କୋରାପୁଟରେ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ

କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ଲମତାପୁଟ, ମାଛକୁଣ୍ଡ ଓ ପୁଟସିଲରେ ଶୁଟିଂ ହୋଇଥିଲା। ବର୍ତ୍ତମାନ ତାଲାମାଲିରେ ଏହି ଫିଲ୍ମର ଶୁଟିଂ ଚାଲିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଟଲିଉଡ୍‌ର ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରହିଛନ୍ତି।

ମହେଶଙ୍କ ସହ ଶୁଟିଂ ଟିମ୍‌ର ପ୍ରାୟ ୫୦୦ଜଣ କୋରାପୁଟ ଆସିଛନ୍ତି। ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆସି ନ ଥିବା ସୂଚନା ମିଳିଛି। ନାଗା ପ୍ରଣିତ ଏହାର ପ୍ରଡକ୍ସନ ମ୍ୟାନେଜର ରହିଛନ୍ତି। ମାର୍ଚ୍ଚ ପହିଲାରୁ ୨୯ ଯାଏ କେବଳ କୋରାପୁଟ ଜିଲାରେ ଶୁଟିଂ ହେବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜାମୌଲି ବାହୁବଳି, ଆର୍‌ଆର୍‌ଆର୍‌ ଓ ମଗଧୀରା ଆଦି ବ୍ଲକ୍‌ ବଷ୍ଟର ଫିଲ୍ମ ତିଆରି କରିଛନ୍ତି। ଏହି ଫିଲ୍ମଗୁଡିକ ଦୀର୍ଘ ଦିନ ଧରି ହଲ୍‌ରେ ଚାଲିଥିବା ବେଳେ ପୁରସ୍କୃତ ହୋଇଥିଲେ। ଏହି ଫିଲ୍ମ ନିର୍ମାଣ ହେଲେ କୋରାପୁଟ ଚଳଚ୍ଚିତ୍ର ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବା ସହ ଅନ୍ୟ ନିର୍ମାତାମାନେ ଏଠାକୁ ଆସିବାକୁ ଆକୃଷ୍ଟ ହେବେ।

ପୂର୍ବରୁ ୧୭ରୁ ଊର୍ଦ୍ଧ୍ୱ ଦକ୍ଷିଣୀ ଫିଲ୍ମ ଏହି ଜିଲାରେ ଶୁଟିଂ ହୋଇଛି। ସେହିପରି ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ଏହି ଇଣ୍ଡଷ୍ଟ୍ରି ଫିଲ୍ମ ଶୁଟିଂ ପାଇଁ କୋରାପୁଟକୁ ଗୁରୁତ୍ୱ ଦେଉଥିବା ଫିଲ୍ମ ପ୍ରଯୋଜନା ସଂସ୍ଥା କହିଛି। ଗତ ୨ ବର୍ଷ ମଧ୍ୟରେ ଜିଲାରେ ଦକ୍ଷିଣୀ ଫିଲ୍ମ ଶୁଟିଂ ହୋଇଛି। ଜିଲାର ଦେଓମାଳି, ଗୁପ୍ତେଶ୍ୱର, ସୁବାଇ, ନନ୍ଦପୁର, ଡୁଡୁମା, ସୁନାବେଡ଼ା, ଜଲାପୁଟ, କୋରାପୁଟ, ଅପର କୋଲାବ ଡ୍ୟାମ୍‌, ଗୁଲମୀ, କେଚଲା ଓ ରାଜା କେଭ୍‌, ସହ ଏକାଧିକ ପର୍ଯ୍ୟଟନସ୍ଥଳ ରହିଛି। ସ୍ଥାନୀୟ ଲୋକେ ମଧ୍ୟ କିପରି ରୋଜଗାର ପାଇପାରିବେ ଓ ଜିଲାରେ କିପରି ପର୍ଯ୍ୟଟନର ବିକାଶ ହେବା ନେଇ ଗୁରୁତ୍ୱ ଦିଆଯିବ ବୋଲି କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri