Posted inଜାତୀୟ

ଦୂର ହେଉନି ଅଚଳାବସ୍ଥା

ନୂଆଦିଲ୍ଲୀ, ୨୨।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୨୬ ଦିନରେ ପହଞ୍ଚତ୍ଥିବାବେଳେ ସମାଧାନର ବାଟ ବାହାରିପାରୁନାହିଁ। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରବଳ ଶୀତ କାକରରେ ପଡ଼ି ରହିଛନ୍ତି। ଇତିମଧ୍ୟରେ ଆନ୍ଦୋଳନରତ ୨୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଲାଣି। କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ପୁଣି ଥରେ ଆଲୋଚନା ପାଇଁ ସରକାର ପ୍ରସ୍ତାବ ଦେଇଥିବାବେଳେ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଚାଷୀ ନେତା କହିଛନ୍ତି। ଆଲୋଚନା ପାଇଁ ଆମନ୍ତ୍ରଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି, ସରକାରଙ୍କ ପତ୍ରରେ କୌଣସି ନୂତନତ୍ୱ ନାହିଁ। ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସ୍ଥାୟୀ ସମାଧାନ ହେବା ଆବଶ୍ୟକ। କିନ୍ତୁ ସରକାର କୃଷି ଆଇନରେ ସଂଶୋଧନ ପାଇଁ ପୂର୍ବରୁ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଛନ୍ତି। ପୂର୍ବରୁ ଚାଷୀ ସଂଗଠନ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥର ସରକାରଙ୍କ ପତ୍ରର କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେଉଥିବା ଟିକାୟତ କହିଛନ୍ତି।
କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରଓ୍ବାଲ ୪୦ଟି ଚାଷୀ ସଂଗଠନକୁ ପତ୍ର ଲେଖି ଆଲୋଚନାକୁ ଆମନ୍ତ୍ରଣ କରିଥିଲେ। ଆଲୋଚନା ତାରିଖ ସ୍ଥିର କରିବାକୁ କୃଷକ ସଂଗଠନଗୁଡ଼ିକୁ କୁହାଯାଇଛି। ନୂଆ ଆଇନରେ ସଂଶୋଧନ ପାଇଁ ପୂର୍ବରୁ ସରକାର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚାଷୀମାନେ କ’ଣ ଚିନ୍ତା କରୁଛନ୍ତି ଜଣାଇବା ପାଇଁ ମଧ୍ୟ ସରକାର ପରାମର୍ଶ ଦେଇଥିଲେ। କୃଷକମାନଙ୍କ ସମସ୍ତ ଉଦ୍‌ବେଗ ଦୂର କରିବା ଲାଗି ଉପଯୁକ୍ତ ସମାଧାନ ବାଟ ବାହାର କରିବା ଦିଗରେ ସରକାର ସବୁ ଉଦ୍ୟମ ଚଳାଇଥିବା ଅଗ୍ରଓ୍ବାଲ ଲେଖିଛନ୍ତି। ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଅଟଳ ରହିବାରୁ ପୂର୍ବରୁ ୫ ଥର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଛି। ୯ ତାରିଖରେ ସରକାର ଆଇନର କେତେକ ଧାରାରେ ସଂଶୋଧନ ପାଇଁ ଚାଷୀଙ୍କ ପାଖକୁ ଚିଠା ପ୍ରସ୍ତାବ ପଠାଇଥିଲେ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପୂର୍ବ ଭଳି ଜାରି ରହିବା ନେଇ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି କହିଥିଲେ। ତେବେ ଚାଷୀ ସଂଗଠନ ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସରକାରଙ୍କ ଉପରେ ଚାପ ପକାଇବା ପାଇଁ କୃଷକ ସଂଗଠନ ପକ୍ଷରୁ ସୋମବାର ଆନ୍ଦୋଳନ ସ୍ଥଳରେ ରିଲେ ଅନଶନ କରାଯାଇଥିଲା। ପ୍ରଥମ ବ୍ୟାଚ୍‌ରେ ୧୧ ଜଣ ଚାଷୀ ଅନଶନରେ ବସିଥିଲେ।

ଆଇନ ବିରୋଧରେ ସଂକଳ୍ପ ଆଣିବ କେରଳ

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଉପରେ ଆଲୋଚନା ସହ ଏହା ବିରୋଧରେ ସଂକଳ୍ପନାମା ଗୃହୀତ କରାଇବା ପାଇଁ କେରଳ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବୁଧବାର ଡକାଯାଇଛି। ଉକ୍ତ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ୨୬ ଦିନ ହେଲା ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ କେରଳ କ୍ୟାବିନେଟ ବୈଠକ ବସି ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ନିଷ୍ପତ୍ତି ନିଆଯାଇଥିଲା। କୃଷକଙ୍କ ଆନ୍ଦୋଳନକୁ କେରଳ ପୂର୍ଣ୍ଣ ସମର୍ଥନ ଜଣାଉଛି ଏବଂ ସ୍ବତନ୍ତ୍ର ଅଧିବେଶନରେ ବିବାଦୀୟ ଆଇନ ଉପରେ ଆଲୋଚନା ହେବା ସହ ଏହାକୁ ବାତିଲ କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଥୋମାସ ଇସାକ୍‌ ଟୁଇଟ୍‌ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?