ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର

ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବଡ଼ ଭାଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ପୁଅ ଅରୁଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ପୁରୁଷୋତ୍ତମପୁର ପୋଲିସ ଏକ ମାମଲା(ନଂ. ୨୫୨/୨୧) ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚାରଉଚୁରା ଚଳାଇଛି। ପ୍ରକାଶ ଯେ, ପୈତୃକ ସମ୍ପତି ଭାଗ ବଣ୍ଟାକୁ ନେଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ଭାଇ ବିଜୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଏହାକୁ ନେଇ ବିଜୟଙ୍କ ପରିବାର ଲୋକେ ବିପ୍ରଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ବିଜୟଙ୍କ ନାବାଳକ ପୂଅ ପୂର୍ବ ଯୋଜନା ମୁତାବକ ଧରିଥିବା ଛୁରି ବଡ ବାପା ବିପ୍ରଚରଣ ଓ ଭାଇ ଅରୁଣଙ୍କୁ ଭୁଷି ଦେଇଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଅବରୋଧ କଲା ଭାଜପା

ଦେବଗଡ଼,୩ା୮(ଡି.ଏନ୍‌.ଏ.): ଦେବଗଡ଼ ନୀଳବର୍ନି ସାହି ବାଇପାସ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ଭାଜପା। ଦେବଗଡ଼ ପୌରପରିଷଦରେ ହୋଇଥିବା ବିଭିନ୍ନ ଦୁର୍ନୀତିର...

ଫାଇନ୍‌ରେ ନ ଅଟକୁ ଆଇନ

ଅନୁଗୋଳ ଅଫିସ, ୯ା୧୨ – ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଛି ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ହାର। ୨୦୧୯ ବର୍ଷରେ ମୋଟ୍‌ ୧୧,୦୬୪ଟି ଦୁର୍ଘଟଣା...

ପଶ୍ଚିମା ଝଡ଼ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ

ତିଗିରିଆ,୩।୪(ଡି.ଏନ.ଏ.): ତିଗିରିଆ ବ୍ଲକ ପାଇକିଆଁରାଠାରୁ ଚଷାଆଁରାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ହେବ ବର୍ଷା ଲାଗି...

ବିଦ୍ୟାଳୟରେ ମଳ ତ୍ୟାଗ କରି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନିରାକାରପୁର,୨।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ବିଭାଗ ଅଧୀନ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେତେକ ଦୃର୍ବୃତ୍ତ ସ୍କୁଲରେ ପଶି ମଳ ତ୍ୟାଗ କରି...

ବନ୍ଧରେ ବୁଡ଼ି ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ବନ୍ଧରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ପଞ୍ଚାୟତ ସାହି ବନ୍ଧ ହୁଡ଼ାରେ...

ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

ବିଏମ୍‌ସି ନାଁରେ ନାହିଁ ନୂତନ ବିଲ୍ଡିଂ, ଅସନ୍ତୋଷ ବ୍ୟକ୍ତକଲେ ମେୟର

ଭୁବନେଶ୍ୱର, ୨୪।୧୧ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କର୍ପୋରେଶନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡ...

ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, କରୋନାଠାରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ...

Advertisement
Archives

Model This Week