Posted inଜାତୀୟ

ଇଦଗାହ ପଡ଼ିଆରେ ଗଣେଶ ପୂଜା ନେଇ ଉତ୍ତେଜନା, ସୁରକ୍ଷା ଦାୟିତ୍ୱରେ ୧୬୦୦ ପୋଲିସ, ସୁପ୍ରିମ୍‌କୋର୍ଟରେ ମାମଲା …

ବେଙ୍ଗାଲୁରୁ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତି ନେଇ ଏକ ବଡ଼ ବିବାଦ ଉପୁଜିଛି। ସର୍ବଶେଷ ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ଏହି ସମୟରେ ରାଜ୍ୟର ୱାକଫ ବୋର୍ଡ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି । ବରିଷ୍ଠ ଓକିଲ କପିଲ ସିବଲ ଜରୁରୀ ଶୁଣାଣି ପାଇଁ ଏହି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନାବଶ୍ୟକ ଉତ୍ତେଜନା ସୃଷ୍ଟି କରିଛି। କର୍ନାଟକ ହାଇକୋର୍ଟର ଡିଭିଜନ ବେଞ୍ଚ ରାଜ୍ୟ ସରକାରଙ୍କୁ ଚାମରାଜପେଟରେ ଥିବା ଇଦଗାହ ପଡ଼ିଆର ବ୍ୟବହାର ପାଇଁ ଆବେଦନ ଉପରେ ବିଚାର କରିବାକୁ ଅନୁମତି ଦେଇଛି।

ଇଦଗାହ ପଡ଼ିଆରେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପଶ୍ଚିମ ଡିଭିଜନ ଡିସିପି ଲକ୍ଷ୍ମଣ ବି.ନିମ୍ବାର୍ଗି ଗତ ୧୫ ଦିନ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ଆମେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରୁଛୁ। ଏନେଇ ଆମେ ସମସ୍ତ ସମ୍ପ୍ରଦାୟର ନେତାଙ୍କ ସହ ଶାନ୍ତି ସଭା କରିଛୁ। ଆମେ ଚାମରାଜପେଟରେ ପ୍ରାୟ ୧୬୦୦ ପୋଲିସଙ୍କୁ ନିୟୋଜିତ କରିଛୁ। ଏହା ବ୍ୟତୀତ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଲାଗି ୩ ଜଣ ଡିସିପି, ୨୧ ଏସିପି, ପ୍ରାୟ ୪୯ ଇନ୍ସପେକ୍ଟର, ୧୩୦ ପିଏସଆଥ ଏବଂ ରାପିଡ ଆକ୍ସନ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛନ୍ତି।

ନିର୍ବାଚିତ ପ୍ରତିନିଧୀ ଏବଂ ଅଧିକାରୀଙ୍କ ସହ ବୈଠକ ପରେ ହବଲି-ଧରୱାଡ ମେୟର ଏରେଶ ନ୍ଚେନ୍ତଗେରି ସୋମବାର ବିଳମ୍ବିତ ରାତିରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନାଗରିକ ସଂସ୍ଥା ଦ୍ୱାରା ଗଠିତ ଗୃହ କମିଟିର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ନଗରପାଳ କହିଛନ୍ତି ଯେ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ଗୃହ କମିଟି ଗଣେଶ ଉତ୍ସବକୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି।

ଏହି ପର୍ବକୁ ଅନୁମତି ଦେବା ସପକ୍ଷରେ ୨୮ ଟି ସ୍ମାରକପତ୍ର ଏବଂ ଏହା ବିରୁଦ୍ଧରେ ୧୧ ଟି ସ୍ମାରକପତ୍ର ଗ୍ରହଣ କରାଯାଇଥିଲା। ସେ କହିଛନ୍ତି ଯେ କମିଟିର ରିପୋର୍ଟ ଏବଂ ବିସ୍ତୃତ ଆଲୋଚନା ପରେ ଗଣେଶ ଉତ୍ସବକୁ ତିନି ଦିନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ମେୟର କହିଛନ୍ତି ଯେ ଗଣେଶ ମୂର୍ତ୍ତି ସ୍ଥାପନ ପାଇଁ ୬ଟି ସଂସ୍ଥା ଅନୁମତି ମାଗିଥିଲେ, ସେଥିମଧ୍ୟରୁ ଗୋଟିଏକୁ ଚୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri