ଅନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳ

ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ଅର୍ଥାତ୍‌ ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟରୁ ଭାରତ ରହିଛି ୧୦୭ତମ ସ୍ଥାନରେ । ଭାରତ ତଳକୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି। ବାଂଲାଦେଶ, ନେପାଳ ପରି ଦେଶ ମଧ୍ୟ ଭାରତଠାରୁ ଭଲ ସ୍ଥିତିରେ ଅଛନ୍ତି। ଏହା ପୂର୍ବରୁ ୨୦୨୦ରେ ଭାରତ ୯୪ତମ ସ୍ଥାନରେ ଥିଲା ଓ ୨୦୨୧ରେ ୧୦୧ତମ ସ୍ଥାନକୁ ଖସିଥିଲା। ଚଳିତ ବର୍ଷ ଆଉ ୬ଟି ସ୍ଥାନ ତଳକୁ ଖସିଛି। ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ କ୍ରମାଗତ ଭାବେ ତଳକୁ ତଳକୁ ଖସି ଚାଲିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ରିପୋର୍ଟ ଅନୁସାରେ ବିଶ୍ୱର ୮୨୮ ବିଲିୟନ ଲୋକ ଭୋକରେ ଶୋଇବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ସଂସ୍ଥା କନ୍‌ସନ୍‌ ୱାଲର୍‌ଡ ୱାଇଡ୍‌ ଓ ୱେଲ୍‌ଟ ହଙ୍ଗର ହିଲ୍‌ଫେ ଦ୍ୱାରା ପ୍ରତ୍ୟେକ ବର୍ଷ ଅକ୍ଟୋବରରେ ଏହି ରିପୋର୍ଟ ପ୍ରକାଶିତ ହୋଇଥାଏ। ବିଶ୍ୱର ଭିନ୍ନ ଭିନ୍ନ ଦେଶଗୁଡ଼ିକ କ୍ଷୁଧା ସମ୍ପର୍କିତ ସଷ୍ଟେନେବଲ୍‌ ଡେଭେଲପ୍‌ମେଣ୍ଟ ଗୋଲ୍‌କୁ କିପରି ଭାବେ ହାସଲ କରିଛନ୍ତି, ତାହାକୁ ନିରୀକ୍ଷଣ କରି ଏହି ରିପୋର୍ଟ ପ୍ରକାଶିତ ହୋଇଥାଏ। ଏହି ରିପୋର୍ଟ ଆହୁରି କହିଛି ଯେ, ବିଶ୍ୱର ୪୫ଟି ଦେଶର ସମୁଦାୟ ୫୦ମିଲିୟନ ଲୋକ ଦୁର୍ଭିକ୍ଷ ପରିସ୍ଥିତିରେ ଅଛନ୍ତି। ବିଶ୍ୱଗୁରୁ ହେବାକୁ ଆସ୍ଫାଳନ କର଼ୁଥିବା ଆମ ସରକାର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସ୍ବଭାବଗତ ଭାବେ ଉକ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ଏହା ଭାରତକୁ ବଦ୍‌ନାମ ତଥା ତଳୁଆ ଦେଖାଇବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ରିପୋର୍ଟ ପ୍ରତି ମୋଦି ସରକାରଙ୍କ ଏପରି ଆକ୍ଷେପ ନୂଆ ନୁହେଁ। ୨୦୨୦ ଓ ୨୦୨୧ରେ ହଙ୍ଗର ଇଣ୍ଡେକ୍ସ ପ୍ରକାଶ ପାଇବା ବେଳେ ବି ମୋଦି ସରକାର ଓ ତାଙ୍କର ମନ୍ତ୍ରୀମାନେ ସମାନ ଅଭିଯୋଗ ଆଣିଥିଲେ। ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ ନ କରି ସମସ୍ୟାକୁ ଗୋଟାପଣେ ଟାଳିଦେବା ବା ତଥ୍ୟକୁ ଅସ୍ବୀକାର କରିବା ମୋଦି ସରକାରଙ୍କର ଏକ ନୂଆ କୌଶଳ ହୋଇଛି। ୨୦୧୪ ପୂର୍ବର କୌଣସି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ରିପୋର୍ଟକୁ ନେଇ ଆମ ଦେଶରେ ଏପରି ପ୍ରତିକ୍ରିୟାର ଧାରା ନ ଥିଲା। ଯଦିଓ ସେତେବେଳେ ଭାରତର ସ୍ଥିତି ଭଲ ନ ଥିଲା, କିନ୍ତୁ ସରକାର ସେ ରିପୋର୍ଟକୁ ସ୍ବୀକାର କରୁଥିଲେ। ଏବେ ବି ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ଏହି ରିପୋର୍ଟକୁ ଅସ୍ବୀକାର କରୁଥିବାର ଶୁଣାଯାଇନାହଁି।
ଏତଦ୍‌ବ୍ୟତୀତ ୨୪ ଏପ୍ରିଲ୍‌ ୨୦୨୨ରେ ପ୍ରକାଶିତ ୟୁନାଇଟେଡ୍‌ ନେଶନ୍‌ସ ହାପିନେସ୍‌ ରିପୋର୍ଟରେ ଭାରତର ସ୍ଥାନ ୧୪୬ଟି ଦେଶ ମଧ୍ୟରୁ ୧୩୬। ଅର୍ଥାତ୍‌ ସାରା ବିଶ୍ୱର ମାତ୍ର ଦଶଟି ଦେଶ ଭାରତ ତଳେ ଅଛନ୍ତି। ହାପିନେସ୍‌ ଅର୍ଥାତ୍‌ ଖୁସିର ରହିବାରେ ମଧ୍ୟ ଭାରତ ତଳଆଡୁ ଦଶମ ସ୍ଥାନରେ ଅଛି। ଜନସାଧାରଣଙ୍କ ଶାନ୍ତିରେ ସହାବସ୍ଥାନକୁ ନେଇ ଇଣ୍ଟରନ୍ୟାଶନାଲ ଥିଙ୍କ୍‌ ଟ୍ୟାଙ୍କ୍‌ ଓ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନିମିକ୍‌ ଆଣ୍ଡ ପିସ୍‌ ଦ୍ୱାରା ପ୍ରତିବର୍ଷ ଏକ ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ ପ୍ରକାଶିତ ହୋଇଥାଏ। ୨୦୨୨ର ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସରେ ୧୬୩ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୩୫। ୨୦୨୧ ତୁଳନାରେ ଭାରତ ତିନୋଟି ସ୍ଥାନ ଉପରକୁ ଉଠିଥିଲା ବୋଲି ଗଣମାଧ୍ୟମଗୁଡ଼ିକ ଏହାକୁ ଟିକେ ପ୍ରଚାର କରିଥିଲେ ଓ ସରକାର ବି ଏହି ରିପୋର୍ଟ ପ୍ରତି ଆକ୍ଷେପ କରିଥିବାର ଶୁଣାଯାଇ ନାହଁି। କମିଟ୍‌ମେଣ୍ଟ ଟୁ ରିଡ଼୍ୟୁସ୍‌ ଇନ୍‌ଇକ୍ୱାଲିଟି ଇଣ୍ଡେକ୍ସ-୨୦୨୨ଅର୍ଥାତ୍‌ ଅସମାନତା ହ୍ରାସକରିବା ନିମନ୍ତେ ସଙ୍କଳ୍ପବଦ୍ଧତା ସୂଚକାଙ୍କ-୨୦୨୨ ଅନୁସାରେ ୧୬୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୩। ପ୍ୟାରିସ୍‌ ସ୍ଥିତ ୱାଲର୍‌ଡ ଇନ୍‌ଇକ୍ୱାଲିଟି ଲାବ୍‌ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଏହା ଅନୁଯାୟୀ ଭାରତ ସର୍ବାଧିକ ଅସମାନତା ଦେଶ। ଭାରତର ୧ ପ୍ରତିଶତ ଧନୀଙ୍କ ପାଖରେ ସମୁଦାୟ ରାଷ୍ଟ୍ରୀୟ ରୋଜଗାରର ପାଞ୍ଚ ଭାଗରୁ ଭାଗେ ସମ୍ପଦ ଗଚ୍ଛିତ ଅଛି। ଧନୀମାନଙ୍କ ପାଖରେ ହଁି ଦେଶର ସିଂହଭାଗ ସମ୍ପଦ ଠୁଳ ହୋଇଛି। ବିଶ୍ୱ ଅସମାନତା ରିପୋର୍ଟରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ପ୍ରଥମ। ଅର୍ଥାତ୍‌ ଆମ ଦେଶରେ ବିସମତା ସର୍ବାଧିକ। ସମ୍ପ୍ରତି ସରକାରଙ୍କ ନୀତି ମଧ୍ୟ ଏହି ଅସମାନତାକୁ ଅଧିକରୁ ଅଧିକ ବଢ଼େଇ ଚାଲିଛି। ଧନୀମାନେ ଅଧିକ ଧନୀ ହେଉଥିବା ବେଳେ ଗରିବମାନେ ଅଧିକ ଗରିବ ହେଉଛନ୍ତି। ସମ୍ପ୍ରତି ଆମ ଦେଶର ସରକାରଙ୍କ ଆଶୀର୍ବାଦ ପ୍ରାପ୍ତ ଜଣେ ଧନୀକ ବିଶ୍ୱର ପ୍ରଥମ ତିନିଜଣ ଧନୀ ତାଲିକାରେ ସାମିଲ ହୋଇଛନ୍ତି। ଠିକ୍‌ ସେହି ସମୟରେ ଆମ ଦେଶ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଛଅଟି ସ୍ଥାନ ତଳକୁ ଖସିଛି। ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ! ରିପୋର୍ଟର୍ସ ୱିଦାଉଟ୍‌ ବର୍ଡର ଅନ଼ୁଷ୍ଠାନ ଦ୍ୱାରା ଏବେ ବିଂଶତମ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ପ୍ରକାଶିତ ହୋଇଛି। ସମଦାୟ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୫୦। ୨୦୨୧ରେ ଆମ ଦେଶ ଏହି ସୂଚକାଙ୍କରେ ୧୪୨ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଆଠଟି ସ୍ଥାନ ତଳକୁ ଖସି ୧୫୦ରେ ପହଞ୍ଚତ୍ଛି। ଏହି ଗୋଟିଏ ବର୍ଷ ମଧ୍ୟରେ ନେପାଳ ୩୦ ସ୍ଥାନ ଉପରକୁ ଉଠି ୭୬ତମ ସ୍ଥାନରେ ଅଛି। ପାକିସ୍ତାନ ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ଭାରତଠାରୁ ଭଲ ସ୍ଥିତିରେ ଅର୍ଥାତ୍‌ ୧୪୬ତମ ସ୍ଥାନରେ ଅଛି। ନର୍‌ୱେ ଓ ଡେନ୍‌ମାର୍କ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆମେ ଦେଖି ଆସୁଛେ ଯେ, ଆମ ଦେଶରେ ଗଣମାଧ୍ୟମର ସ୍ବାଧୀନତା ଆଦୌ ବି ନାହଁି କହିଲେ ଚଳିବ। ଅଧିକାଂଶ ଗଣମାଧ୍ୟମକୁ ସରକାର ନିଜ ସ୍ତୁତି ଗାନ କରିବା କାମରେ ଲଗେଇଛନ୍ତି। ସ୍ବାସ୍ଥ୍ୟ ଓ ଶିକ୍ଷାର ସୁବିଧା, ରୋଜଗାରର ସୁଯୋଗ ଆଦି ସହିତ ଲୋକମାନଙ୍କର ଉଚ୍ଚ ମାନର ଜୀବନଶୈଳୀକୁ ନେଇ ପ୍ରତିବର୍ଷ ମାନବ ବିକାଶ ସୂଚକାଙ୍କ ପ୍ରକାଶିତ ହୋଇଥାଏ। ମାନବ ବିକାଶ ସୂଚକାଙ୍କ ୨୦୨୧-୨୨ରେ ୧୯୧ଟି ଦେଶ ମଧ୍ୟରୁ ଭାରତ ୧୩୨ତମ ସ୍ଥାନରେ ଅଛି।
ଉପରୋକ୍ତ ଅନ୍ତର୍ଜାତୀୟ ରିପୋର୍ଟ ଓ ସୂଚକାଙ୍କଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯାଉଛି ଯେ, ଭାରତ ନିୟମିତ ଭାବେ ତଳ ସ୍ଥାନରେ ଅଛି। ଏପରିକି ଏସିଆ ମହାଦେଶର ଛୋଟ ଛୋଟ ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟ ଭାରତଠାରୁ ଭଲ ପରିସ୍ଥିତିରେ ଅଛନ୍ତି। ଏହା ହଁି ବାସ୍ତବ ସ୍ଥିତି। ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଭିନ୍ନ ଭିନ୍ନ ମାପକକୁ ନେଇ ଏହି ସବୁ ରିପୋର୍ଟ ପ୍ରକାଶ କରୁଛନ୍ତି। ଏକା ପ୍ରକାର ମାନକ ବିଶ୍ୱର ସମସ୍ତ ଦେଶ ପାଇଁ ବ୍ୟବହାର ହେଉଛି। ଏମିତି ନୁହେଁ ଯେ, ଭାରତ ପାଇଁ ଗୋଟିଏ ମାନକ ବ୍ୟବହାର ହେଉଛି ଓ ଅନ୍ୟ ଦେଶଗ଼ୁଡ଼ିକ ପାଇଁ ଅଲଗା ମାନକ ବ୍ୟବହାର ହେଉଛି। କିନ୍ତୁ ଆମ ଦେଶର ବର୍ତ୍ତମାନର ସରକାର ଏହି ନଗ୍ନ ସତ୍ୟକୁ ସ୍ବୀକାର କରି ପରିସ୍ଥିତିରେ ଉନ୍ନତି ପାଇଁ ଚେଷ୍ଟା ନ କରି ଗାଲୁଆଙ୍କ ବାରବାଟୀ ଚାଷ ପରି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଓ ନିଜ ହାତରେ ଚଉଦ ପା’ ହେବା ପରି ନିଜକୁ ନିଜେ ବିଶ୍ୱଗୁରୁ ଘୋଷଣା କରୁଛନ୍ତି। ସୂଚନା ଯୋଗ୍ୟ ଯେ, ରିପୋର୍ଟକୁ ତଥା ବାସ୍ତବ ପରିସ୍ଥିତିକୁ ଅସ୍ବୀକାର କଲେ ପରିସ୍ଥିତି ଦୂରେଇ ଯିବ ନାହଁି। ଓଲଟି ସମୟକ୍ରମେ ପରିସ୍ଥିତି ଆହୁରି ଭୟାନକ ଭାବେ ଉଭା ହେବ। ଆମ ଦେଶ ଭାରତ ବର୍ତ୍ତମାନ ସେପରି ପରିସ୍ଥିତି ଦିଗରେ ଗତି କରୁଛି। ସରକାର ବର୍ତ୍ତମାନ ପ୍ରଚାର କରୁଛନ୍ତି ଯେ, ସାରା ବିଶ୍ୱ ଆମ ବିରୋଧରେ ଅଛି। ଅନ୍ତର୍ଜାତୀୟ ସଂସ୍ଥା ତଥା ରିପୋର୍ଟ ଭାରତ ବିରୋଧରେ ଷଡ଼ଯନ୍ତ୍ର କରି ଭାରତକୁ ଜାଣି ଜାଣି ତଳୁଆ ଦେଖାଉଛନ୍ତି। ଏହା ଏକ ପ୍ରକାର ମିଛ। ଏପରି କରି ସରକାର ଲୋକମାନଙ୍କର ମାନସିକତାକୁ ଗୋଟେ ନିବୁଜ କୂଅ ମଧ୍ୟରେ ରଖିବାର ପ୍ରୟାସ କରୁଛନ୍ତି ଓ ପ୍ରକାରାନ୍ତରେ ନିଜ ସ୍ବେଚ୍ଛାଚାରିତାର ଅଧ୍ୟାୟକୁ ଧୀରେ ଧୀରେ ପ୍ରତିଷ୍ଠା କରୁଛନ୍ତି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri