ବାସିରୁଟି

ଜଣେ ଧନୀ ଓ କୃପଣ ବ୍ୟକ୍ତି ଘରେ ଉପସ୍ଥିତ ଥିଲାବେଳେ ଜଣେ ସାଧୁ ଆସି ଦ୍ୱାରଦେଶରେ ଭୋଜନ ପାଇଁ କିଛି ମାଗିଲେ। ବ୍ୟକ୍ତିଟି ସେଥିକୁ କର୍ଣ୍ଣପାତ ନ କରିବାରୁ ,ଘର ଭିତରୁ ଗୁଣବତୀ ନୂଆବୋହୂଟି ସାଧୁଙ୍କୁ କହିଲା,”ବାବା! ଆମେ ତ ଆଜି ‘ବାସିରୁଟି’ ଖାଉଛୁ, କାଲି ଉପାସ ରହିବୁ। ଆପଣଙ୍କୁ କ’ଣ ବା ଦେବୁ?“ ଏକଥା ଶୁଣି ସାଧୁ ବୋହୂକୁ ଆଶୀର୍ବାଦ କରି ଚାଲିଗଲେ। ଏ ସବୁକୁ ଲକ୍ଷ୍ୟକରି ପରିବାରର ସମ୍ମାନହାନି କରିଥିବାରୁ ଶ୍ବଶୁର ବୋହୂକୁ ବାପଘରକୁ ବିଦାକରିଦେବା ପାଇଁ ତା’ର ବାପା, ଭାଇଙ୍କୁ ଡକାଇଲେ। ସେମାନଙ୍କ ପ୍ରଶ୍ନରେ ବୋହୂଟି କହିଲା,”ପୂର୍ବଜନ୍ମରେ ମୋ’ ଶ୍ୱଶୁର,ଶାଶୁ କିଛି ପୁଣ୍ୟକର୍ମ କରିଥିଲେ ବା ‘ରୁଟି’ ସେକିଥିଲେ ବୋଲି ଏ ଜନ୍ମରେ ବା ଆଜି ଧନଶାଳୀ ହୋଇ ତା’ର ଫଳଭୋଗ କରୁଛନ୍ତି। କିନ୍ତୁ ଏ ଜନ୍ମରେ କୌଣସି ପୁଣ୍ୟକର୍ମ, ଦାନ, ଧର୍ମ କରୁନାହାନ୍ତି ବା ‘ରୁଟି’ ସେକୁନାହାନ୍ତି। ତେଣୁ ଆସନ୍ତା ଜନ୍ମ ବା କାଲି ନିଶ୍ଚିତଭାବେ ପୁଣ୍ୟ କର୍ମଫଳ ଭୋଗରୁ ବଞ୍ଚିତହେବେ ବା ଉପାସ ରହିବେ। ଆମେ ଯେହେତୁ ନିଜ କର୍ମଫଳ ଅନୁଯାୟୀ ସେହି ପରିବାରର ସଦସ୍ୟ ଅଛୁ, ଆମକୁ ମଧ୍ୟ ସେହି ସମଦଶା ଭୋଗିବାକୁ ପଡ଼ିବ। ଯଦି ଏପରି କଥା କହିବାରେ ମୋର କିଛି ତୃଟିଥାଏ, ମୋତେ କ୍ଷମାଦେବେ।“ ଏଭଳି ଉତ୍ତରରେ ସମସ୍ତେ ନିରୁତ୍ତର ହୋଇଗଲେ। କାରଣ ନ ଥାଇ ଏ ଦୁନିଆରେ କିଛି ହୁଏ ନାହିଁ। ସବୁକଥାର ପଶ୍ଚାତଭାଗରେ କିଛିନା କିଛି କାରଣ ଅବଶ୍ୟ ରହିଛି। ଯେଉଁ ବ୍ୟକ୍ତିଟି ଏଜନ୍ମରେ ମନ୍ଦକର୍ମ କରି ମଧ୍ୟ ଭଲରେ ଅଛି, ତେବେ ବୁଝିବାକୁ ହେବ ସେ ‘ବାସି’ ଖାଉଛି। ଅର୍ଥାତ୍‌ ପୂର୍ବଜନ୍ମରେ ଯେଉଁ ଭଲକାମ କରିଛି, ଭଲଚିନ୍ତା କରିଛି, ଏଜନ୍ମରେ ତା’ର ଭଲ ଫଳ ଭୋଗୁଛି। ଯେଉଁ ବ୍ୟକ୍ତିଟି ଏ ଜନ୍ମରେ ଭଲକର୍ମ କରି ମଧ୍ୟ ମନ୍ଦଫଳ ଭୋଗୁଛି, ବୁଝିବାକୁ ହେବ, ସେ ମଧ୍ୟ ପୂର୍ବଜନ୍ମରେ କିଛି ମନ୍ଦକର୍ମ କରିଛି। ଏ ସଂସାରରେ ସମସ୍ତେ ନିଜ ପୂର୍ବ କର୍ମଫଳରୂପୀ ‘ବାସିରୁଟି’ ହିଁ ଖାଉଛନ୍ତି।
କର୍ମ ତ୍ରିବିଧ, ଯଥା- ପ୍ରାରବ୍ଧ: ଯେଉଁ କର୍ମ ପୂର୍ବେ କରାଯାଇଥିଲା ଓ ବର୍ତ୍ତମାନ ଫଳଦାନ କରିବାକୁ ଆରମ୍ଭ କଲାଣି। କ୍ରିୟମାଣ: ବର୍ତ୍ତମାନ (ଏଇ) ଜନ୍ମରେ କରାଯାଉଥିବା କର୍ମ। ସଞ୍ଚିତ: ପୂର୍ବରୁ ଏ ଜନ୍ମକୁ ସାଇତା ହୋଇଥିବା କର୍ମଫଳ ବା ଏଇଜନ୍ମରୁ ଆସନ୍ତା ଜନ୍ମକୁ ସାଇତା ହେବାକୁ ଥିବା କର୍ମଫଳ। ପ୍ରତ୍ୟେକଙ୍କୁ ନିଜ କର୍ମଫଳ ଭୋଗିବାକୁ ହିଁ ପଡ଼ିବ। ଯିଏ ଯେଉଁ କର୍ମ ଇଚ୍ଛାକଲେ କରିପାରିବ। ସେଥିପାଇଁ କାହାରିକୁ ମନାନାହିଁ। କିନ୍ତୁ ଫଳଭୋଗ କରିବାରେ ସମସ୍ତେ ପରାଧୀନ। ଫଳଭୋଗ କଲାବେଳେ କେହି ମନାକରି ପାରିବେନାହିଁ, ଏମିତି ମନ୍ଦଫଳ ମୋତେ କାହିଁକି ମିଳିଲା କିମ୍ବା କେହି ଉଲ୍ଲସିତ ହେବେ ନାହିଁ, ଏମିତି ଭଲଫଳ ମୋତେ କାହିଁକି ମିଳିଲା। ଦୁଃଖ ଭୋଗକଲେ ପାପ କର୍ମଫଳ ଓ ସୁଖ ଭୋଗକଲେ ପୁଣ୍ୟ କର୍ମଫଳ ଶେଷ ହୋଇଆସେ। ଦୁଃଖଭୋଗ କଲାବେଳେ ମଧ୍ୟ ଯଦି ଧୈଯ୍ୟର ସହିତ ପୁଣ୍ୟକର୍ମ(ସତ୍‌କର୍ମ) କରାଯାଏ, ତେବେ ଏଇ ଜନ୍ମ ଓ ଆସନ୍ତା ଜନ୍ମକୁ ପୁଣ୍ୟଫଳ ସଞ୍ଚିତ ରୂପେ ଜମା ହୋଇଯାଏ। କିନ୍ତୁ ସୁଖଭୋଗ କରୁଥିବାବେଳେ ପୁନଶ୍ଚ ଯଦି ପୁଣ୍ୟକର୍ମ ନ କରି ପାପକର୍ମ କରାଯାଏ, ତେବେ ଏଇ ଜନ୍ମ ଓ ଆସନ୍ତା ଜନ୍ମକୁ ପାପଫଳ ସଞ୍ଚିତ ରୂପେ ଜମାହୋଇଯାଏ।
ଆମେ ଭୁଲ୍‌ କରୁଛେ କି ଠିକ୍‌ କରୁଛେ, ତା’ ପାଇଁ ଈଶ୍ୱର ଦିନ ଓ ରାତି ରୂପୀ ଦୁଇଟି ସାକ୍ଷୀ ଖଞ୍ଜିଦେଇ ସବୁ ଦେଖୁଛନ୍ତି। ସ୍ବର୍ଗାଦିଲୋକ ସୁଖଭୋଗର ଏବଂ ନର୍କ ଦୁଃଖଭୋଗର ସ୍ଥାନ। ମନୁଷ୍ୟଜନ୍ମ ସୁଖ ଓ ଦୁଃଖ ଭୋଗକରିବା ପାଇଁ ମିଳିନାହିଁ। ଯେଉଁମାନେ ଦୁର୍ଲଭ ମନୁଷ୍ୟଜନ୍ମ ପାଇ ମଧ୍ୟ ସାବଧାନ ନ ଥାନ୍ତି,ଜନ୍ମମୃତ୍ୟୁର ଗତାନୁଗତିକ ପ୍ରବାହରେ ପଡିଥାଆନ୍ତି, ସେମାନଙ୍କ ପାଇଁ ଏହା କେବଳ କର୍ମଭୋଗର ଜନ୍ମ। ପ୍ରକୃତରେ ସୁଖଦୁଃଖରୁ ଊର୍ଦ୍ଧକୁ ଉଠିବା ପାଇଁ,ଅର୍ଥାତ୍‌ ମୁକ୍ତିପାଇବା ପାଇଁ ହିଁ ଦୁର୍ଲଭ ମନୁଷ୍ୟ ଶରୀର ମିଳିଛି। ତେଣୁ ଏହାକୁ ‘କର୍ମଭୋଗ’ର ଜନ୍ମ ନ କହି ‘ସାଧକ’ର ଜନ୍ମ କହିବା ଯଥାର୍ଥ ହେବ। ଈଶ୍ବର କୌଣସି ଦୋଷୀକୁ ଦଣ୍ଡ ଦିଅନ୍ତି ନାହିଁ କି ଶିଷ୍ଟକୁ ପୁରସ୍କୃତ କରନ୍ତି ନାହିଁ। ସେମାନଙ୍କର ନିଜ କର୍ମ ହିଁ ସବୁଫଳ ଦେଉଥାଏ। ସେଥିପାଇଁ ଅନ୍ୟ କେହି ଦାୟୀ ନୁହନ୍ତି। କୌଣସି କାଳରେ, କୌଣସି କ୍ଷେତ୍ରରେ ଏହି ନିୟମର ବ୍ୟତିକ୍ରମ ଘଟେ ନାହିଁ। ଈଶ୍ବର କଦାପି କାହାରି ଧନସମ୍ପଦ ବା ସୁଖ ପାଇଁ, ଦାରିଦ୍ର୍ୟ ବା ଦୁଃଖ ପାଇଁ ଦାୟୀ ନୁହନ୍ତି। ସମସ୍ତେ ନିଜର ସୁକୃତି ପାଇଁ ସୁଖ ଓ ଦୁଷ୍କୃତି ପାଇଁ ଦୁଃଖ ଭୋଗକରନ୍ତି। କୌଣସି ବ୍ୟକ୍ତିଙ୍କ ସୁଖରେ ଆମେ ଖୁସିହେଉ କିମ୍ବା ତାଙ୍କ ଦୁଃଖରେ ମ୍ରିୟମାଣ ହୋଇପଡୁ। ଯେହେତୁ ଆମେ ସୁଖଦୁଃଖ ଭୋଗର କାରଣ ବା ତାଙ୍କ ପୂର୍ବଜନ୍ମର ବୃତ୍ତାନ୍ତ ଜାଣି ନ ଥାଉ। ଆମେ ନିଜ ଚେତନାର କ୍ରମାଗତ ବିକାଶ ଓ ଯୋଗ୍ୟତା ବଢ଼ାଇବା ଦ୍ୱାରା ଭାଗ୍ୟକୁ ବଦଳାଇ ପାରିବା। ଏହା ବ୍ୟତୀତ ଅନ୍ୟ କୌଣସି ସହଜମାର୍ଗ ଖୋଜିବା ନିଜର ଅଜ୍ଞାନତା।

  • ନିମାଇଁ ଚରଣ ଲେଙ୍କା
    ମୋ-୯୨୩୮୬୧୫୪୭୮
    nimaincharanlenka1950@gmail. com

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri