ସ୍ଥିତପ୍ରଜ୍ଞ ଅବସ୍ଥା

ଆରତି ମହାନ୍ତି

ଆମର ମନ ଯେ ସଦାବେଳେ ବଜର ବଜର ହୋଇ ଚାଲିଥାଏ – କଥା କହି ଚାଲିଥାଏ ଏହାକୁ କ’ଣ କେବେ ଲକ୍ଷ୍ୟ କରି ଦେଖିଛ? ତଦ୍ଦ୍ବାରା ଆମର ବହୁତ ଶକ୍ତି ନଷ୍ଟ ହୋଇଯାଏ। ଏଇ କଥାଟି ଗୋଟାଏ ସାଧାରଣ କଥା ନୁହେଁ- ନିଜେ ଯଦି କଥାଟିକୁ ଶୁଣି ମନ ଭିତରେ ଟିକେ ସଚେତନ ହୋଇଯାଅ ତେବେ ଏହାକୁ ବୁଝିପାରିବ। ନିଜ ଭିତରେ ନିଜେ କେମିତି ଭାବନା ଦ୍ୱାରା ସଦାବେଳେ ଚଳଚଞ୍ଚଳ ଥାଅ ବୁଝୁଛ ତ। ହୁଏତ କଥାଟା ଶୁଣିବା କ୍ଷଣି ତମେ ତମ ମନକୁ ପରଖି ନବ ଆଉ କହିବ – ‘ହଁ ହୁଏତ ସେମିତି ଅବସ୍ଥାରେ ମନ ଥିଲା। ଏଥିରେ ତମର ଶକ୍ତି କମିଯାଏ – ଯେଉଁମାନେ ଅଯଥାରେ ବେଶି କଥା କହନ୍ତି ସେମାନଙ୍କର ମନ ସେତିକି ବେଶି ଭାବନାରେ ପୂରିଥାଏ। ଏମିତି କି କେହି କେହି ଅଛନ୍ତି କିଛି ନ ଥିଲେ ମନ ଭିତରେ କୌଣସି ମନ୍ତ୍ର କି ‘ରାମ’ ‘କୃଷ୍ଣ’ କିମ୍ବା ଅନ୍ୟ କିଛି କହୁଥିବାର ଦେଖାଯାଏ। ସେମାନଙ୍କ ଭିତରେ ଜୀବନଶକ୍ତି କମିଯାଏ, କୌଣସି ଠାକୁର ବିଗ୍ରହ କି ଭାବନା ଉପରେ ଦୃଷ୍ଟି ନିବଦ୍ଧ କରିଲେ ସେଇ ଜିନିଷ ପ୍ରାପ୍ତ ହୁଏ ବୋଲି ଗୋଟାଏ ଧାରଣା ଆମର ଅଛି। ଆମେ ଭାବୁ ଅମୁକ ଠାକୁର କି ଦେବଦେବୀ ଆମ ଉପରେ ସନ୍ତୁଷ୍ଟ ହୋଇ ଆମକୁ ସେଇଟା ଦେଲେ। ହେଲେ ଏଇଟା ହେଉଛି ସେଇ ମାନସିକ ଶକ୍ତି ବା ଏନର୍ଜିର ଫଳ, ଯାହା ଆମର ଇଚ୍ଛା ପୂରଣ କରେ। ଅନେକ ଉଚ୍ଚ ଆଧ୍ୟାମତ୍ିକତା ଥିବା ବ୍ୟକ୍ତି କହନ୍ତି ମନ ଦ୍ୱାରା ଅସାଧ୍ୟ ସାଧନ କରିହୁଏ। ହେଲେ ସେଇଟା ବି ହେଉଛି ଗୋଟାଏ କାମନା। ଏଇ କଥାଟି କିଛି କଳ୍ପନା କି ଭାବନା ଦ୍ୱାରା କୁହାଯାଇନାହିଁ। ବୈଜ୍ଞାନିକମାନେ ସେଇ ଶକ୍ତି ଲଗାଇ ବିଭିନ୍ନ ଆବିଷ୍କାର କରିଥାନ୍ତି ଅବଶ୍ୟ ସେ ସବୁ ପାର୍ଥିବ ଜଗତର କଥା। ଏଥିରେ ମନ କେବଳ ଗୋଟିଏ ବିଷୟ ଉପରେ ଏକାଗ୍ର ହୁଏ। କେହି ଚାହିଁଲେ ଏହାକୁ ନିଜଠାରେ ପରୀକ୍ଷା କରି ଜାଣିହେବ। ଆମେ ଭାବୁ କୌଣସି ରକମର ମନ୍ତ୍ରକୁ ଘୋଷି ଚାଲିଲେ ଆମର ଭଗବତ୍‌ପ୍ରାପ୍ତି ହେବ। ଅନ୍ୟ କଥାରେ କହିବାକୁ ଗଲେ କୌଣସି କାମନା କଦାପି ଆମକୁ ସେ ମୁକ୍ତ ଅବସ୍ଥାରେ ପହଞ୍ଚେଇ ଦେଇପାରିବ ନାହିଁ। କେବଳ ଯେତେବେଳେ ଜଣେ ସବୁ ଭାବନା ଯାହା ଭିତରେ ‘ମୁଁ ଓ ମୋର’ ଭାବଥାଏ ସେ ସବୁଥିରୁ ମୁକ୍ତ ହୋଇପାରିଲେ ଯାଇ ହୁଏତ ସେଇ ‘ପରମ ଶ୍ରେଷ୍ଠ’କୁ ପାଇପାରେ। ଯଦିଓ ସେ କାମକୁ ବୁଝାଇବାକୁ କୌଣସି ଶବ୍ଦ ପ୍ରୟୋଗ କରିପାରିବ ନାହିଁ। କାରଣ ସେ ଅବସ୍ଥାରେ ଜଣେ ଆଉ ବ୍ୟକ୍ତି ହୋଇ ନ ଥାଏ। ଅନ୍ୟ ଭିତରେ ଲୀନ ହୋଇଯାଇଥାଏ – ଏଇ କଥାଗୁଡ଼ିକ ଶୁଣିବାକୁ ଗଲେ ଜଣକୁ ହୁଏତ ଅବୋଧ୍ୟ ଲାଗୁଥାଇପାରେ, ହେଲେ ଜଣେ ଯଦି ତା’ ଉପରେ ଅନବରତ ଦୃଷ୍ଟି ନିବଦ୍ଧ କରେ ତେବେ ସେ ସେଇ ମୁକ୍ତ ଅବସ୍ଥାକୁ ହୃଦ୍‌ବୋଧ କରିପାରିବ। ସେଇ ଅବସ୍ଥା ପ୍ରକୃତରେ ବର୍ଣ୍ଣନା କରିବା କଷ୍ଟକର। କିନ୍ତୁ ତାକୁ ଜଣେ ଚାହିଁଲେ ନିଜ ଭିତରେ ଉପଲବ୍ଧି କରିପାରିବ – ଯେଉଁଠି ସେ ନାହିଁକି କିଛି ନାହିଁ ଅଛି କେବଳ ଏକ ଦିଗନ୍ତପ୍ରସାରୀ ଶୂନ୍ୟ ଅବସ୍ଥା।
ମନକୁ ଖାଲି ରଖିଲେ ଯାହା ବି ଆଖିଆଗରେ ଘଟୁଛିି ସବୁ ବୁଝି ହୋଇଯାଏ – ସେଥିପାଇଁ କେବଳ ଦରକାର ହେଉଛି ମନଯୋଗିତା। ସେଇ ମନଯୋଗିତାରେ କୌଣସି ରକମର ବଛାବଛି ନାହିଁ, କେବଳ ମନ ଭିତରେ ସବୁ ଦେଖି ଚାଲିଥିତ୍ବ। ଯାହା ବାସ୍ତବରେ କ୍ଷଣକୁ କ୍ଷଣ ଘଟି ଚାଲିଛି, ଆରମ୍ଭ ହେଉଛି ପୁଣି ଶେଷ ହେଉଛି ତା’ପରେ ପୁଣି ଆରମ୍ଭ। ଏଇ ହେଉଛି ଆମର ସମୁଦାୟ ଜୀବନ।
ଗୁରୁମାନେ କହନ୍ତି, ମନଯୋଗ ଆଣିବାକୁ ଚେଷ୍ଟାକର। ତାକୁ ହାସଲ କରିବା ପାଇଁ ମନ୍ତ୍ର ଜପ କର, ନ ହେଲେ ଅନ୍ୟ କୌଣସି ପଦ୍ଧତିକୁ ଅଭ୍ୟାସ କର କିନ୍ତୁ ଏହା ଦ୍ୱାରା କେହି ବଦଳି ପାରିବ ନାହିଁ। କାରଣ ସବୁଠି ‘ମୁଁ’ କୁ ପ୍ରୟୋଗ କରାଯାଇଥାଏ- ମୁଁ ମନଯୋଗ ଦେବି, ମୁଁ ଅନ୍ୟମନସ୍କ ହେଲି ଇତ୍ୟାଦି ଏହାଦ୍ୱାରା ମନ ଭିତରେ ଗୋଟାଏ ‘ମୁଁ’ ଓ ‘ମୁଁ ନୁହେଁ’ ଭିତରେ ଟଣାଟଣି ଲାଗିଥାଏ, ତଦ୍ଦ୍ବାରା ଆମର ମାନସିକ ଶକ୍ତିର ଅପଚୟ ହୁଏ। ତେଣୁ ଏଠି କୁହାଯାଉଛି ମନର ସବୁ ଶକ୍ତି ଏକାଠି କରି କେବଳ ଦେଖ, ବୁଝ ଆଉ ତାକୁ ଶେଷ କରିଦିଅ ା ପୁଣି ନୂଆ ଘଟଣା, ନୂଆ ମୁହୂର୍ତ୍ତର ଅପେକ୍ଷା। ତେଣୁ ମନ ଦେଇ ଦେଖିବା ଯେଉଁଥିରେ କୌଣସି ରକମର ଟଣାଘୋଷରା ନ ଥାଏ କି ଶକ୍ତି ନଷ୍ଟ ହୁଏ ନାହିଁ। ଏଇଟା ହେଉଛି ପ୍ରକୃତରେ ଧ୍ୟାନ।
ଚଟ୍‌ ଚାଟ୍‌ ଦେଖିବା ଗୋଟାଏ ଅଭ୍ୟାସ ନୁହେଁ। ବରଂ ସେଇଟା ଏକପ୍ରକାରର ମନଯୋଗ, ଯେଉଁଟା ମୁହୂର୍ତ୍ତରୁ ମୁହୂର୍ତ୍ତ ନିଜକୁ ନୂଆ କରି ଚାଲିଥାଏ – ତା’ମାନେ ଯାହା ଘଟିଲା ତାକୁ ସମ୍ପୂର୍ଣ୍ଣ ଭାବରେ ତତ୍‌କ୍ଷଣାତ ଦେଖିବା ପରେ ମୁକ୍ତ ହୋଇଯିବା। ତେଣୁ ସବୁ କଥାକୁ ନିରୀକ୍ଷଣ କରି ଦେଖିବା, କିନ୍ତୁ ଖାଲି ଦେଖିଯିବା ମାନେ ତମେ ନାହଁ ଅର୍ଥାତ୍‌ ତା’ର ଭଲମନ୍ଦ କି ଦୋଷଗୁଣକୁ ତଉଲୁ ନାହଁ। ଖାଲି ଯାହା ଘଟୁଛି ତାକୁ ଦେଖୁଛ ଆଉ ସେଇଟା ତା’ ଆପଣାଛାଏଁ ଶେଷ ହୋଇ ଯାଉଛି। ଏହି ଅବସ୍ଥାରେ ରହି ହେବ କି ନାହିଁ ପରୀକ୍ଷା କରି ଦେଖ – ଧୀରେ ଧୀରେ ଦୁଇଟା ଭାବନା ଭିତରେ ଦୂରତ୍ୱ କମିବାରେ ଲାଗିବ। ମନ ଅଧିକ ସମୟ ଭାବନା ମୁକ୍ତ ଓ ନୀରବ ରହିବ, ଭାବନା ନ ଥିବା ମନର ଅବସ୍ଥା ଯେକୌଣସି ଯୋଗାରୂଢ଼ ବ୍ୟକ୍ତି କେବଳ ଜାଣିପାରେ। ସେହି ଅବସ୍ଥା ହିଁ ହେଉଛି ସ୍ଥିତପ୍ରଜ୍ଞ ଅବସ୍ଥା।
ମୋ: ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?