ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ

ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚର୍‌ (ଇନ୍‌ଟାକ୍‌)ହେରିଟେଜ୍‌ ପକ୍ଷରୁ ଶନିବାର ଚିଠି ଲେଖାଯାଇଛି। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ହେତୁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖାଯାଉ ବୋଲି ଇନଟାକ୍‌ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ଯେହେତୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି, ଏଣୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକୁ ସ୍ଥଗିତ ରଖିବା ଦରକାର। ଏଥିସହ ପ୍ରକଳ୍ପ କାର୍ଯ୍ୟ ମେଘନାଦ ପ୍ରାଚୀରକୁ ପ୍ରଭାବିତ କରିପାରେ, ଏଣୁ ଆମସାର୍‌ ଆଇନ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ କରିବାକୁ ଇନ୍‌ଟାକ୍‌ ଉଲ୍ଲେଖ କରିଛି। ମାମଲାର ଶୁଣାଣି ବେଳେ ଏଏସ୍‌ଆଇ ନିଜ ପକ୍ଷ ରଖିଥିବା ହେତୁ, ସମ୍ପ୍ରତି ପ୍ରକଳ୍ପ କାର୍ଯ୍ୟ ରଖିଲେ କୌଣସି ପ୍ରକାର ବିଳମ୍ବ ହେବ ନାହିଁ ବୋଲି ଚିଠିରେ କୁହାଯାଇଛି।

ଇନ୍‌ଟାକ୍‌ ଓଡ଼ିଶା ଚାପ୍ଟର ଆବାହକ ଅଭୟ ଭୂଷଣ ତ୍ରିପାଠୀ କହିଛନ୍ତି, ଗତ ୯ ତାରିଖରେ ସମ୍ପୃକ୍ତ ମାମଲା ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟଙ୍କୁ ସାନି ରିପୋର୍ଟ ମାଗିଛନ୍ତି। ଏଏସ୍‌ଆଇ ରିପୋର୍ଟ ଦାଖଲ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ କରିବା ପାଇଁ ମୁଖ୍ୟମନ୍ତ୍ରୀକୁ ଚିଠି ଲେଖାଯାଇଛି। ଆମସାର୍‌ ଆକ୍ଟ ପରିସର ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ହେବା କଥା। ଶହେମିଟର ଭିତରେ ହେଉଥିବା କାର୍ଯ୍ୟକୁ ଏଏସ୍‌ଆଇ ବିରୋଧ କରୁଛି। ଶହେମିଟର ପରିଧି ମଧ୍ୟରେ ନିର୍ମାଣ ଶ୍ରୀମନ୍ଦିର ଭିତ୍ତିଭୂମିକୁ ପ୍ରଭାବିତ କରିପାରେ। ଏଏସ୍‌ଆଇ ଡିଜି ନିର୍ମାଣସ୍ଥଳ ପରିଦର୍ଶନ କରି ଦେଇଥିବା ରିପୋର୍ଟରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ସମଗ୍ର ଓଡ଼ିଶାବାସୀ ଏହାକୁ ନେଇ ଚିନ୍ତିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ଐତିହ୍ୟପ୍ରେମୀ। ଏଣୁ ସମ୍ପ୍ରତି ହାଇକୋର୍ଟ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖାଯାଉ। ଯେହେତୁ ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦେଲେ ନାହିଁ। ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କରିଛୁ। ଓଡ଼ିଶାବାସୀଙ୍କ ମନୋଭାବ ଓ ମାନସିକତାକୁ ବୁଝି ନିଷ୍ପତ୍ତି ନିଅନ୍ତୁ। ସେହିଭଳି ଆମସାର୍‌ ଆକ୍ଟ ପରିସର ମଧ୍ୟରେ ରହି ଯାହା କାର୍ଯ୍ୟ କରାଯାଉଛି ତାହା କରାଯାଉ। ଆଇନକୁ ଡେଇଁ କୌଣସି କାର୍ଯ୍ୟ ନ ହେଉ। ଶ୍ରୀମନ୍ଦିରର ସୁରକ୍ଷା ଭୂମିକାରେ ଗଜପତିଙ୍କୁ ଦେଖାଯାଉଥିବା ବେଳେ ସେ କିଭଳି ଭାବେ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ କରିବାକୁ ରାଜିହେଲେ ତାହା ବିସ୍ମୟ କଲାଭଳି କଥା। ଏନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମାମଲା କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟ ଥମୁନାହିଁ। ଅନୁମତି ନ ଥିବା ସତ୍ତ୍ବେ ମଧ୍ୟ କାର୍ଯ୍ୟ ଜାରି ରହିଛି। ଠିକାସଂସ୍ଥା ଓ ଜିଲା ପ୍ରଶାସନ ମିଳିତ ଭାବେ କାମ ବଢାଉଛନ୍ତି। ଏନ୍‌ଏମ୍‌ଏର ଏନ୍‌ଓସି ପତ୍ର ଆଧାରରେ କାର୍ଯ୍ୟ କରାଯାଉଛି। ମାମଲାରେ ହାଇକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବା ଦରକାର ବୋଲି ପୁରୀ ଜିଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଶରତ କୁମାର ରାୟଗୁରୁ ଦାବି କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ସବୁ ସମୟରେ ଚିଠି କରି ରାଜ୍ୟ ସରକାରଙ୍କୁ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବମାନନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଆମସାର୍‌-ଆକ୍ଟ (୧୯୫୮) ୩୦ଏ ଅନୁଯାୟୀ ପ୍ରକଳ୍ପର ଅଂଶୀଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଏତଲା ଦିଆଯାଇପାରିବ। ମାତ୍ର ଏଏସ୍‌ଆଇ ଚୁପ୍‌ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଆଇନଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri