ରାଜଧାନୀରେ ଲୁଟ୍‌ ବେଳେ ଛୁରାମାଡ଼

ଭୁବନେଶ୍ୱର,୧୫।୯(ବ୍ୟୁରୋ): ଲୁଟ୍‌ କରିବାରେ ବିଫଳ ହେବାରୁ ବୁଧବାର ଜଣେ ବ୍ୟକ୍ତିଙ୍କୁ ଲୁଟେରାମାନେ ଛୁରାମାଡ କରି ଫେରାର ହୋଇଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ଥାନା ବାଲିଆପଡାର ଭରତ ସାହୁ। ଭରତଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଲୁଟେରାଙ୍କୁ ଗିରଫ ଦାବିରେ ବାଲିଆପଡାର ଗ୍ରାମବାସୀମାନେ ନଂ ୧୬ ଜାତୀୟ ରାଜପଥକୁ ଅବରୋଧ କରିବାରୁ ଦେଢ ଘଣ୍ଟା ଧରି ଉଭୟପଟୁ ଯାନବାହନ ଅଟକି ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ଭରତପୁର ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ଘଟଣା ଘଟିଥିବାରୁ ଲୁଟେରାମାନେ ପୋଲିସକୁ ଭୟ କରୁ ନ ଥିବା ସ୍ପଷ୍ଟ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୁଣିଥରେ ବିଜେପୁର ଆସନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଦ୍ୱିତୀୟ ଥର ଲାଗି ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେଡି ଓ...

ମହାନଦୀରେ ବନ୍ୟା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ...

କରୋନା ମୁକାବିଲା: ଗଜପତି ଜିଲାରେ ସର୍ବାଧିକ ୬୪.୬୭% ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ପରେ ଏବେ ଗଜପତି ଜିଲାରେ ସେରୋ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରୁ ରାଜ୍ୟର ସର୍ବାଧିକ...

ଶଙ୍ଖ ଧରିଲେ କରମଚାନ୍ଦ ମହାନ୍ତି

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସୋନପୁର ଜିଲା ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ...

୫ ଦିନିଆ ରିମାଣ୍ଡରେ ଯିବେ ରମେଶ

ଭୁବନେଶ୍ୱର,୩।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଆଉ ୫ ଦିନିଆ ରିମାଣ୍ଡରେ ଯିବେ । ଏନେଇ ଏସ୍‌ଡିଜେମେ୍‌ ପକ୍ଷରୁ ଅନୁମତି ମିଳିଛିି। ତେବେ ୭ ଦିନ...

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୫୭୮ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ...

ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୭୫୦କୁ ବୃଦ୍ଧି ହେବ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ...

ଟିପଚିହ୍ନ ଦେଉଛନ୍ତି ପାଠୁଆ ଭୋଟର

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୭୮ ପ୍ରତିଶତ ମତଦାନ ହେଉଥିବା ରାଜ୍ୟ ନିର୍ବାଚନ କମିଶନର...

Advertisement
Archives

Model This Week