Posted inଜାତୀୟ

ଦୂର ହେଉନି ଅଚଳାବସ୍ଥା

ନୂଆଦିଲ୍ଲୀ, ୨୨।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୨୬ ଦିନରେ ପହଞ୍ଚତ୍ଥିବାବେଳେ ସମାଧାନର ବାଟ ବାହାରିପାରୁନାହିଁ। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରବଳ ଶୀତ କାକରରେ ପଡ଼ି ରହିଛନ୍ତି। ଇତିମଧ୍ୟରେ ଆନ୍ଦୋଳନରତ ୨୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଲାଣି। କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ପୁଣି ଥରେ ଆଲୋଚନା ପାଇଁ ସରକାର ପ୍ରସ୍ତାବ ଦେଇଥିବାବେଳେ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଚାଷୀ ନେତା କହିଛନ୍ତି। ଆଲୋଚନା ପାଇଁ ଆମନ୍ତ୍ରଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି, ସରକାରଙ୍କ ପତ୍ରରେ କୌଣସି ନୂତନତ୍ୱ ନାହିଁ। ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସ୍ଥାୟୀ ସମାଧାନ ହେବା ଆବଶ୍ୟକ। କିନ୍ତୁ ସରକାର କୃଷି ଆଇନରେ ସଂଶୋଧନ ପାଇଁ ପୂର୍ବରୁ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଛନ୍ତି। ପୂର୍ବରୁ ଚାଷୀ ସଂଗଠନ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥର ସରକାରଙ୍କ ପତ୍ରର କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେଉଥିବା ଟିକାୟତ କହିଛନ୍ତି।
କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରଓ୍ବାଲ ୪୦ଟି ଚାଷୀ ସଂଗଠନକୁ ପତ୍ର ଲେଖି ଆଲୋଚନାକୁ ଆମନ୍ତ୍ରଣ କରିଥିଲେ। ଆଲୋଚନା ତାରିଖ ସ୍ଥିର କରିବାକୁ କୃଷକ ସଂଗଠନଗୁଡ଼ିକୁ କୁହାଯାଇଛି। ନୂଆ ଆଇନରେ ସଂଶୋଧନ ପାଇଁ ପୂର୍ବରୁ ସରକାର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚାଷୀମାନେ କ’ଣ ଚିନ୍ତା କରୁଛନ୍ତି ଜଣାଇବା ପାଇଁ ମଧ୍ୟ ସରକାର ପରାମର୍ଶ ଦେଇଥିଲେ। କୃଷକମାନଙ୍କ ସମସ୍ତ ଉଦ୍‌ବେଗ ଦୂର କରିବା ଲାଗି ଉପଯୁକ୍ତ ସମାଧାନ ବାଟ ବାହାର କରିବା ଦିଗରେ ସରକାର ସବୁ ଉଦ୍ୟମ ଚଳାଇଥିବା ଅଗ୍ରଓ୍ବାଲ ଲେଖିଛନ୍ତି। ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ ରହିବାରୁ ପୂର୍ବରୁ ୫ ଥର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ୯ ତାରିଖରେ ସରକାର ଆଇନର କେତେକ ଧାରାରେ ସଂଶୋଧନ ପାଇଁ ଚାଷୀଙ୍କ ପାଖକୁ ଚିଠା ପ୍ରସ୍ତାବ ପଠାଇଥିଲେ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପୂର୍ବ ଭଳି ଜାରି ରହିବା ନେଇ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି କହିଥିଲେ। ତେବେ ଚାଷୀ ସଂଗଠନ ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସରକାରଙ୍କ ଉପରେ ଚାପ ପକାଇବା ପାଇଁ କୃଷକ ସଂଗଠନ ପକ୍ଷରୁ ସୋମବାର ଆନ୍ଦୋଳନ ସ୍ଥଳରେ ରିଲେ ଅନଶନ କରାଯାଇଥିଲା। ପ୍ରଥମ ବ୍ୟାଚ୍‌ରେ ୧୧ ଜଣ ଚାଷୀ ଅନଶନରେ ବସିଥିଲେ।

ଆଇନ ବିରୋଧରେ ସଂକଳ୍ପ ଆଣିବ କେରଳ

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଉପରେ ଆଲୋଚନା ସହ ଏହା ବିରୋଧରେ ସଂକଳ୍ପନାମା ଗୃହୀତ କରାଇବା ପାଇଁ କେରଳ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବୁଧବାର ଡକାଯାଇଛି। ଉକ୍ତ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ୨୬ ଦିନ ହେଲା ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ କେରଳ କ୍ୟାବିନେଟ ବୈଠକ ବସି ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ନିଷ୍ପତ୍ତି ନିଆଯାଇଥିଲା। କୃଷକଙ୍କ ଆନ୍ଦୋଳନକୁ କେରଳ ପୂର୍ଣ୍ଣ ସମର୍ଥନ ଜଣାଉଛି ଏବଂ ସ୍ବତନ୍ତ୍ର ଅଧିବେଶନରେ ବିବାଦୀୟ ଆଇନ ଉପରେ ଆଲୋଚନା ହେବା ସହ ଏହାକୁ ବାତିଲ କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଥୋମାସ ଇସାକ୍‌ ଟୁଇଟ୍‌ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର...

ଭାଜପାର ପ୍ରଚଣ୍ଡ ବିଜୟ ପରେ ମୋଦି କହିଲେ…

ନୂଆଦିଲ୍ଲୀ,୨୬।୬: ରାମପୁର ଏବଂ ଆଜମଗଡ ଲୋକ ସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏକ ବଡ଼ ଓଲଟପାଲଟ ହୋଇଛି। ଭାଜପା ଏହି ଦୁଇଟି ଆସନକୁ ସମାଜବାଦୀ ପାର୍ଟିଠାରୁ...

ନିର୍ବାଚନୀ ବଣ୍ଡ ଉପରେ ଲାଗିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୩: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ନିର୍ବାଚନୀ ବଣ୍ଡ ବିକ୍ରୟ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା...

ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।...

ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ

ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି...

କବରସ୍ତାନରୁ ଉଦ୍ଧାର ହେଲା ଚୋରି ହୋଇଥିବା ୨୨ ଜୈନ ମୂର୍ତ୍ତି

ଭୋପାଳ,୨୪।୬: ମଧ୍ୟପ୍ରଦେଶ ଭିଣ୍ଡ ଜିଲାର ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଚୋରି ରବିବାର ହୋଇଥିବା ମୂର୍ତ୍ତି ସୋମବାର ସକାଳେ ସ୍ଥାନୀୟ କବରସ୍ତାନରୁ ଉଦ୍ଧାର ହୋଇଛି। ମନ୍ଦିରରେ...

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ

ନୂଆଦିଲ୍ଲୀ,୫।୧: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ରାଜସ୍ଥାନର ଉଦୟପୁରରେ ଓମିକ୍ରନ ଷ୍ଟ୍ରେନ କାରଣରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ...

ସମଲିଙ୍ଗୀ ବିବାହକୁ ମାନ୍ୟତା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବାକୁ ଏକ ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ...

Advertisement
Archives

Model This Week