ବଜେଟ୍‌ରେ ପେନସନ୍‌ଭୋଗୀଙ୍କ ପାଇଁ ଖୁସି ଖବର, ମିଳିବ ୨୫ ହଜାର ଛାଡ଼

ନୂଆଦିଲ୍ଲୀ, ୨୩।୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଆୟକର ଭରିବା ବେଳେ ପେନ୍‌ସନ୍‌ଭୋଗୀଙ୍କୁ ମିଳୁଥିବା ୧୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ସରକାର ବଢ଼ାଇ ଦେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରୁ ସେମାନଙ୍କୁ ୨୫ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ । ଏଥିରେ କୋଟି କୋଟି ପେନସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ବଜେଟ ସମୟରେ ଅର୍ଥମନ୍ତ୍ରୀ ଆୟକର ସ୍ଲାବ୍‌ରେଟ୍‌ରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଥିବା ୩ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ଛାଡ଼ ଅପରିବର୍ତ୍ତିତ ରହିଛି । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ । ତେବେ ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ…
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ହେଉଛି ଛାଡ଼

୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୫%

୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୦%

୧୦ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୧୫%

୧୨ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟ୍ୟାକ୍ସ ହାର ୨୦%

୧୫ ଲକ୍ଷରୁ ଅଧିକ ଆୟ ଉପରେ ଟ୍ୟାକ୍ସ ହାର ୩୦% ରହିଛି ।
ଏହା ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷରୁ ଲାଗୁ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍‌ ପାଲଟିଛି ପୋଲ

ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ...

ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ

ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର...

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

ବୋମା ଆକ୍ରମଣକାରୀଙ୍କ ଦ୍ୱିତୀୟ କାର୍ ଖୋଜୁଛି ପୋଲିସ୍, ଲାଲ୍ ରଙ୍ଗର ଏହି କାର୍‌ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି...

ବିବାହ ମଞ୍ଚରେ ବରକୁ ଛୁରାମାଡ଼: ଆକ୍ରମଣକାରୀଙ୍କୁ ୨ କିମି ପର୍ଯ୍ୟନ୍ତ ଗୋଡ଼ାଇଲା ଡ୍ରୋନ୍ କ୍ୟାମେରା

ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ଅମରାବତୀରେ ଏକ ବିବାହ ଉତ୍ସବ ସମୟରେ ବରକୁ ମଞ୍ଚ ଉପରେ ଛୁରାମାଡ଼ କରାଯିବା ପରେ ପରିବେଶ ଏକ ଅପରାଧ ସ୍ଥଳରେ ପରିଣତ ହୋଇଛି।...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି...

ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ...

ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୨: ଭୁଟାନରୁ ଦୁଇ ଦିନିଆ ବିଦେଶ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ (LNJP) ଡାକ୍ତରଖାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri