Posted inଜାତୀୟ

ବାବୁଙ୍କୁ ପାଳିରେ ବଦଳି କର

ନୂଆଦିଲ୍ଲୀ,୨୭ା୧୦: ଅନେକ ଅଫିସରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନିୟମିତ ଚିହ୍ନଟ ଓ ବଦଳି କରାଯାଉ ନ ଥିବାରୁ ଦୁର୍ନୀତି ବଢ଼ୁଥିବା ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମ୍ବେଦନଶୀଳ ପଦପଦବୀଗୁଡ଼ିକରେ ଥିବା ଅଧିକାରୀମାନଙ୍କୁ ନିୟମିତ ଭାବେ ଚିହ୍ନଟ କରିବା ସହ ପାଳିକରି ସେମାନଙ୍କୁ ବଦଳି କରିବା ପାଇଁ ସରକାରୀ ବ୍ୟାଙ୍କ, ସରକାରୀ ଉଦ୍ୟୋଗ ଓ କେନ୍ଦ୍ର ସରକାରଙ୍କ ଅଧୀନ ବିଭାଗଗୁଡ଼ିକୁ ସିଭିସି ପରାମର୍ଶ ଦେଇଛନ୍ତି।

ଅକ୍ଟୋବର ୨୫ରେ ଜାରି ଏକ ନିର୍ଦ୍ଦେଶନାମାରେ ସିଭିସି ଉଲ୍ଲେଖ କରିଛନ୍ତି, ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ସିଭିଓ)ମାନେ ଦୁର୍ନୀତି ରୋକିବା ସକାଶେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ/ମ୍ୟାନେଜମେଣ୍ଟ ସହ ବିଚାରବିମର୍ଶ କରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ଚିହ୍ନଟ କରିବେ। ୩ ବର୍ଷର ବ୍ୟବଧାନରେ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ ନେଇ ସମୀକ୍ଷା ଓ ଚିହ୍ନଟ ପ୍ରକ୍ରିୟା କରାଯାଇପାରେ। ସେହିପରି ଏଭଳି ପଦବୀରେ ଥିବା ଅଧକାରୀମାନଙ୍କୁ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ପକ୍ଷରୁ ନିର୍ଦ୍ଧାରିତ ସମୟରେ ବଦଳି କରିବା ନେଇ ସୁନିଶ୍ଚିତ କରାଯିବ।

ଅଧିକାରୀମାନଙ୍କୁ ପାଳିକରି ବଦଳି କରାଗଲେ ନ୍ୟସ୍ତସ୍ବାର୍ଥ କମିବା ସହ ଦୁର୍ନୀତି ହ୍ରାସ ପାଇବ ବୋଲି ଡିଓପିଟି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସବୁ ବିଭାଗର ସଚିବ ଏବଂ ସରକାରୀ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କ ନିକଟକୁ ନିର୍ଦ୍ଦେଶନାମା ପଠାଇଛି। ପରିବର୍ତ୍ତିତ ଦୃଶ୍ୟପଟ ଓ ସଂସ୍ଥାଗୁଡ଼ିକରେ ଟେକ୍ନୋଲୋଜିର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକର ତାଲିକା ସମୀକ୍ଷା କରାଯିବା ଜରୁରୀ ବୋଲି ସିଭିସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?