ସ୍ଥିତପ୍ରଜ୍ଞ ଅବସ୍ଥା

ଆରତି ମହାନ୍ତି

ଆମର ମନ ଯେ ସଦାବେଳେ ବଜର ବଜର ହୋଇ ଚାଲିଥାଏ – କଥା କହି ଚାଲିଥାଏ ଏହାକୁ କ’ଣ କେବେ ଲକ୍ଷ୍ୟ କରି ଦେଖିଛ? ତଦ୍ଦ୍ବାରା ଆମର ବହୁତ ଶକ୍ତି ନଷ୍ଟ ହୋଇଯାଏ। ଏଇ କଥାଟି ଗୋଟାଏ ସାଧାରଣ କଥା ନୁହେଁ- ନିଜେ ଯଦି କଥାଟିକୁ ଶୁଣି ମନ ଭିତରେ ଟିକେ ସଚେତନ ହୋଇଯାଅ ତେବେ ଏହାକୁ ବୁଝିପାରିବ। ନିଜ ଭିତରେ ନିଜେ କେମିତି ଭାବନା ଦ୍ୱାରା ସଦାବେଳେ ଚଳଚଞ୍ଚଳ ଥାଅ ବୁଝୁଛ ତ। ହୁଏତ କଥାଟା ଶୁଣିବା କ୍ଷଣି ତମେ ତମ ମନକୁ ପରଖି ନବ ଆଉ କହିବ – ‘ହଁ ହୁଏତ ସେମିତି ଅବସ୍ଥାରେ ମନ ଥିଲା। ଏଥିରେ ତମର ଶକ୍ତି କମିଯାଏ – ଯେଉଁମାନେ ଅଯଥାରେ ବେଶି କଥା କହନ୍ତି ସେମାନଙ୍କର ମନ ସେତିକି ବେଶି ଭାବନାରେ ପୂରିଥାଏ। ଏମିତି କି କେହି କେହି ଅଛନ୍ତି କିଛି ନ ଥିଲେ ମନ ଭିତରେ କୌଣସି ମନ୍ତ୍ର କି ‘ରାମ’ ‘କୃଷ୍ଣ’ କିମ୍ବା ଅନ୍ୟ କିଛି କହୁଥିବାର ଦେଖାଯାଏ। ସେମାନଙ୍କ ଭିତରେ ଜୀବନଶକ୍ତି କମିଯାଏ, କୌଣସି ଠାକୁର ବିଗ୍ରହ କି ଭାବନା ଉପରେ ଦୃଷ୍ଟି ନିବଦ୍ଧ କରିଲେ ସେଇ ଜିନିଷ ପ୍ରାପ୍ତ ହୁଏ ବୋଲି ଗୋଟାଏ ଧାରଣା ଆମର ଅଛି। ଆମେ ଭାବୁ ଅମୁକ ଠାକୁର କି ଦେବଦେବୀ ଆମ ଉପରେ ସନ୍ତୁଷ୍ଟ ହୋଇ ଆମକୁ ସେଇଟା ଦେଲେ। ହେଲେ ଏଇଟା ହେଉଛି ସେଇ ମାନସିକ ଶକ୍ତି ବା ଏନର୍ଜିର ଫଳ, ଯାହା ଆମର ଇଚ୍ଛା ପୂରଣ କରେ। ଅନେକ ଉଚ୍ଚ ଆଧ୍ୟାମତ୍ିକତା ଥିବା ବ୍ୟକ୍ତି କହନ୍ତି ମନ ଦ୍ୱାରା ଅସାଧ୍ୟ ସାଧନ କରିହୁଏ। ହେଲେ ସେଇଟା ବି ହେଉଛି ଗୋଟାଏ କାମନା। ଏଇ କଥାଟି କିଛି କଳ୍ପନା କି ଭାବନା ଦ୍ୱାରା କୁହାଯାଇନାହିଁ। ବୈଜ୍ଞାନିକମାନେ ସେଇ ଶକ୍ତି ଲଗାଇ ବିଭିନ୍ନ ଆବିଷ୍କାର କରିଥାନ୍ତି ଅବଶ୍ୟ ସେ ସବୁ ପାର୍ଥିବ ଜଗତର କଥା। ଏଥିରେ ମନ କେବଳ ଗୋଟିଏ ବିଷୟ ଉପରେ ଏକାଗ୍ର ହୁଏ। କେହି ଚାହିଁଲେ ଏହାକୁ ନିଜଠାରେ ପରୀକ୍ଷା କରି ଜାଣିହେବ। ଆମେ ଭାବୁ କୌଣସି ରକମର ମନ୍ତ୍ରକୁ ଘୋଷି ଚାଲିଲେ ଆମର ଭଗବତ୍‌ପ୍ରାପ୍ତି ହେବ। ଅନ୍ୟ କଥାରେ କହିବାକୁ ଗଲେ କୌଣସି କାମନା କଦାପି ଆମକୁ ସେ ମୁକ୍ତ ଅବସ୍ଥାରେ ପହଞ୍ଚେଇ ଦେଇପାରିବ ନାହିଁ। କେବଳ ଯେତେବେଳେ ଜଣେ ସବୁ ଭାବନା ଯାହା ଭିତରେ ‘ମୁଁ ଓ ମୋର’ ଭାବଥାଏ ସେ ସବୁଥିରୁ ମୁକ୍ତ ହୋଇପାରିଲେ ଯାଇ ହୁଏତ ସେଇ ‘ପରମ ଶ୍ରେଷ୍ଠ’କୁ ପାଇପାରେ। ଯଦିଓ ସେ କାମକୁ ବୁଝାଇବାକୁ କୌଣସି ଶବ୍ଦ ପ୍ରୟୋଗ କରିପାରିବ ନାହିଁ। କାରଣ ସେ ଅବସ୍ଥାରେ ଜଣେ ଆଉ ବ୍ୟକ୍ତି ହୋଇ ନ ଥାଏ। ଅନ୍ୟ ଭିତରେ ଲୀନ ହୋଇଯାଇଥାଏ – ଏଇ କଥାଗୁଡ଼ିକ ଶୁଣିବାକୁ ଗଲେ ଜଣକୁ ହୁଏତ ଅବୋଧ୍ୟ ଲାଗୁଥାଇପାରେ, ହେଲେ ଜଣେ ଯଦି ତା’ ଉପରେ ଅନବରତ ଦୃଷ୍ଟି ନିବଦ୍ଧ କରେ ତେବେ ସେ ସେଇ ମୁକ୍ତ ଅବସ୍ଥାକୁ ହୃଦ୍‌ବୋଧ କରିପାରିବ। ସେଇ ଅବସ୍ଥା ପ୍ରକୃତରେ ବର୍ଣ୍ଣନା କରିବା କଷ୍ଟକର। କିନ୍ତୁ ତାକୁ ଜଣେ ଚାହିଁଲେ ନିଜ ଭିତରେ ଉପଲବ୍ଧି କରିପାରିବ – ଯେଉଁଠି ସେ ନାହିଁକି କିଛି ନାହିଁ ଅଛି କେବଳ ଏକ ଦିଗନ୍ତପ୍ରସାରୀ ଶୂନ୍ୟ ଅବସ୍ଥା।
ମନକୁ ଖାଲି ରଖିଲେ ଯାହା ବି ଆଖିଆଗରେ ଘଟୁଛିି ସବୁ ବୁଝି ହୋଇଯାଏ – ସେଥିପାଇଁ କେବଳ ଦରକାର ହେଉଛି ମନଯୋଗିତା। ସେଇ ମନଯୋଗିତାରେ କୌଣସି ରକମର ବଛାବଛି ନାହିଁ, କେବଳ ମନ ଭିତରେ ସବୁ ଦେଖି ଚାଲିଥିତ୍ବ। ଯାହା ବାସ୍ତବରେ କ୍ଷଣକୁ କ୍ଷଣ ଘଟି ଚାଲିଛି, ଆରମ୍ଭ ହେଉଛି ପୁଣି ଶେଷ ହେଉଛି ତା’ପରେ ପୁଣି ଆରମ୍ଭ। ଏଇ ହେଉଛି ଆମର ସମୁଦାୟ ଜୀବନ।
ଗୁରୁମାନେ କହନ୍ତି, ମନଯୋଗ ଆଣିବାକୁ ଚେଷ୍ଟାକର। ତାକୁ ହାସଲ କରିବା ପାଇଁ ମନ୍ତ୍ର ଜପ କର, ନ ହେଲେ ଅନ୍ୟ କୌଣସି ପଦ୍ଧତିକୁ ଅଭ୍ୟାସ କର କିନ୍ତୁ ଏହା ଦ୍ୱାରା କେହି ବଦଳି ପାରିବ ନାହିଁ। କାରଣ ସବୁଠି ‘ମୁଁ’ କୁ ପ୍ରୟୋଗ କରାଯାଇଥାଏ- ମୁଁ ମନଯୋଗ ଦେବି, ମୁଁ ଅନ୍ୟମନସ୍କ ହେଲି ଇତ୍ୟାଦି ଏହାଦ୍ୱାରା ମନ ଭିତରେ ଗୋଟାଏ ‘ମୁଁ’ ଓ ‘ମୁଁ ନୁହେଁ’ ଭିତରେ ଟଣାଟଣି ଲାଗିଥାଏ, ତଦ୍ଦ୍ବାରା ଆମର ମାନସିକ ଶକ୍ତିର ଅପଚୟ ହୁଏ। ତେଣୁ ଏଠି କୁହାଯାଉଛି ମନର ସବୁ ଶକ୍ତି ଏକାଠି କରି କେବଳ ଦେଖ, ବୁଝ ଆଉ ତାକୁ ଶେଷ କରିଦିଅ ା ପୁଣି ନୂଆ ଘଟଣା, ନୂଆ ମୁହୂର୍ତ୍ତର ଅପେକ୍ଷା। ତେଣୁ ମନ ଦେଇ ଦେଖିବା ଯେଉଁଥିରେ କୌଣସି ରକମର ଟଣାଘୋଷରା ନ ଥାଏ କି ଶକ୍ତି ନଷ୍ଟ ହୁଏ ନାହିଁ। ଏଇଟା ହେଉଛି ପ୍ରକୃତରେ ଧ୍ୟାନ।
ଚଟ୍‌ ଚାଟ୍‌ ଦେଖିବା ଗୋଟାଏ ଅଭ୍ୟାସ ନୁହେଁ। ବରଂ ସେଇଟା ଏକପ୍ରକାରର ମନଯୋଗ, ଯେଉଁଟା ମୁହୂର୍ତ୍ତରୁ ମୁହୂର୍ତ୍ତ ନିଜକୁ ନୂଆ କରି ଚାଲିଥାଏ – ତା’ମାନେ ଯାହା ଘଟିଲା ତାକୁ ସମ୍ପୂର୍ଣ୍ଣ ଭାବରେ ତତ୍‌କ୍ଷଣାତ ଦେଖିବା ପରେ ମୁକ୍ତ ହୋଇଯିବା। ତେଣୁ ସବୁ କଥାକୁ ନିରୀକ୍ଷଣ କରି ଦେଖିବା, କିନ୍ତୁ ଖାଲି ଦେଖିଯିବା ମାନେ ତମେ ନାହଁ ଅର୍ଥାତ୍‌ ତା’ର ଭଲମନ୍ଦ କି ଦୋଷଗୁଣକୁ ତଉଲୁ ନାହଁ। ଖାଲି ଯାହା ଘଟୁଛି ତାକୁ ଦେଖୁଛ ଆଉ ସେଇଟା ତା’ ଆପଣାଛାଏଁ ଶେଷ ହୋଇ ଯାଉଛି। ଏହି ଅବସ୍ଥାରେ ରହି ହେବ କି ନାହିଁ ପରୀକ୍ଷା କରି ଦେଖ – ଧୀରେ ଧୀରେ ଦୁଇଟା ଭାବନା ଭିତରେ ଦୂରତ୍ୱ କମିବାରେ ଲାଗିବ। ମନ ଅଧିକ ସମୟ ଭାବନା ମୁକ୍ତ ଓ ନୀରବ ରହିବ, ଭାବନା ନ ଥିବା ମନର ଅବସ୍ଥା ଯେକୌଣସି ଯୋଗାରୂଢ଼ ବ୍ୟକ୍ତି କେବଳ ଜାଣିପାରେ। ସେହି ଅବସ୍ଥା ହିଁ ହେଉଛି ସ୍ଥିତପ୍ରଜ୍ଞ ଅବସ୍ଥା।
ମୋ: ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri