ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୧୪ ।୧୧: ଚାଇନାର ଆକ୍ରମକ ବିସ୍ତରାବାଦୀ ନୀତି ଓ ଋଣ ଜାଲରେ ଫସାଇବାର ଯୋଜନାକୁ ଦେଖି ଛୋଟ ଛୋଟ ଦେଶବି ମୁହଁ ଖୋଲିବା ଆରମ୍ଭ କରି ଦେଲେଣି । ଏବେ ଏଥିରେ ସାମିଲ ହୋଇଛି ଶ୍ରୀଲଙ୍କା । ଚାଇନା କମ୍ପାନୀର ଖରାପ ଗୁଣବତ୍ତା ବିଶିଷ୍ଟ ଅର୍ଗାନିକ ଫର୍ଟିଲାଇଜରର ୨୦ ହଜାର ଟନ ଖାଦ୍ୟକୁ ନେବାକୁ ମନା କରିଦେଇଛି ଶ୍ରୀଲଙ୍କା । ଏହାପରେ ଦୁଇ ଦେଶ ମଧ୍ୟରେ ଦୁର୍ଲଭ କୁଟନୀତିର ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏକ ଆକ୍ରମଣାତ୍ମକ ଢଙ୍ଗରେ ଚାଇନା ଶ୍ରୀଲଙ୍କାର ଏକ ବ୍ୟାଙ୍କକୁ ବ୍ଲାକଲିଷ୍ଟ କରିଦେଇଛି । ଏପଟେ ଶ୍ରୀଲଙ୍କାର ବିଶେଷଜ୍ଞମାନେ ଚାଇନା ଖାଦ୍ୟକୁ ବିରୋଧ କରିଛନ୍ତି । ଏହାସହ ଶ୍ରୀଲଙ୍କା ଚାଇନାର ୯ ମିଲିୟନ ଡଲାର ପ୍ରାପ୍ୟ ଅର୍ଥକୁ ମଧ୍ୟ ବନ୍ଦ କରିଦେଇଛି । ଏହାପରେ ଚାଇନା ରାଗିଯାଇ ଶ୍ରୀଲଙ୍କାର ଏକ ବ୍ୟାଙ୍କକୁ ବ୍ଲାକ ଲିଷ୍ଟ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଏବେ ବିଶ୍ୱର ପ୍ରଥମ ଦେଶ ଭାବେ କେବଳ ଜୈବିକ ଖାଦ୍ୟ ଶସ୍ୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ମହିନ୍ଦା ରାଜପକ୍ଷେଙ୍କ ସରକାର ରାସାୟନିକ ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଏବେ ଚାଇନାରୁ ଆସିଥିବା ଖାଦ୍ୟରେ କ୍ଷତିକାରଣ ବ୍ୟାକ୍ଟ୍ରିୟା ଥିବା ବିଶେଷଜ୍ଞମାନେ ଜାଣିପାରିବା ପରେ ଚାଇନାର ୨୦ ହଜାର ଟନ ଖାଦ୍ୟ ଶସ୍ୟକୁ ନେବାକୁ ଶ୍ରୀଲଙ୍କା ମନା କରିଦେଇଛି । ବିଶେଷଜ୍ଞମାନେ କହିଛନ୍ତି କି ଚାଇନାରୁ ଆସିଥିବା ଖାଦ୍ୟରେ ଯେଉଁ ରାସାୟନିକ ପଦାର୍ଥ ମିଳିଛି ତାହା ମାଟି ତଳର ଖାଦ୍ୟ ଯେମିତିକି ଆଳୁ, ଗାଜର ଆଦିକୁ କ୍ଷତି ପହଞ୍ଚାଇପାରେ । ତେଣୁ ଏହାକୁ ଶ୍ରୀଲଙ୍କା ନେବାକୁ ମନା କରିଦେବା ପରେ ଖପ୍ପା ହୋଇଛି ଚାଇନା ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri