ଭୋଟ୍‌ ପାଇଁ ଶିଳ୍ପ

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଭାରତର ଅର୍ଥନୈତିକ ରାଜଧାନୀ ଭାବେ ପରିଚିତ। କିନ୍ତୁ ଏବର ସ୍ଥିତି ଦେଖିଲେ ଶିଳ୍ପଗୁଡ଼ିକୁ ଯେଭଳି ଗୁଜରାଟମୁହାଁ କରାଇ ଦିଆଗଲାଣି ଆଗକୁ ମୁମ୍ବାଇର ଗୁରୁତ୍ୱ ହ୍ରାସ ପାଇବାର ଆଶଙ୍କା ଉପୁଜିଛି। ଏକନାଥ ଶିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପରେ ବେଦାନ୍ତ ଫକ୍ସକନ୍‌ ଚିପ୍‌ ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜରାଟକୁ ଚାଲିଯାଇଥିଲା। ଏବେ ଟାଟା-ଏୟାରବସ୍‌ ସି-୨୯୫ ମାଲବାହୀ ଉଡ଼ାଜାହାଜ କାରଖାନା ଗୁଜରାଟର ଭଦୋଦରାଠାରେ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି। ଏହା ମହାରାଷ୍ଟ୍ରର ନାଗପୁରଠାରେ ସ୍ଥାପନ ହେବାର ଥିଲା। ଅନୁରୂପ ଭାବେ ପ୍ରାରମ୍ଭିକ ଅବସ୍ଥାରେ ବୃହତ୍‌ ଡ୍ରଗ୍‌ ପାର୍କ ପ୍ରୋଜେକ୍ଟ ମହାରାଷ୍ଟ୍ରର ରାଇଗଡ ଜିଲାରେ ପ୍ରତିଷ୍ଠା ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ତାହା ଗୁଜରାଟ, ହିମାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ସ୍ଥାପନ କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମହାରାଷ୍ଟ୍ର ଶିଳ୍ପମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ଏହି ଯେତେଗୁଡ଼ିଏ ପ୍ରକଳ୍ପ ଗୁଜରାଟ ସ୍ଥାନାନ୍ତର ହୋଇଛି, ସେସବୁ ଶିନ୍ଦେ ସରକାର କ୍ଷମତାକୁ ଆସିବା ପୂର୍ବରୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଥିଲେ। ଅନ୍ୟପକ୍ଷରେ ଉଦୟଙ୍କ ଏଭଳି ମନ୍ତବ୍ୟକୁ ଶିବସେନା ନେତାମାନେ ସମାଲୋଚନା କରିଛନ୍ତି। ଶିନ୍ଦେଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ତାଙ୍କ ଶିଳ୍ପମନ୍ତ୍ରୀ ଏଭଳି କଥା କହୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବିଗତ କିଛିବର୍ଷ ହେବ ଭାଜପା କେନ୍ଦ୍ରରେ ଶାସନ କରୁଥିବାରୁ ଦେଶର ଯେଉଁଠାରେ ବିଧାନସଭା ନିର୍ବାଚନ ହେଉଛି ସେଠାରେ ତା’ ସରକାର ଗଢ଼ିବାକୁ ବିକଳ ହେଉଛି। ‘ଡବଲ ଇଞ୍ଜିନ୍‌ ସରକାର’ ସ୍ଲୋଗାନ ଦିଆଯାଇ କୁହାଯାଉଛି ଯେ କେନ୍ଦ୍ର ଓ ରାଜ୍ୟରେ ଭାଜପା ଶାସନ କଲେ ତାହାର ସୁଫଳ ସମ୍ପୃକ୍ତ ରାଜ୍ୟବାସୀ ପାଇପାରିବେ। ମହାରାଷ୍ଟ୍ରରୁ ସ୍ଥାନାନ୍ତର ହେଉଥିବା ଶିଳ୍ପଗୁଡ଼ିକ ମଧ୍ୟ ରାଜନୈତିକ କାରଣରୁ ଗୁଜରାଟ ଯାଇଛନ୍ତି। ଅନ୍ୟପକ୍ଷରେ ଯେଉଁଠାରେ ଭୋଟରମାନେ ଭାଜପାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ସେହି ରାଜ୍ୟ ପ୍ରତି କେନ୍ଦ୍ର ଅସହଯୋଗ କରୁଥିବା ଦେଖାଯାଉଛି। ହେଲେ ମହାରାଷ୍ଟ୍ର କ୍ଷେତ୍ରରେ ଭିନ୍ନ ଚିତ୍ର ପରିଲକ୍ଷିତ ହେଉଥିବା ଏବେ ସ୍ପଷ୍ଟ ଜଣାପଡ଼ିଛି। ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେଉଁ ପ୍ରକଳ୍ପଗୁଡ଼ିକ ମହାରାଷ୍ଟ୍ରରେ ସ୍ଥାପନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ତାହା ଧୀରେ ଧୀରେ ଗୁଜରାଟକୁ ସ୍ଥାନାନ୍ତର ହେବାରେ ଲାଗିଛି। ଏହାର କାରଣ ମଧ୍ୟ ଭଲ ଭାବେ ବୁଝିହୋଇଯାଉଛି। ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ରର ଭାଜପା ସରକାର ନୂଆ ଚାଲ୍‌ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରରେ ଯେହେତୁ ଶିବସେନାରୁ ଭାଗ ହୋଇଥିବା ଅଂଶର ନେତା ଏକନାଥ ଶିନ୍ଦେଙ୍କ ସହ ଭାଜପା ମିଳିତ ସରକାର ଗଠନ କରିଛି ଓ ସେଠାରେ ନିର୍ବାଚନ ଡେରିରେ ଅଛି; ତାହାକୁ ଅନିଶା କରି କେନ୍ଦ୍ର ସରକାର ଏହି ବୃହତ୍‌ ଶିଳ୍ପକୁ ସେଠାରୁ ଉଠାଇ ନେବା ସମ୍ପର୍କରେ ଆଲୋଚନା ହେଉଛି। ସମସ୍ତେ ଜାଣନ୍ତି ମହାରାଷ୍ଟ୍ରରେ ବ୍ୟବସାୟ ଅନୁକୂଳ ପରିବେଶ ଥିବାରୁ ସେଠାରେ ଦେଶର ବୃହତ୍‌ ଶିଳ୍ପ ସଂସ୍ଥା ସେମାନଙ୍କ ୟୁନିଟ୍‌ ସ୍ଥାପନ କରିବାକୁ ଆଗଭର ହୋଇଥାଆନ୍ତି। ତେବେ ସେହି ସୁଯୋଗ ପାଇବାକୁ ହେଲେ କେନ୍ଦ୍ର ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏଥିରୁ ବୁଝିହେଉଛି ଯେ, କେନ୍ଦ୍ରରେ ଶାସନ କରୁଥିବା ଭାଜପା ଶିଳ୍ପ ସ୍ଥାପନରେ ହସ୍ତକ୍ଷେପ କରୁଛି। ହେଲେ ତାଙ୍କ ଦଳ ଭିତରେ ମଧ୍ୟ ଅସହମତି ଥିବା ବିଷୟ ପଦାକୁ ଆସୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ନିର୍ବାଚନମଣ୍ଡଳୀ ନାଗପୁରରେ ଟାଟା ପ୍ରୋଜେକ୍ଟ ହେବା ଲାଗି ବହୁତ କସରତ କରିଥିଲେ। ମାତ୍ର ତାହା ଗୁଜରାଟ ସ୍ଥାନାନ୍ତର ହୋଇଥିବାରୁ ସେ ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ଗଣମାଧ୍ୟମରେ ଆଲୋଚନା ହେଉଛି। ତେବେ ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଛନ୍ତି, ଡବଲ ଇଞ୍ଜିନ୍‌ କଥା କହୁଥିବା ଭାଜପା ମହାରାଷ୍ଟ୍ର ପ୍ରତି ବେଇମାନ କାର୍ଯ୍ୟ କରି ଗୁଜରାଟକୁ ଅଗ୍ରପ୍ରାଧାନ୍ୟ ଦେଇଛିି। ସେହିପରି ଠାକ୍‌ରେ ପରିବାର ସହ ଘନିଷ୍ଠ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଏ ଯେଉଁ ନିଷ୍ପତ୍ତି ନିଆଗଲା ବାଲାସାହେବ ଥିଲେ ସେ ରାସ୍ତାରେ ତାଙ୍କ ବଳ ଦେଖାଇଥାଆନ୍ତେ ଓ ଗୁଜରାଟ ପ୍ରୀତି ଦେଖାଉଥିବା ବ୍ୟକ୍ତିଙ୍କୁ ବମ୍ବେରେ ରହିବାକୁ ଦେଇ ନ ଥାଆନ୍ତେ।
ବାସ୍ତବରେ ସର୍ବଦା ପ୍ରଗତି କଥା କହୁଥିବା ଭାଜପା ତା’ର ସ୍ବାର୍ଥ ସାଧନ ଲାଗି ଜୋରଜବରଦସ୍ତ ନିଷ୍ପତ୍ତି ନେଇ ଆଞ୍ଚଳିକ ବିଭେଦ ସୃଷ୍ଟି କରିଦେଉଛି। ଏମିତି ଦେଖିଲେ ଭାଜପା ଧର୍ମ, ଅସହିଷ୍ଣୁତା ଭଳି ନକାରାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ଅଭିଯୋଗ ହେଉଛି। ଏବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକାଶ କରିବା ଓ ଭୋଟ ହାତେଇବାକୁ ଯାଇ ଅନ୍ୟ ଇଲାକା କ୍ଷତି ସହୁଥିଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ। ଦଳର ଚିନ୍ତାଧାରା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଲେ ତାହାର କୁପରିଣତି ଦେଶକୁ ଆହୁରି ବଡ଼ କ୍ଷତିରେ ପକାଇବା ଉପରଲିଖିତ ନିଷ୍ପତ୍ତିରୁ ସ୍ପଷ୍ଟ ବୁଝାପଡ଼ିଯାଉଛି।

ଭାଜପା ଏବେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକାଶ କରିବା ଓ ଭୋଟ ହାତେଇବାକୁ ଯାଇ ଅନ୍ୟ ଇଲାକା କ୍ଷତି ସହୁଥିଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ କରୁନାହିଁ। ଦଳର ଚିନ୍ତାଧାରା କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଲେ ତାହାର କୁପରିଣତି ଦେଶକୁ ଆହୁରି ବଡ଼ କ୍ଷତିରେ ପକାଇବା ଉପରଲିଖିତ ନିଷ୍ପତ୍ତିରୁ ସ୍ପଷ୍ଟ ବୁଝାପଡ଼ିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri