ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ

ଗୋପ,୨୨।୧୨(ଡି.ଏନ୍‌.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ ଜ୍ବାଇଁ ଝିଅଙ୍କ ଲାଗି ୯ ପ୍ରକାର ଛଅ ଭଜା ହୋଇଥାଏ। ହେଲେ ସୋମବାର ଗୋପ ବ୍ଲକ ଅଧୀନ ନୟାହାଟ ନିକଟ ମଧୁବନ ଗ୍ରାମରେ ଜ୍ବାଇଁଙ୍କ ଲାଗି ୭୫ ପ୍ରକାରର ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନୟାହାଟ ମଧୁବନ ଗ୍ରାମର ବିଶ୍ବଜିତ ସାହୁଙ୍କ କନ୍ୟା ନୀହାରିକା ଭୁବନେଶ୍ବରର ପାଣ୍ତବ ନଗରର ଦେବୀପ୍ରସାଦଙ୍କୁ ବିବାହ କରିଥିଲେ। ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଦଶ ମଙ୍ଗଳାରେ ଜ୍ବାଇଁ ଝିଅ ଶଶୁର ଘରକୁ ବୁଲିବାକୁ ଆସିଥିଲେ। ନୂଆ ଜ୍ବାଇଁ ଆସିବାକୁ ନେଇ ବିଶ୍ବଜିତ ଏକ ସ୍ବତନ୍ତ୍ର ଭାବରେ ୭୫ ପ୍ରକାରର ଓଡ଼ିଆ ଘରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ସେହି ଖାଦ୍ୟ ମଧ୍ୟରେ ଅରୁଆ ଅନ୍ନ, ଡାଲ ଫ୍ରାଏ, ମାଛ, ମାଂସ ସହିତ ଅନ୍ୟାନ୍ୟ ଓଡ଼ିଆ ଘରର ଖାଦ୍ୟ ରହିଥିଲା। ଜ୍ବାଇଁ ଝିଅ ଘରେ ପହଞ୍ଚତ୍ବା ପରେ ଜଳଖିଆ ଥଣ୍ଡା ଆପ୍ୟାୟିତ କରାଯାଇଥିଲା। ମଧ୍ୟାହ୍ନରେ ଜ୍ବାଇଁଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ୭୫ ପ୍ରକାର ଖାଦ୍ୟ ପରିବେଷଣ କରାଯାଇଥିଲା। ଏପରି ଏକ ଜ୍ବାଇଁଙ୍କ ଲାଗି ବ୍ୟଞ୍ଜନ ପ୍ରସ୍ତୁତ କରାଯିବାକୁ ନେଇ ନୟାହାଟ ଅଞ୍ଚଳରେ ଚର୍ଚ୍ଚା ହୋଇଛି । ଏ ସମ୍ପର୍କରେ ଶ୍ୱଶୁର ବିଶ୍ବଜିତ କହିଥିଲେ, ଜ୍ବାଇଁ ହେଉଛନ୍ତି ଶ୍ୱଶୁର ଘରର ସମ୍ମାନ । ତେଣୁ ତାଙ୍କ ଲାଗି ଏତେ ପ୍ରକାର ଖାଦ୍ୟ ବଡ଼କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ସିଫାର ମୁକ୍ତା ଚାଷୀ

ବାଳକାଟୀ(ଡି.ଏନ.ଏ.)/ପିପିଲି(ସ୍ବ.ପ୍ର.),୩୦।୭:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ‘ସିଫା’ରେ ମୁକ୍ତା ଚାଷ ପ୍ରଶିକ୍ଷଣ କରି ସଫଳତା ହାସଲ କରିଥିବା ଜଣେ ମୁକ୍ତା ଚାଷୀଙ୍କୁ...

ଆସନ୍ତା ୨୬ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୮।୪: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ...

କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ...

ନିୟମ ଅନୁଯାୟୀ ମାସ୍କ କିଣା: ସସ୍ମିତ

ଭୁବନେଶ୍ୱର,୧୨ା୬(ବ୍ୟୁରୋ):କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟିକରିଛି। ଲକ୍‌ଡାଉନ ଯୋଗୁ ମାସ୍କ ଦର ବଢିଥିଲା। ଉତ୍ପାଦନ ଦାମ୍‌ ବଢିବାରୁ ୧୦ ଟଙ୍କାର ମାସ୍କ ୧୬...

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ...

CORONAVIRUS UPDATE: ୬୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ...

ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିଚାଲିଛି। ବୁଧବାର ୧୭୦ ନୂଆ କରୋନା ପଜିଟିଭ...

ଶ୍ରାବଣରେ ଜମି ଶୁଖିଲା

ଢେଙ୍କାନାଳ ଅଫିସ, ୧୮।୭  –  ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି। ରୁଆ, ବେଉଷଣ ପାଇଁ ଚାଷୀକୁ ତର ମିଳନ୍ତାନି। ହେଲେ ନିଅଣ୍ଟିଆ ବର୍ଷା ସବୁ...

Advertisement


Archives

Model This Week