ବଡ଼ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍‌ ହେବ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଦିଲ୍ଲୀ ଅଗ୍ନିକାଣ୍ଡରେ ୨୭ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି । ଓଡ଼ିଶା ଅଗ୍ନି ନିରୋଧକ ଏବଂ ଅଗ୍ନି ନିରାପତ୍ତା ରୁଲ୍‌ସ-୨୦୧୭କୁ କଡ଼ାକଡ଼ି ପାଳନ କରିବାକୁ ଅଗ୍ନିଶମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସମସ୍ତ ଜିଲାର ସହକାରୀ ଅଗ୍ନିଶମ ଅଧିକାରୀ, ସବୁ ସର୍କଲର ଡେପୁଟି ଅଗ୍ନିଶମ ଅଧିକାରୀ ଓ ରାଜ୍ୟର ରେଞ୍ଜ ଫାୟାର ଅଫିସରଙ୍କୁ ଶନିବାର ଏ ନେଇ ଚିଠି ଲେଖିଛନ୍ତି। ହୋଟେଲ, ଲଜ୍‌, ଗେଷ୍ଟ ହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଅଫିସ୍‌ ବିଲ୍‌ଡିଂ, ବିଜ୍‌ନେସ ଅଫିସ, ଅଡିଟୋରିୟମ, କୋଚିଂ ସେଣ୍ଟର, କନ୍‌ଭେନଶନ ହଲ୍‌, ହଷ୍ଟେଲ, କଳକାରଖାନା, ଶିଳ୍ପାନୁଷ୍ଠାନ ଆଦିରେ ଅଗ୍ନିଶମ ନିରାପତ୍ତା ଅଡିଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ଯେପରି ଲାଗିବ ସେଥିଲାଗି ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ବିଭିନ୍ନ ପ୍ରତିଷ୍ଠାନରେ ଯାଞ୍ଚ  କରିବା ଲାଗି ସମସ୍ତ ଅଗ୍ନିଶମ ଅଧିକାରୀ ତଥା ସହକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ମାର୍କେଟ କମିଟିର ସହଭାଗିତାରେ ପଦକ୍ଷେପ ନେବା ଲାଗି କୁହାଯାଇଛି । ଜିଲା ମୁଖ୍ୟାଳୟ ଡାକ୍ତରଖାନା, ଜିଲାପାଳଙ୍କ ଅଫିସ୍‌ ଏବଂ ବହୁତଳ ଅଟ୍ଟାଳିକାଗୁଡ଼ିକରେ ଆସନ୍ତା ୨୧ ତାରିଖ ସୁଦ୍ଧା ଅଗ୍ନି ନିରାପତ୍ତା ଯାଞ୍ଚ ଶେଷ କରିବାକୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଜନଗହଳିପୂର୍ଣ୍ଣ ହାଟ ବଜାରଗୁଡ଼ିକରେ ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ବଜାର କମିଟି ସହିତ ସହଯୋଗ କରିବାକୁ ସମସ୍ତ ଅଗ୍ନିଶମ ଷ୍ଟେଶନ ଅଧିକାରୀମାନଙ୍କୁ କୁହାଯାଇଛି। ଏଥିସହିତ ହାଟଗୁଡ଼ିକରେ ବସୁଥିବା ଦୋକାନୀମାନେ ଖୋଲା ବିଦ୍ୟୁତ୍‌ ତାର ବ୍ୟବହାର ନ କରିବାକୁ କୁହାଯାଇଛି। ସେଗୁଡ଼ିକ ଅତ୍ୟଧିକ ଲୋଡ୍‌ ସମ୍ଭାଳି ନ ପାରି ଶର୍ଟସର୍କିଟ ହେବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରତିଷ୍ଠାନରେ ଥିବା ସୁପରଭାଇଜର ଅଗ୍ନି ନିରାପତ୍ତା ସୁରକ୍ଷା ନିଶ୍ଚିତ କରିବାକୁ ଅଗ୍ନିଶମ କେନ୍ଦ୍ର ଅଧିକାରୀମାନଙ୍କୁ କୁହାଯାଇଛି। ଅଗ୍ନିଜନିତ ବିପଦ ସମୟରେ ୧୧୨କୁ ଡାଏଲ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri