ତୁଟିଲା ବନକଲାଗି ବିବାଦ

ପୁରୀ,୯ା୮(ଅଜିତ ମହାନ୍ତି): ଦୀର୍ଘ ଦେଢ଼ ମାସ ଧରି ମହାପ୍ରଭୁଙ୍କ ବନକଲାଗି ହେବାକୁ ନେଇ ଲାଗିରହିଥିବା ବିବାଦ ଶେଷରେ ମଙ୍ଗଳବାର ସମାଧାନ ହୋଇଛି। ତେବେ ଶ୍ରୀବିଗ୍ରହମାନଙ୍କ ବୁଧବାର ବନକଲାଗି ନୀତି ହେବାକୁ ଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅପରପକ୍ଷେ ମହାପ୍ରଭୁଙ୍କ ବନକଲାଗି ନୀତି କରୁଥିବା ଦତ୍ତ ମହାପାତ୍ର ସେବକମାନେ ମଧ୍ୟ ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତିରେ ସହମତି ପ୍ରକାଶ କରି ବୁଧବାର ବନକଲାଗି କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ବନକଲାଗି ନ ହେବା କାରଣରୁ ମହାପ୍ରଭୁଙ୍କ ଶ୍ରୀମୁଖ ଆସ୍ତେ ଆସ୍ତେ ମଳିନ ପଡୁଥିବା ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିପଦଥିବା ସେବାୟତମାନେ ଚିନ୍ତା ପ୍ରକଟ କରିଥିଲେ। ପରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଶେଷରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୯ତାରିଖ (ବୁଧବାର) ବନକଲାଗି ହେବ ବୋଲି ସୂଚନା ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମହାପ୍ରଭୁଙ୍କ ବନକଲାଗି ବୁଧବାର କରିବା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ସୂଚନା ଦିଆଯାଇଛି। ନିଯୋଗଠାରୁ ବନକଲାଗି ପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତମହାପାତ୍ରମାନେ ନେଇଛନ୍ତି। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ପରେ ବନକଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ୫ଘଣ୍ଟା ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସୂଚନାଯୋଗ୍ୟ, ଘୋଷଯାତ୍ରା ପରଠାରୁ ମହାପ୍ରଭୁଙ୍କ ବନକଲାଗି ନେଇ ଅନିଶ୍ଚିତତା ଦେଖିବାକୁ ମିଳିଥିଲା। କେଉଁବାରରେ ବନକଲାଗି ହେବ ତାକୁ ନେଇ ଦତ୍ତ ମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦତ୍ତମହାପାତ୍ର ସେବକମାନେ ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ବନକଲାଗି ଗୁରୁବାର କରିବାକୁ କହୁଥିବାବେଳେ ୨୦୧୮ରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କହିଥିଲା। ଫଳରେ ଉଭୟ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପ୍ରଶାସନ ପକ୍ଷରୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍‌ ଦିଆଯିବା ସହ ବିକଳ୍ପ ବ୍ୟବସ୍ଥା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରି କି ବନକଲାଗି ପାଇଁ ଗୁରୁବାର ଯାଇଥିବା ଦତ୍ତମହାପାତ୍ର ସେବକମାନଙ୍କୁ ପ୍ରଶାସନ ପକ୍ଷରୁ ନୀତି କରିବା ପାଇଁ ନିର୍ଦ୍ଦେଶ ନ ଥିବାରୁ ଫେରିବାକୁ ପଡ଼ିଥିଲା। ବିବାଦ ଅଧିକ ବଢ଼ିବାରୁ ନୀତି ସବ୍‌କମିଟି ବୈଠକ ବସି ଏ ନେଇ ଆଲୋଚନା କରାଯାଇଥିଲା। ମାତ୍ର ଉକ୍ତ ବୈଠକରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା। ପରେ ପ୍ରଶାସନ ଯାହା ନିର୍ଦ୍ଦେଶ ଦେବ ସେହିଦିନ ବନକଲାଗି କରିବେ ବୋଲି ଦତ୍ତମହାପାତ୍ର ସୂଚନା ଦେଇଥିଲେ। ତେବେ ଗତ ବୁଧବାର ଶ୍ରୀମନ୍ଦିରରେ ନକ୍ଷତ୍ର ବନ୍ଦାପନା ଥିବାରୁ ବନକଲାଗି ପାଇଁ ପ୍ରଶାସନ ଅନୁମତି ଦେଇ ନଥିଲା। ସେହିପରି ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ରହୁଥିବାରୁ ବନକଲାଗି ନୀତିରେ ବିଳମ୍ବ ପରିଲଖିତ ହେବା ଲକ୍ଷ୍ୟ କରି ଗୁରୁବାର ମଧ୍ୟ ହୋଇ ନ ଥିଲା। ତେଣୁ ୯ ତାରିଖ ବୁଧବାର ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୌଖିକ ଭାବେ ଜଣାଯାଇଥିଲା। ତେବେ ଗତ ୪ତାରିଖରେ ହୋଇଥିବା ପରିଚାଳନା ବୈଠକରେ ମଧ୍ୟ ବୁଧବାର ବନକଲାଗି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମାସକୁ ଦୁଇଥର ବନକଲାଗି ହେବ। ଯଦି ବୁଧବାର କୌଣସି ନୀତି ବା ସମସ୍ୟା ଥାଏ, ତେବେ ଗୁରୁବାର ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା କହିଥିଲେ। ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ହେବ ବୋଲି ଲିଖିତ ଭାବେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଦତ୍ତ ମହାପାତ୍ର ସେବକ ସଞ୍ଜୟ ଦତ୍ତ ମହାପାତ୍ର କହିଛନ୍ତି, ଶେଷଥର ପାଇଁ ଆଡ଼ପମଣ୍ଡପରେ ହେରାପଞ୍ଚମୀ ପୂର୍ବଦିନ ବନକଲାଗି କରାଯାଇଥିଲା। ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାରକୁ ବନକଲାଗି ବୋଲି କୁହାଯାଇଥାଏ। ବନକଲାଗି ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁନ୍ଦର ଦିଶିଥାଏ। ତେବେ ପ୍ରଶାସନ ପକ୍ଷରୁ ବନକଲାଗି ପାଇଁ ସମସ୍ତ ଜିନିଷ ଯୋଗାଇ ଦିଆଯାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri