୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

କଲମ୍ବୋ,୧୩।୨: ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବେଆଇନ ଭାବେ ମାଛ ଧରିବା ପାଇଁ ୨ ଡଙ୍ଗା ମଧ୍ୟ ଜବତ କରିଛି। ରବିବାର ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଶ୍ରୀଲଙ୍କା ନୌସେନା କହିଛି, ତଲାଇମନ୍ନାର ଉତ୍ତର ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଏହି ମତ୍ସ୍ୟଜୀବୀମାନେ ସମୁଦ୍ରର ଜଳ ତଳେ ଜାଲ ପକାଇ ମାଛ ଧରୁଥିଲେ।
ଫେବୃୟାରୀ ୧୨ ରାତ୍ରିରେ ସମୁଦ୍ରରେ ଏକ ଅପରେସନ କରାଯାଇଥିଲା। ଏହି ସମୟ ମଧ୍ୟରେ ଶ୍ରୀଲଙ୍କା ନୌସେନା ଦୁଇଟି ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିବା ସହ ଶ୍ରୀଲଙ୍କା ଜଳରେ ମାଛ ଧରୁଥିବା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଫେବୃୟାରୀ ୮ରେ ମାଛ ଧରିବା ଅଭିଯୋଗରେ ୧୧ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ଦିନରେ ତିଆରି ହେଲା ହସ୍ପିଟାଲ

ବେଜିଂ,୧୫।୩: ଚାଇନା ୬ ଦିନରେ ୬ ହଜାର ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ହସ୍ପିଟାଲ ତିଆରି କରି ଏବେ ଚର୍ଚ୍ଚାରେ। ହସ୍ପିଟାଲ ନିର୍ମାଣର ଏକ ଭିଡିଓ...

ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୨୪।୧୧: ପାକିସ୍ତାନ ଦେବାଳିଆ ହୋଇଯାଇଥିବା କଥା ଶେଷରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଭୁଶୁଡି ପଡିଛି।...

ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ ଏବେ ହେବ ଜରୁରୀ

ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌...

ହ୍ୟୁଷ୍ଟନକୁ ଚାବି ଉପହାର ଦେଲେ

ହ୍ୟୁଷ୍ଟନ,୨୩ା୯ (ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୟୁଷ୍ଟନ ସହରକୁ ଏକ ବଡ଼ ଚାବି ଉପହାର ଦେଇଛନ୍ତି। ସେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ ମଞ୍ଚରେ ପହଞ୍ଚତ୍ବା ପରେ ସେଠାରେ...

ପୋଲ ତଳେ ଫସିଲା ପ୍ଲେନ

ବେଜିଂ,୨୩।୧୦: ଚାଇନାର ହର୍ବିନ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଛନ୍ତି। ହର୍ବିନ୍‌ ସହରର ଏକ ପୋଲ ତଳେ ଟ୍ରକରେ...

କରୋନା ରୋକିବାକୁ ବାଇଡେନ୍‌ଙ୍କ ନୂଆ ପ୍ରୟାସ

ୱାଶିଂଟନ,୨୫ ।୧: କରୋନା ମହାମାରୀ ଏବେବି ଆମେରିକାରେ ଥମିବାର ନାଁ ନେଉନାହିଁ । ସଂକ୍ରମଣ ସଂଖ୍ୟାରେ ବେଳକୁ ବେଳେ ବୃଦ୍ଧି ହେଉଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି...

ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ

କେପ୍‌ଟାଉନ୍‌,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍‌ଶେକ୍‌ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ।...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

Advertisement
Archives

Model This Week