ଜମ୍ବୁର ସଫଳ ଚାଷୀ ଶ୍ରୀମନ୍ତ: ବାଡ଼ିରେ ଫଳୁଛି ଅଙ୍ଗୁର

ମହାକାଳପଡ଼ା,୨୧ା୫ (ଡି.ଏନ୍‌.ଏ.): ସାଧାରଣତଃ ଥଣ୍ଡା ଜଳବାୟୁରେ ସେଓ, ଅଙ୍ଗୁର, ନାସ୍‌ପାତି, କମଳା, ଲିଚୁ ସମେତ ବିଭିନ୍ନ ଜାତୀୟ ଫଳ ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ। ବିଶେଷକରି ଭାରତର ହିମାଳୟ ପର୍ବତମାଳାର ପାଦଦେଶ ଯଥା ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ଅଞ୍ଚଳରେ ଏହି ଫଳଚାଷ କରାଯାଉଛି। ଅଦ୍ୟାବଧି ଓଡ଼ିଶାର କୋରାପୁଟ, କନ୍ଧମାଳର ଦାରିଙ୍ଗବାଡି ଆଦି ଅଞ୍ଚଳରେ ଏହି ଫଳ ଉତ୍ପାଦନ ହେଉଛି ବୋଲି କୁହାଯାଇଛି। ସେହିପରି ଏହି ଫଳ ବଙ୍ଗୋପସାଗର ତଟଦେଶ ଜମ୍ବୁ ଅଞ୍ଚଳର ଲୁଣି ବାଲି ଢିପରେ ଅଙ୍ଗୁର କୋଳି ଚାରା ରୋପଣ କରାଯାଇ ଚାଷ ହେଉଥିବା ନଜରକୁ ଆସିଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଲୁଣିଆ ଅଞ୍ଚଳ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଜମ୍ବୁ ଗ୍ରାମର ଚାଷୀ ଶ୍ରୀମନ୍ତ ପାହାଡ଼ି (୪୫)ଙ୍କ ବାଡ଼ିରେ ଦେଖିବାକୁ ମିଳିଛି ଅଙ୍ଗୁରଚାଷ। ପାହାଡିଙ୍କର ଅନ୍ୟ ଏକ ପରିଚୟ ରହିଛି ସେ ଜଣେ ସଫଳ ବିଦ୍ୱାନ୍‌ ପଣ୍ଡିତ। ଏହି ଅଞ୍ଚଳର ପୂଜାପାର୍ବଣରେ ଚଣ୍ଡୀପାଠ କରି ବେଶ୍‌ ନାମ କରି ସମସ୍ତଙ୍କର ଆଦରଣୀୟ ପାଲଟିଛନ୍ତି। ପାହାଡି ଏହି ଅଙ୍ଗୁର ଲତା ଚାରା କୋଲକାତାର ଏକ ନର୍ସରୀରୁ ସ୍ବତନ୍ତ୍ର ଭାବେ ଅତି ଯତ୍ନ ସହକାରେ ମଗାଇ ନିଜ ବାଡ଼ିରେ ଚାଷ କରିଛନ୍ତି। ଗୋବର କମ୍ପୋଷ୍ଟ ଖତସାର, ସୋରିଷ ପିଡ଼ିଆ, ଗୋମୂତ୍ରକୁ ମିଶ୍ରଣରେ ପ୍ରୟୋଗ କରି ଚାଷ କରୁଛନ୍ତି। ଏହି ଚାରା ରୋପଣ କରିବାର କିଛି ମାସ ପରେ ଫୁଲ ଫୁଟିବା ସହ ଫଳ ଧରିବା ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନ ଉଠେ, କେବଳ ଥଣ୍ଡା ବା ଭୂମଧ୍ୟ ସାଗରୀୟ ଜଳବାୟୁ ନୁହେଁ, ସମୁଦ୍ର ଲୁଣି ଅଞ୍ଚଳରେ ମଧ୍ୟ ଏହି ଅଙ୍ଗୁର ଚାଷ ହୋଇପାରୁଛି। ଏହି ଅଞ୍ଚଳରେ କେବଳ ଅଙ୍ଗୁର କୋଳି ନୁହେଁ କାଶୀ କୋଳି, ଡ୍ରାଗନ, ଲିଚୁ, ଚେରି କୋଳି ଓ ସେଓ ସମେତ ବିଭିନ୍ନ ଫଳ ଉତ୍ପାଦନ ହେଉଛି। ଏହାର ଉପଯୁକ୍ତ ତାଲିମ ପାଇ ବିଭିନ୍ନ ଜ୍ଞାନ କୌଶଳରେ ଚାଷ କଲେ ଚାଷୀ ସଫଳ ହୋଇପାରିବ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri