ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ

ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର୍‌ (ଇନ୍‌ଟାକ୍‌)ହେରିଟେଜ୍‌ ପକ୍ଷରୁ ଶନିବାର ଚିଠି ଲେଖାଯାଇଛି। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖାଯାଉ ବୋଲି ଇନଟାକ୍‌ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଯେହେତୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି, ଏଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକୁ ସ୍ଥଗିତ ରଖିବା ଦରକାର। ଏଥିସହ ପ୍ରକଳ୍ପ କାର୍ଯ୍ୟ ମେଘନାଦ ପ୍ରାଚୀରକୁ ପ୍ରଭାବିତ କରିପାରେ, ଏଣୁ ଆମସାର୍‌ ଆଇନ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ କରିବାକୁ ଇନ୍‌ଟାକ୍‌ ଉଲ୍ଲେଖ କରିଛି। ମାମଲାର ଶୁଣାଣି ବେଳେ ଏଏସ୍‌ଆଇ ନିଜ ପକ୍ଷ ରଖିଥିବା ହେତୁ, ସମ୍ପ୍ରତି ପ୍ରକଳ୍ପ କାର୍ଯ୍ୟ ରଖିଲେ କୌଣସି ପ୍ରକାର ବିଳମ୍ବ ହେବ ନାହିଁ ବୋଲି ଚିଠିରେ କୁହାଯାଇଛି।

ଇନ୍‌ଟାକ୍‌ ଓଡ଼ିଶା ଚାପ୍ଟର ଆବାହକ ଅଭୟ ଭୂଷଣ ତ୍ରିପାଠୀ କହିଛନ୍ତି, ଗତ ୯ ତାରିଖରେ ସମ୍ପୃକ୍ତ ମାମଲା ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟଙ୍କୁ ସାନି ରିପୋର୍ଟ ମାଗିଛନ୍ତି। ଏଏସ୍‌ଆଇ ରିପୋର୍ଟ ଦାଖଲ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ କରିବା ପାଇଁ ମୁଖ୍ୟମନ୍ତ୍ରୀକୁ ଚିଠି ଲେଖାଯାଇଛି। ଆମସାର୍‌ ଆକ୍ଟ ପରିସର ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ହେବା କଥା। ଶହେମିଟର ଭିତରେ ହେଉଥିବା କାର୍ଯ୍ୟକୁ ଏଏସ୍‌ଆଇ ବିରୋଧ କରୁଛି। ଶହେମିଟର ପରିଧି ମଧ୍ୟରେ ନିର୍ମାଣ ଶ୍ରୀମନ୍ଦିର ଭିତ୍ତିଭୂମିକୁ ପ୍ରଭାବିତ କରିପାରେ। ଏଏସ୍‌ଆଇ ଡିଜି ନିର୍ମାଣସ୍ଥଳ ପରିଦର୍ଶନ କରି ଦେଇଥିବା ରିପୋର୍ଟରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ସମଗ୍ର ଓଡ଼ିଶାବାସୀ ଏହାକୁ ନେଇ ଚିନ୍ତିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ଐତିହ୍ୟପ୍ରେମୀ। ଏଣୁ ସମ୍ପ୍ରତି ହାଇକୋର୍ଟ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖାଯାଉ। ଯେହେତୁ ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦେଲେ ନାହିଁ। ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କରିଛୁ। ଓଡ଼ିଶାବାସୀଙ୍କ ମନୋଭାବ ଓ ମାନସିକତାକୁ ବୁଝି ନିଷ୍ପତ୍ତି ନିଅନ୍ତୁ। ସେହିଭଳି ଆମସାର୍‌ ଆକ୍ଟ ପରିସର ମଧ୍ୟରେ ରହି ଯାହା କାର୍ଯ୍ୟ କରାଯାଉଛି ତାହା କରାଯାଉ। ଆଇନକୁ ଡେଇଁ କୌଣସି କାର୍ଯ୍ୟ ନ ହେଉ। ଶ୍ରୀମନ୍ଦିରର ସୁରକ୍ଷା ଭୂମିକାରେ ଗଜପତିଙ୍କୁ ଦେଖାଯାଉଥିବା ବେଳେ ସେ କିଭଳି ଭାବେ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ କରିବାକୁ ରାଜିହେଲେ ତାହା ବିସ୍ମୟ କଲାଭଳି କଥା। ଏନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମାମଲା କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟ ଥମୁନାହିଁ। ଅନୁମତି ନ ଥିବା ସତ୍ତ୍ବେ ମଧ୍ୟ କାର୍ଯ୍ୟ ଜାରି ରହିଛି। ଠିକାସଂସ୍ଥା ଓ ଜିଲା ପ୍ରଶାସନ ମିଳିତ ଭାବେ କାମ ବଢାଉଛନ୍ତି। ଏନ୍‌ଏମ୍‌ଏର ଏନ୍‌ଓସି ପତ୍ର ଆଧାରରେ କାର୍ଯ୍ୟ କରାଯାଉଛି। ମାମଲାରେ ହାଇକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବା ଦରକାର ବୋଲି ପୁରୀ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଶରତ କୁମାର ରାୟଗୁରୁ ଦାବି କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ସବୁ ସମୟରେ ଚିଠି କରି ରାଜ୍ୟ ସରକାରଙ୍କୁ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବମାନନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଆମସାର୍‌-ଆକ୍ଟ (୧୯୫୮) ୩୦ଏ ଅନୁଯାୟୀ ପ୍ରକଳ୍ପର ଅଂଶୀଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଏତଲା ଦିଆଯାଇପାରିବ। ମାତ୍ର ଏଏସ୍‌ଆଇ ଚୁପ୍‌ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଆଇନଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭତାରୁ ବଁଚିତ୍‌ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲାଠୋର, ୨୨।୧୧(ଡି.ଏନ୍‌.ଏ.)-ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହରୁ ୭ଶହ ଟଁକା ତକ୍‌ ଭତା ଯୁଗେଇ ଦେଉଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀ, କରମ୍‌ଚାରୀକର ଅବହେଲାରୁ ଅନେକ୍‌...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ...

ଘରୁ ଚାଲିଥିଲା ଗଞ୍ଜେଇ ବେପାର: ସୋଲପଟା ଗ୍ରାମରେ ଯାଜପୁର ରୋଡ୍‌ ଅବକାରୀ ବିଭାଗର ଚଢ଼ାଉ; ୮୮ କେଜି ଗଞ୍ଜେଇ ସହ ମହିଳା ଗିରଫ

ଯାଜପୁର ରୋଡ୍‌,୩୧।୫(ନି.ପ୍ର.): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ୍‌ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପାଣିକୋଇଲି ଥାନା ସୋଲପଟା ଗ୍ରାମରେ...

ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ଆଜି ୧୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫ ଲୋକାଲ କେସ୍‌...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତଦାରଖ କଲେ ଜିଲାପାଳ

ରାଜକନିକା, ୨୨।୪ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ରାଜକନିକା ବ୍ଲକ ଗସ୍ତ କରିଛନ୍ତି। ଏହି ସମୟରେ ସେ ସିହୋପଡ଼ା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଆରମ୍ଭ ହେଇଥିବା କାର୍ଯ୍ୟର...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୩ ଜୀବନ

ଭୁବନେଶ୍ୱର,୧୨/୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ପରଲୋକରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର

କଟକ ଅଫିସ, ୩୧।୮: ସୁର୍ପିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ବୁଧବାର କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

Advertisement
Archives

Model This Week