ହେବ ୩ ଷ୍ଟାର କିଡଙ୍କ ଡେବ୍ୟୁ

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ଚଳଚ୍ଚିତ୍ର ଜଗତ ପାଇଁ ଏତେଟା ଭଲ ନ ଥିଲା । ବର୍ଷର ଶେଷ ବେଳକୁ ସିନେମା ହଲ୍ ଗୁଡିକ ଖୋଲିବା ଆରମ୍ଭ ହୋଇଥିବା ବେଳେ ପୁଣିଥରେ ଏହା ବନ୍ଦ ହେବା ଏଣ୍ଟରଟେନମେଣ୍ଟ ଦୁନିଆ ପାଇଁ ଆହୁରି କ୍ଷତି ବୋଲି କୁହାଯାଉଛି । କରୋନା ମହାମାରୀ ଯୋଗୁ ପୁଣିଥରେ ବନ୍ଦ ହେଲାଣି ସିନେମା ହଲ୍ । ତେବେ ୨୦୨୧ରେ କେତେଜଣ ଷ୍ଟାର କିଡ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଚଳିତ ବର୍ଷ ବି କେତେଜଣ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି ।
ସୁହାନା ଖାଁ: ଗଣ ମାଧ୍ୟମର ସୂଚନା ଅନୁଯାୟୀ, ବଲିଉଡ ବାଦଶ।।ହା ଶାହାରୁଖ ଖାଁଙ୍କ ଲାଡଲି ସୁହାନା ଖାଁ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁହାନା ପପୁଲାର ଆମେରିକାନ କମିକ୍ସ ସିରିଜ ଦ ଆର୍ଚିସର ନେଟଫ୍ଲିକ୍ସ ଭର୍ସନରେ ଡେବ୍ୟୁ କରିବେ ।

ଆର୍ଚିସ ଏକ ମଲ୍ଟି ଷ୍ଟାରର ସିରିଜ ହେବ । ଯେଉଁଥିରେ ବଲିଉଡର କେତେଜଣ ଷ୍ଟାର କିଡ୍ ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିବେ । ଅନ୍ୟ ଜଣେ ହେଉଛନ୍ତି ବୋନି କପୁର ଓ ଶ୍ରୀଦେବୀଙ୍କ ଲାଡଲି ଖୁସି କପୁର । ‘ଦ ଆର୍ଚିସ’ରେ ଅଗସ୍ତ୍ୟ ନନ୍ଦା ବି ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି । ଯଦି ଏହି ସିରିଜରେ ୩ ନାମୀ ଚେହେରା ଆସିବେ ତେବେ ବଲିଉଡରେ ୩ ଖାନଦାନର ଷ୍ଟାର ଏକାଠି ଧୁମ୍ ମଚାଇବେ ।

ଶନାୟା କପୁର: ଶୁଣିବାକୁ ମିଳିଛି କି ଧର୍ମା ପ୍ରଡକସନ ବ୍ୟାନରରେ ନିର୍ମିତ ଫିଲ୍ମରେ ସଞ୍ଜୟ କପୁରଙ୍କ ଲାଡଲି ଶନାୟା କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ ଅଫିସିୟାଲି ଏହା ଘୋଷଣା କରାଯାଇ ନାହିଁ ହେଲେ ସୂଚନା ମିଳିଛି କି ଶନାୟା ଜୁଲାଇ ୨୦୨୧ରେ ଏହାର ଶୁଟିଂ ଆରମ୍ଭ କରି ସାରିଛନ୍ତି ।


ପଲକ ତିୱାରି: ଟେଲିଭିଜନ ଦୁନିଆର ଏକ ପରିଚିତ ଚେହେରା ଶ୍ୱେତା ତିୱାରି । ଏଥର ତାଙ୍କ ଝିଅ ପଲକ ତିୱାରୀ ବି ଚଳିତ ବର୍ଷ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ରିଲିଜ ହୋଇଥିବା ପଲକଙ୍କର ମ୍ୟୁଜିକ ଆଲବମ ବିଜଲିକୁ ନେଇ ସେ ଥିଲେ ଚର୍ଚ୍ଚାରେ । ଏଥର ପଲକ ବଲିଉଡ ଅଭିନେତା ବିବେକ ଓବରୟଙ୍କ ସହ ‘ରୋଜି:ଦ ସୌଫରନ ଚାପ୍ଟର’ରେ ଡେବ୍ୟୁ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri