Posted inଫୁରସତ

ଦ୍ୱିତୀୟ ଡୋଜ ନେବା ପରେ ଶରୀରରେ ସୃଷ୍ଟି ହେଲା ଚୁମ୍ବକୀୟ ଶକ୍ତି

ନାଶିକ,୧୧।୬ : କୋଭିଡ୍‌ ଟିକା ନେବା ପରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ଯାହା ସାଧାରଣ। କିନ୍ତୁ ନାଶିକର ଅରବିନ୍ଦ ସୋନାର ନାମକ ଜଣେ ବ୍ୟକ୍ତି ଅଜବ ଦାବି ଆଣିଛନ୍ତି। ଦ୍ୱିତୀୟ ଟିକା ନେବା ପରେ ତାଙ୍କୁ ଚୁମ୍ବକୀୟ ଶକ୍ତି ମିଳିଛି। ଲୁହାରେ ତିଆରି ପଦାର୍ଥ ତାଙ୍କ ଦେହରେ ଲାଗି ରହୁଥିବା ସେ ଦାବି କରିଛନ୍ତି।

ନିଜ ଦାବିକୁ ପ୍ରମାଣ କରିବା ପାଇଁ ସେ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ପ୍ଲେଟ, ଚାମଚ ଓ ମୂଦ୍ରା ତାଙ୍କ ଦେହରେ ଲାଗି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ ଦେହର ଝାଳ କାରଣରୁ ଏଭଳି ହେଉଥିବା ଅରବିନ୍ଦଙ୍କ ପରିବାର ଲୋକେ ଅନୁମାନ କରୁଥିଲେ। କିନ୍ତୁ ଗାଧୋଇ ସାରିବା ପରେ ମଧ୍ୟ ଲୁହାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତାଙ୍କ ଦେହରେ ଲାଗି ରହୁଥିବା ଜାଣିବାକୁ ପାଇଥିଲେ।

ଭିଡିଓ ଭାଇରାଲ ହେବା ପରେ ଏହାର କାରଣ ଜାଣିବା ପାଇଁ ସୋନାରଙ୍କ ଘରେ ପହଞ୍ଚିଥିଲେ ନାଶିକ ମ୍ୟୁନିସିପାଲ କର୍ପୋରେଶନର ଡାକ୍ତର। ତଦନ୍ତ ଶେଷ ହେବା ପରେ ହିଁ ଏହାର କାରଣ କହିପାରିବୁ । ଏ ସମ୍ପର୍କରେ ଆମେ ପ୍ରଥମେ ସରକାରଙ୍କୁ ଏକ ରିପୋର୍ଟ ପଠାଇବୁ। ପରେ ତଦନ୍ତ ଦରକାର କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର ଅଶୋକ ଥୋରାଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା

ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ। କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍‌ କମ୍‌ ଆଶା ଥାଏ। ମାତ୍ର...

ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର

ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ...

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ...

ଏମିତି ଏକ ଏୟାରପୋର୍ଟ, ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯାହା ଦେଖିବାକୁ ଅନ୍ତରୀକ୍ଷ ଯାନ ସଦୃଶ। ଏପରି ଏୟାରପୋର୍ଟ ରହିଛି ଚାଇନାରେ। ଭିତ୍ତିଭୂମି କ୍ଷେତ୍ରରେ ଚାଇନା ସବୁଠୁ ଆଗରେ।...

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି।...

ବିସ୍କୁଟ ଖାଇବେ, ୪୦ଲକ୍ଷ ଦରମା ପାଇବେ

ସାରା ଦୁନିଆରେ ଅନେକ ପ୍ରକାରର ଚାକିରି ରହିଛି। କିଏ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ଥାଆନ୍ତି ତ ଆଉ କିଏ ନ ଥାଆନ୍ତି। ତେବେ ଯଦି...

ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌: ଏଭଳି ଅଫର ଦେଇ ଦୋକାନ ସିଲ୍‌

ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍‌...

ଏରୋପ୍ଲେନ୍‌ ଘର

ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ...

Advertisement


Archives

Model This Week

Why Dharitri