Posted inଜାତୀୟ

‘ପୁରୁଷ’ ଘୋଷିତ ମହିଳା ପାଇବେ ପୋଲିସ ଚାକିରି

ମୁମ୍ବାଇ, ୧୫ା୫: ପୋଲିସ ବିଭାଗରେ ଚାକିରି ପାଇଁ ଆବେଦନ କରିଥିଲେ। ଲିଖିତ ଓ ଶାରୀରିକ ପରୀକ୍ଷାରେ ୨୦୦ରୁ ୧୭୧ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ହେଲେ ଡାକ୍ତରୀ ରିପୋର୍ଟରେ ଯେଉଁ ଫଳାଫଳ ଆସିଲା ତାହା ଆଶାୟୀ ଯୁବତୀଙ୍କୁ କେବଳ ବିସ୍ମିତ କରି ନ ଥିଲା, ବରଂ ଚିନ୍ତାରେ ମଧ୍ୟ ପକାଇ ଦେଇଥିଲା। ମେଡିକାଲ ଟେଷ୍ଟ ରିପୋର୍ଟରେ ସେ ଜଣେ ‘ପୁରୁଷ’ ବୋଲି ଦର୍ଶାଯିବା ପରେ ତାଙ୍କ ନିଯୁକ୍ତି ହୋଇପାରି ନ ଥିଲା। ଫଳରେ ସେ ବାଧ୍ୟ ହୋଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଆଶାୟୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ କହିବା ସହ ୨ ମାସ ମଧ୍ୟରେ ତାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଶାରୀରିକ ଅସଙ୍ଗତିରେ ଆବେଦନକାରୀଙ୍କ କୌଣସି ଦୋଷ ନାହିଁ ବୋଲି ଜଷ୍ଟିସ୍‌ ରେବତୀ ମୋହିତ ଏବଂ ମାଧବ ଜମାଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।
ଅନୁସାରେ, ୨୦୧୮ରେ ମହାରାଷ୍ଟ୍ରର ଯୁବତୀ ଜଣକ ୧୯ ବର୍ଷର ହୋଇଥିବାବେଳେ ଅନୁସୂଚିତ ଜାତି (ଏସ୍‌ସି) ବର୍ଗରେ ପୋଲିସ ବିଭାଗରେ ଚାକିରି ପାଇଁ ଆବେଦନ କରି ଆବଶ୍ୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେତେବେଳେ ସେ ନିଜକୁ ଜଣେ ମହିଳା ବୋଲି ଦର୍ଶାଇଥିଲେ। କିନ୍ତୁ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ମେଡିକାଲ ଟେଷ୍ଟ ରିପୋର୍ଟରେ ଯୁବତୀଙ୍କ ଶରୀରରେ ଗର୍ଭାଶୟ ଓ ଡିମ୍ବାଣୁ ନ ଥିବା ଜଣାପଡ଼ିଥିଲା। ଆଉ ଏକ ଟେଷ୍ଟରେ ତାଙ୍କ ଶରୀରରେ ଉଭୟ ପୁରୁଷ ଏବଂ ମହିଳା କ୍ରୋମୋଜୋମ୍‌ ଥିବା ରିପୋର୍ଟ ଆସିଥିଲା। ତେଣୁ ଏହି ଆଧାରରେ ତାଙ୍କୁ ‘ପୁରୁଷ’ ବୋଲି ଘୋଷଣା କରାଯାଇଥିଲା। ନିଯୁକ୍ତିରୁ ବାଦ୍‌ ପଡ଼ିବା ପରେ ଯୁବତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଶାରୀରିକ ଅସଙ୍ଗତି ବିଷୟରେ କିଛି ଜାଣି ନ ଥିବା କହିଥିଲେ। ସେ ପିଲାବେଳୁ ଜଣେ ଝିଅ ଭାବେ ଚଳି ଆସିଛନ୍ତି। ଏପରି କି ପରିବାର ଲୋକେ ତାଙ୍କ ନାଁ ମଧ୍ୟ ଜଣେ ଝିଅଙ୍କ ଭଳି ରଖିବା ସହ ସମସ୍ତ ସାର୍ଟିଫିକେଟରେ ଲିଙ୍ଗ ବର୍ଗରେ ସେ ନିଜକୁ ଜଣେ ମହିଳା ଭାବେ ଦର୍ଶାଇଆସିଥିବା କହିଥିଲେ। ତେଣୁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତିପତ୍ର ଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଅଦାଲତ ଏହାକୁ ଏକ ସହାନୁଭୂତି ମାମଲା ଭାବେ ବିଚାର କରିବାକୁ କହିବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କୁ ପୋଲିସ ଚାକିରି ଦେବା ପାଇଁ ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri