‘ଶାହାରୁଖ ଦେଶର ନମ୍ବର-୧ ଆକ୍ସନ ହିରୋ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ଫିଲ୍ମ ‘ପଠାନ୍‌’ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି। ଯାହାକୁ ଦେଖିବା ପାଇଁ ଦର୍ଶକ ଖୁବ୍‌ ଉତ୍ସାହିତ ଥିଲେ। ଫିଲ୍ମଟି ଜାନୁୟାରୀ ୨୫ରେ ରିଲିଜ ହେବା ପରେ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରୁଛି। ୫ ଦିନରେ ପ୍ରାୟ ୫୦୦ କୋଟିରୁ ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଇତି ମଧ୍ୟରେ ନିକଟରେ ଫିଲ୍ମର ଷ୍ଟାରକାଷ୍ଟ ଗଣମାଧ୍ୟମ ସାମ୍ନାକୁ ଆସିବା ସହ ଫିଲ୍ମର ସଫଳତାକୁ ନେଇ କଥାବାର୍ତ୍ତା କରିଥିଲେ। ସୁପରଷ୍ଟାର ଶାହାରୁଖ ଖାନ୍‌, ଦୀପିକା ପାଦୁକୋନ, ଜନ୍‌ ଆବ୍ରାହମ୍‌ ଉପସ୍ଥିତ ଥିଲେ।

ସେହି ସମୟରେ ଜନ୍‌ ଆବ୍ରାହମ୍‌ଙ୍କୁ ବ୍ଲକବଷ୍ଟର ଫିଲ୍ମରେ କାମ କରିବାର ଅଭିଜ୍ଞତା ବିଷୟରେ ପଚରାଗଲା, ଯାହାର ଉତ୍ତରରେ ଜନ୍‌ କହିଛନ୍ତି ଶାହାରୁଖଙ୍କ ସହ ସ୍କ୍ରିନ ଶେୟାର କରି ମୁଁ ବହୁତ ଖୁସି। ତାଙ୍କ ସହ କାମ କରିବା ମୋର ସୌଭାଗ୍ୟର କଥା। ନିଜର ପ୍ରେମ ପ୍ରଦର୍ଶନ କରି ଜନ୍‌ ଶାହାରୁଖଙ୍କୁ ଦେଶର ନମ୍ବର ଓ୍ବାନ୍‌ ଆକ୍ସନ ହିରୋ ବୋଲି କହିଛନ୍ତି। ଶାହରୁଖ ଜଣେ ଅଭିନେତା ନୁହଁନ୍ତି, ସେ ଏକ ଇମୋଶନ। ଏଥିସହ ପରଦାରେ ଥିବା ତାଙ୍କର ପୁରା ଟିମ୍‌କୁ ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରଡ୍ୟୁସର ଆଦିତ୍ୟ ଚୋପ୍ରାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ମୋତେ ଯେଉଁଭଳି ଭାବରେ ଅବସ୍ଥାପିତ କରିଛନ୍ତିି, ତାହା ପାଇଁ ସମସ୍ତ ଶ୍ରେୟ ତାଙ୍କୁ ଦେବି। ଏହା ବ୍ୟତିତ ମୋର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛ। ଫିଲ୍ମ ବହୁତ ଭଲ କାମ କରୁଥିବାରୁ ତାଙ୍କୁ ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri