ଶ୍ରୀଲିଙ୍ଗରାଜ ମନ୍ଦିର: ଆରମ୍ଭ ହେବ ନୂଆ ରୋଷଘର କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୧୩ା୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ଦୈନଦିନ ନୀତିରେ ଶଙ୍ଖୁଡ଼ି ଭୋଗ, ଅନ୍ନ ଭୋଗ ଲାଗି ହୋଇଥାଏ। ପ୍ରାଚୀନ କାଳରୁ ମନ୍ଦିର ବେଢା ପରିସରରେ ନୃସିଂହ ଦେବ ମନ୍ଦିର ପଛପଟେ ରହିଛି ଠାକୁରଙ୍କ ରୋଷଘର। ସମ୍ପ୍ରତି ଏଠାରେ ୪ରୁ ୫ଟି ରୋଷଚୁଲା ରହିଛି। ବିଭିନ୍ନ ସମସ୍ୟା ଦେଖାଦେବାରୁ ଏହି ରୋଷଘର ପଛପଟକୁ ୫ବର୍ଷ ପୂର୍ବେ ନୂତନ ରୋଷଘର ନିର୍ମାଣ ହୋଇଥିଲା। ଏଠାରେ ୨୦ରୁ ଊର୍ଦ୍ଧ୍ୱ ଚୁଲା ରହିଛି। ଏହି ରୋଷଘରୁ ପେଜପାଣି, ଅନ୍ନ, ବିଭିନ୍ନ ବ୍ୟଞ୍ଜନରୁ ଉଦ୍‌ବୃତ୍ତ ଖାଦ୍ୟ ପେଜ ନଳାରେ ଯାଇ ଜାମ ହେବା ଭଳି ବିଭିନ୍ନ ସମସ୍ୟା ଦେଖାଯାଉଛି। ଉକ୍ତ ନୂତନ ରୋଷଘର ମରାମତି କରିବାକୁ ଏଏସଆଇ ପକ୍ଷରୁ ବର୍ଷେ ପୂର୍ବରୁ ଟେଣ୍ଡର ସରିଥିଲା। କୌଣସି କାରଣରୁ ରୋଷଘର କାର୍ଯ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଏବେ ଏହି କାର୍ଯ୍ୟ କରିବା ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସଂକ୍ରାନ୍ତି ପରେ ନୂତନ ରୋଷଘରର ପୁନରୁଦ୍ଧାର କାର୍ଯ୍ୟ ହେବା ନେଇ ଏଏସଆଇ ସଂରକ୍ଷଣ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି। ରୋଷଘର ହସ୍ତାନ୍ତର ପରେ ଠାକୁରଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦେଇ ପ୍ରଥମେ ବିଭିନ୍ନ ସମସ୍ୟା ଯାଞ୍ଚ କରାଯିବ ଏବଂ ପରେ ମରାମତି କାମ ହେବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ...

ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌

ଭୁବନେଶ୍ୱର,୩।୩: ପଦ୍ମ ଧରିଛନ୍ତି ଆଇଏଏସ ଟପର୍‌। ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ ଟପର୍‌ ତଥା ବିଶିଷ୍ଟ ସାହିତି୍ୟକ ଡ. ହୃଷୀକେଶ...

ନିର୍ବାଚନ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି: ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର,୩।୩ (ସୂର୍ଯ୍ୟକାନ୍ତ ବେହେରା): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ହାୱା ଚାରି ଆଡେ ଦେଖିବାକୁ...

ବିଜେଡି ଛାଡୁଛନ୍ତି ବଡ ବଡ ନେତା, ପୁଣି ଦଳ ଛାଡିଲେ ଆଉ ଜଣେ Ex MLA

କେନ୍ଦୁଝର,୩।୩: ବିଜେଡିକୁ ପୁଣି ଝଟ୍‌କା। ଦଳ ଛାଡିଲେ ଆଉ ଜଣେ ପୂର୍ବତନ ବିଧାୟକ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଶଙ୍ଖ ଛାଡିଛନ୍ତି। ଶଙ୍ଖ ଛାଡି ପ୍ରେମାନନ୍ଦ...

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ...

ବରଯାତ୍ରୀଙ୍କୁ ଧରି ଫେରୁଥିବାବେଳେ ବ୍ରେକ୍‌ ଫେଲ ହେଲା ବସ୍‌

ଗଜପତି,୩।୩: ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ ଫେଲ ହେଲା ବସ। ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ୱରେ ଥିବା ବିରାଟକାୟ ପଥରରେ ପିଟି ହୋଇଯାଇଛି।...

ନିର୍ମାଣ ଶ୍ରମିକଙ୍କ ପେନ୍‌ସନ୍‌ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩।୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ୍‌ ବୃଦ୍ଧି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ...

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୩।୩: ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରବିବାର ରାଜ୍ୟ ଭାଜପା କାର୍ଯ୍ୟଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri