Posted inଖେଳ

କ୍ଲିନ୍‌ ସୁଇପ୍‌ ହାତଛଡ଼ା କଲା ଭାରତ

ଡାମ୍ବୁଲା,୨୭।୬: ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ୭ ଉଇକେଟରେ ଶ୍ରୀଲଙ୍କା ହରାଇ ଦେଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ୧୩୯ ରନ୍‌ର ଚ୍ୟାଲେଞ୍ଜିଂ ସ୍କୋରକୁ ଅଧିନାୟିକା ଚାମିରା ଆଟାପାଟୁଙ୍କ ବିସ୍ଫୋରକ ୮୦ ରନ୍‌ର ପାଳି ଯୋଗୁ ଶ୍ରୀଲଙ୍କା ୩ ଓଭର ପୂର୍ବରୁ ହାସଲ କରି ନେଇଥିଲା। ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଥିଲେ ମଧ୍ୟ କ୍ଲିନ ସୁଇପ୍‌ ହାସଲ କରିବାରେ ବିଫଳ ହୋଇଛି। ଦର୍ଶନୀୟ ପାଳି ଖେଳିଥିବା ଘରୋଇ ଅଧିନାୟିକାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଓଭରରେ ହିଁ ସେଫାଳୀ ବର୍ମା(୫)ଙ୍କ ଉଇକେଟ ହରାଇଥିଲା। ସ୍ମୃିତି ମନ୍ଧାନା(୨୨ ରନ, ୩ ଚୌକା) ଓ ସାବିନେନି ମେଘନା (୨୨ ରନ, ୩ ଚୌକା) ୨ୟ ଉଇକେଟରେ ୪୧ ରନ୍‌ ଯୋଡ଼ିବା ପରେ କ୍ରମାଗତ ଓଭରରେ ଆଉଟ୍‌ ହୋଇଥିଲେ। ତା’ପରେ ଅଧିନାୟିକା ହରମନପ୍ରୀତ କୌର (୩୯ ରନ୍‌, ୩ ଚୌକା ଓ ୧ ଛକା) ଏବଂ ଜେମ୍ମିମା ରୋଡ୍ରିଗୁଏଜ (୩୩ ରନ୍‌, ୩ ଚୌକା)ଙ୍କ ମଧ୍ୟରେ ୪ର୍ଥ ଉଇକେଟ ପାଇଁ ୬୪ ରନ୍‌ର ଭାଗୀଦାରି ହୋଇଥିଲା। ଶେଷକୁ ପୂଜା ବସ୍ତ୍ରକାର ୬ ବଲରେ ୨ ଚୌକା ସହାୟତାରେ ୧୩ ରନ୍‌ କରି ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ। ଫଳରେ ଭାରତୀୟ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୩୮ ରନ୍‌ କରିଥିଲା। ଘରୋଇ ଦଳ ପାଇଁ ଓ ରାଣାସିଙ୍ଘେ, ଆମା କଞ୍ଚନା ଓ ସୁଗନ୍ଧିକା କୁମାରୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ଭଲ ଆରମ୍ଭ ମିଳି ନ ଥିଲା। ଦଳ ପାଓ୍ବରପ୍ଲେ ମଧ୍ୟରେ ଭିଶ୍ମି ଗୁଣାରତ୍ନେ (୫) ଓ ହର୍ଶିତା ମାଦଭୀ (୧୩)ଙ୍କ ଉଇକେଟ ହରାଇଥିଲା। କିନ୍ତୁ ଅଧିନାୟିକା ଆଟାପାଟୁ କୌଣସି ଭାରତୀୟ ବୋଲରଙ୍କୁ କ୍ଷମା ଦେଇ ନ ଥିଲେ। ୪୮ ବଲରେ ତାଙ୍କର ୮୦ ରନ୍‌ର ବିସ୍ଫୋରକ ଇନିଂସ ଯୋଗୁ ଶ୍ରୀଲଙ୍କା ୧୭ ଓଭରରେ ୩ ଉଇକେଟ ହରାଇ ୧୪୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଆଟାପାଟୁଙ୍କ ପାଳିରେ ସାମିଲ ଥିଲା ୧୪ ଚୌକା ଓ ୧ ଛକା। ତାଙ୍କୁ ନିଳାକ୍ଷୀ ଡି’ ସିଲଭା (୩୦ ରନ୍‌, ୪ ଚୌକା) ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ। ଭାରତୀୟ ଦଳ ପକ୍ଷରୁ ରେଣୁକା ସିଂ ଓ ରାଧା ଯାଦବଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri