Posted inଖେଳ

ଶ୍ରୀଲଙ୍କାର ୩ ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ୍‌ରେ ସୀମିତ ରହିଥିଲା। ମହମ୍ମଦ ସିରାଜ୬ ଉଇକେଟ ନେଇଥିଲା। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩ ଉଇକେଟ ନେଇଥିବା ବେଳେ ବୁମରା ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ।
ଶ୍ରୀଲଙ୍କା ଦଳର ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ପରେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ସେମାନଙ୍କ ନାମରେ ୩ଟି ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଭାରତ ବିପକ୍ଷରେ ଦିନିକିଆ ଫର୍ମାଟରେ କୌଣସି ଦଳ ଦ୍ୱାରା ସର୍ବନିମ୍ନ ସ୍କୋର ରେକର୍ଡ ହୋଇଛି। ଏହାପୂର୍ବରୁ ଏହି ରେକର୍ଡ ବାଂଲାଦେଶ ନାମରେ ରେକର୍ଡ କରାଯାଇଥିଲା। ୨୦୧୪ ମସିହାରେ ଟିମ ଇଣ୍ଡିଆ ବିପକ୍ଷ ମିରପୁରରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୫୮ ରନ ପାଇଁ ବାଂଲାଦେଶକୁ ଅଲଆଉଟ୍‌ କରିଥିଲା।
ଦିନିକିଆ ଫର୍ମାଟରେ ଏପର୍ଯ୍ୟନ୍ତ କୌଣସି ଟୁର୍ନାମେଣ୍ଟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ ଶ୍ରୀଲଙ୍କା ନାମରେ ରେକର୍ଡ ହୋଇଛି। ଏହାପୂର୍ବରୁ, ଏହି ରେକର୍ଡ ଶ୍ରୀଲଙ୍କା ୨୦୦୦ ମସିହାରେ ଶାରଜାଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସେ ୫୪ ରନ ସ୍କୋର କରି ଅଲଆଉଟ୍‌ ହୋଇଥିଲା। ଦିନିକିଆର କୌଣସି ଦଳ ଫାଇନାଲ ମ୍ୟାଚ ରେ ସର୍ବନିମ୍ନ ସଂଖ୍ୟକ ଓଭର ଖେଳିବାର ରେକର୍ଡ ମଧ୍ୟ ଶ୍ରୀଲଙ୍କା ନାମରେ ରେକର୍ଡ ହୋଇଛି। ଶ୍ରୀଲଙ୍କା ଏହି ମ୍ୟାଚରେ ମାତ୍ର ୧୫.୨ ଓଭରରେ ସୀମିତ ରହିଥିଲା।
ଦିନିକିଆ ଫର୍ମାଟ ଇତିହାସରେ ଶ୍ରୀଲଙ୍କା ଦଳର ସର୍ବନିମ୍ନ ସ୍କୋର ୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ୪୩ ରନ ଥିଲା। ଏହା ବ୍ୟତୀତ ଏହି ମ୍ୟାଚରେ ରେକର୍ଡ ହୋଇଥିବା ତାଙ୍କର ଦ୍ୱିତୀୟ ସର୍ବନିମ୍ନ ସ୍କୋର ହେଉଛି ୫୦ ରନ। ଏହି ମ୍ୟାଚରେ ଶ୍ରୀଲଙ୍କା ଦଳର କେବଳ ୨ଖେଳାଳି ଡବଲ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri