ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି।
ନାଟକକୁ କୁହାଯାଏ ପଞ୍ଚମବେଦ। ତେବେ ନାଟ୍ୟମଞ୍ଚରେ ଅନ୍ତରଙ୍ଗ ନାଟକ ହେଉ କି ଚେତନାଧର୍ମୀ ଆଦି ନାଟକର ବିଭିନ୍ନ ଚରିତ୍ରରେ ସେ ଅଭିନୟ କରି ଖୁସି ହୋଇଥାନ୍ତି। ପୁଣି ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ନିଜର ଦକ୍ଷତା ହାସଲ କରିବା ସହିତ ନାଟକ ଅଭିନୟ କ୍ଷେତ୍ରରେ ମଧ୍ୟ ପିଜି କରିଛନ୍ତି। ସେ ହେଲେ ସୁଜାତା ପ୍ରିୟମ୍ବଦା, ପିତା ଶରତ ଚନ୍ଦ୍ର ଚୌଧୁରୀ, ମା’ ବିଜୟଲକ୍ଷ୍ମୀ ଚୌଧୁରୀ।
କୁହନ୍ତି ପିଲାଟିଦିନୁ ଦୂରଦର୍ଶନରେ ବିଭିନ୍ନ ନାଟକ ଓ ସିନେମା ଦେଖିଲେ କଳାକାରମାନଙ୍କ ଅଭିନୟ ପ୍ରତି ଆକୃଷ୍ଟ ହୋଇ ଖୁସି ହୋଇ ପଡୁଥିଲି। ନିଜେ ଯଦି ଏମିତି କଳାକାରଟିଏ ହୋଇପାରିବି ତେବେ ମତେ ଲୋକମାନେ ଭଲ ପାଇବେ। ଏପରିକି ସମାଜର ଉନ୍ନତିରେ ସହାୟକ ହୋଇପାରିବି। ଏକଥା ଚିନ୍ତା କରି ସ୍କୁଲ ବୟସରେ ଗୀତ ଓ ନାଚ ଶିଖୁଥିଲି ବୋଲି ଘରୁ ବହୁ କଟକଣାରେ ଯିବାକୁ ପଡ଼ିଛି। ଏମିତିରେ ଥରେ ରାଉରକେଲାରେ ମହୁମାଛି ଅନୁଷ୍ଠାନ ତରଫରୁ ଶିଶୁ ନାଟକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲି, କିନ୍ତୁ ଅସଫଳ ହେଲି। ପରେ ସୁଶିଳାବତୀ ମହିଳା କଲେଜ ଛାତ୍ରୀ ସଂସଦର ସମ୍ପାଦିକା ହୋଇଥିବା ବେଳେ କଲେଜ ବାର୍ଷିକ ଉତ୍ସବରେ ମହିଷମର୍ଦ୍ଦିନୀ ଗୀତିନାଟ୍ୟରେ ନାରଦ ଚରିତ୍ରରେ ଅଭିନୟ କରିଥିଲି। ୧୯୯୪ ମସିହାରେ ଢେଙ୍କାନାଳଠାରେ ଆୟୋଜିତ ଏକ ନାଟକ କର୍ମଶାଳାରେ ଯୋଗ ଦେଇଥିଲି। ସମୟକ୍ରମେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମା ଦିଲ୍ଲୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆଦି ସଂସ୍ଥାର ଶିବିରରେ ଯୋଗଦେଇଛି। କିଛି ଦିନ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଜଣେ ଅସ୍ଥାୟୀ ରେଡ଼ିଓ କଳାକାର ଭାବେ କାର୍ଯ୍ୟ କରିଛି। ଆକାଶବାଣୀ ରାଉରକେଲାରେ ଘୋଷକ ଭାବେ କାର୍ଯ୍ୟ କରିଥିଲି। କିନ୍ତୁ ସୁବୋଧ ପଟ୍ଟନାୟକଙ୍କ ନାଟ୍ୟ ଚେତନା ତରଫରୁ ଆୟୋଜିତ ମହିଳାଙ୍କ ଉଦ୍ଦେଶ୍ୟରେ ନାଟକ ଲେଖିବା, ଅଭିନୟ କରିବା, ନିର୍ଦ୍ଦେଶନା ଦେବା ଓ ପରିଚାଳନା ଆଦି ବିଷୟରେ ତାଲିମ ମଧ୍ୟ ପାଇଛି। ଚେତନାଧର୍ମୀ ନାଟକ-କଳାପାଣି, ୨୫ ଭୂତ, ମାୟାଜାଲ, ଧଳାସୁନା, ମାଠିଏ ପାଣି, ଜଙ୍ଗଲ ଯନ୍ତା ଆଦି ନାଟକ ଓ ଅନ୍ତରଙ୍ଗ ନାଟକ ଭାବେ କାଠ, ଗୀତ, ଭୂତ, ଫୁଲ, ନିଆଁ, ବାବୁ ଓ ରେବତୀ ଆଦିରେ ଅଭିନୟ କରିଛି। ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ସୁନ୍ଦରଗଡ଼, ନୟାଗଡ଼, କଳାହାଣ୍ଡି, ଫୁଲବାଣୀ ଆଦି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜିତ ନାଟ୍ୟ ମଞ୍ଚରେ ଅଭିନୟ କରିଛି। ଦିଲ୍ଲୀ, ଆସାମ, ମେଘାଳୟ, ତ୍ରିପୁରା ଆଦି ଦେଶର ବିଭିନ୍ନ ସ୍ଥାନରେ ଓ ନେପାଳ, ଇଂଲଣ୍ଡ, ନେଦରଲାଣ୍ଡ, ଫ୍ରାନ୍ସ, ଇଟାଲୀ, ବାଂଲାଦେଶ ଭଳି ବିଦେଶରେ ବି ଓଡ଼ିଆ ଭାଷାରେ ନାଟକ କରିପାରିଛୁ। ଏଯାଏ ପ୍ରାୟ ୫୦ଟି ନାଟକରେ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ମଞ୍ଚରେ ଅଭିନୟ କରିଛି। ନାଟକ ଏକ ଜଗତୀ ଭାଷା। ଦର୍ଶକମାନଙ୍କୁ ନାଟକ ଦେଖିଆସିବା ପାଇଁ କହିଥାଉ। ନାଟକରେ ଅଭିନୟ ବେଳେ ଅଙ୍ଗଭଙ୍ଗୀ, ମୁଖରଠାଣି, ଆବେଗ, ସ୍ବରରେ ଶବ୍ଦ ସଂଳାପକୁ ଫୁଟାଇ ଦର୍ଶକମାନଙ୍କୁ ବୋଧଗମ୍ୟ କରାଇବାକୁ ଚେଷ୍ଟାକରୁ। ନାଟକ ପରିବେଷଣ ପରେ ଲୋକମାନଙ୍କଠାରୁ ମତାମତ ଗ୍ରହଣ କରିଥାଉ। ସେମାନେ ନାଟକକୁ ଶୃଙ୍ଖଳାର ସହିତ ଦେଖିଥାନ୍ତି। ସୀମିତ ସମୟ, କଳାକାର, ବିଷୟ, ସଙ୍ଗୀତ ଆଦି ଲୋକଙ୍କ ମନଛୁଆଁ କିପରି ହୋଇପାରିବ ସେଥିପାଇଁ ଧ୍ୟାନ ଦେଇଥାଉ। ମୁଖ୍ୟତଃ ପରିବେଶ, ସାଂସ୍କୃତିକ ଅବକ୍ଷୟ, ଏକତା, ମହିଳା, ଶିଶୁ, ଆର୍ଥିକ ଶୋଷଣ ଆଦି କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ ହୁଏ। ‘ସୀତା ଅସୀତା’ ନାଟକ ବେଳେ ପିପିଲିଠାରେ ଜଣେ ମହିଳା ମୋ ପ୍ରତି ବହୁତ ଖୁସି ହୋଇପଡ଼ିଥିଲେ, ସବୁଦିନ ମନେରହିବ। କରୋନା ସମୟରେ ଜଣେ ଦାଦନ ଫେରନ୍ତା ମହିଳା ଶ୍ରମିକ ତା’ର ୧୭ଦିନର ଶିଶୁକୁ କାନ୍ଧରେ ବାନ୍ଧି କିପରି ଶହ ଶହ କି.ମି. ଦୂରରୁ ଗାଁକୁ ଫେରୁଛି ତା’ର ଦୁଃଖ ବିଷୟରେ ‘ମୁଁ ତୋ ମା’ ନାଟକରେ ଅଭିନୟ କରିଥିଲି। ହଁ, ମୋର ଏହି ନାଟ୍ୟ ପ୍ରତିଭା ପ୍ରତି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କାର ମିଳିଛି। କିନ୍ତୁ ଲୋକଙ୍କୁ ଏହି କ୍ଷେତ୍ରରେ ଅଧିକ ଖୁସି ଦେଇପାରିଲେ, ତା’ ହେବ ଅସଲ ପୁରସ୍କାର। ସେବେଠାରୁ ଆଉ ପଛକୁ ଫେରିନି। କିନ୍ତୁ ମୋ ମତରେ ନାଟକ ଚିତ୍ତରଞ୍ଜନଧର୍ମୀ ହେବା ଉଚିତ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri