ଶ୍ରୀଲଙ୍କା ସରକାର କହିଲେ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ୨୫୩

କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ଇଷ୍ଟର ସନ୍‌ ଡେ’ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୩୫୯ଜଣଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ହେଲେ ଏହି ସଂଖ୍ୟା ଭୁଲ୍‌ ବୋଲି କହିଛନ୍ତି ଶ୍ରୀଲଙ୍କା ସରକାର। ବୁଧବାର ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ କି ମୃତ୍ୟୁ ସଂଖ୍ୟା ୩୫୯ ଛୁଇଁଛି। ହେଲେ ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏଥିରେ ସଂଶୋଧନ କରି କହିଥିଲା କି ୧୧ ଭାରତୀୟଙ୍କ ସମେତ ୨୫୩ ଜଣଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍‌ ପ୍ରତିରକ୍ଷା ବିଭାଗ ସହ ତୁଳନା କଲେ ପ୍ରାୟ ଶହେ ଲୋକ କମ୍‌ ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି ବିସ୍ଫୋରଣ ସମୟରେ ଅନେକ ଲୋକଙ୍କର ବିଭିନ୍ନ ଅଙ୍ଗ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡିଥିଲା। ତେଣୁ ଜଣେ ବ୍ୟକ୍ତିଙ୍କର ଅଙ୍ଗକୁ ଅନ୍ୟ କେତେ ଜଣଙ୍କର ଅଙ୍ଗ ଭାବି ଗଣନା କରାଯାଇଛି। ଯାହା ଫଳରେ ମୃତକଙ୍କ ସଂଖ୍ୟା ବଢି ଯାଇଛି। ତେବେ ଶ୍ରୀଲଙ୍କା ବିସ୍ଫୋରଣରେ ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ହୋଇଛି ତାହା ଏବେ ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ୨୦୪ ଦିନ ରହିବା ପରେ ପୃଥିବୀକୁ ଫେରିଲେ ୩ ମହାକାଶଚାରୀ

ଓ୍ବାଶିଂଟନ,୨୫।୬: ମହାକାଶରେ ୨୦୪ ଦିନ ରହିବା ପରେ ୩ ମହାକାଶଚାରୀ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ସକାଳ ୮ଟା ୪୭ରେ ସେମାନେ କାଜାକସ୍ଥାନର କାରାଗାଣ୍ଡାଠାରେ ପୃଥିବୀ ପୃଷ୍ଠରେ...

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ...

ୟୁରୋପରେ ଅସହ୍ୟ ଗରମ, ୧୭୦୦ ଲୋକଙ୍କ ମୃତ୍ୟୁ, ତରଳିଗଲା ଟ୍ରେନ୍ ସିଗନଲ!

ବ୍ରୁସେଲସ୍‌,୨୧ ।୭: ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି । ବେଳକୁ ବେଳ ଗରମ ବଢିବାରେ ଲାଗିଥିବାରୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ...

ପୃଥିବୀର ବିରଳ ଉପାଦାନ ଉପରେ ଚାଇନା ପ୍ରାଧାନ୍ୟ ବୃଦ୍ଧି ନେଇ ବିପଦ ଆଶଙ୍କା: ଚିନ୍ତାରେ ଆମେରିକା…

ବେଜିଂ/ଓ୍ବାଶିଂଟନ,୨୩।୧ : ପୃଥିବୀର ବିରଳ ଉପାଦାନ ବଜାରରେ ଚାଇନାର ବଢୁଥିବା ପ୍ରାଧାନ୍ୟ ଆମେରିକା ସମେତ ଅନେକ ବଡ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି। ରିପୋର୍ଟ ଅନୁଯାୟୀ,...

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ,...

ଯୌନ ପୀଡ଼ିତାଙ୍କ କଥା ଶୁଣ

ରୋମ୍‌, ୧୯ା୯: ଚର୍ଚ୍ଚରେ ବଢ଼ୁଛି ଯୌନ ନିର୍ଯାତନା, ବଳାତ୍କାର ଭଳି ଘୃଣ୍ୟ ଅପରାଧ। ଖୋଦ୍‌ ଧର୍ମଗୁରୁଙ୍କ ନାଁରେ ଆସୁଛି ସଙ୍ଗିନ ଅଭିଯୋଗ। ଏଥିରେ ସମ୍ପୃକ୍ତ ବିଶପ୍‌ମାନଙ୍କ...

ବାଇଡେନ-କମଲା ହାରିସଙ୍କ ଟ୍ୟାକ୍ସ ରିଟର୍ନରୁ ଜଣାପଡ଼ିଲା ତାଙ୍କର ମୋଟ ଆୟ…

ଓ୍ବାଶିଂଟନ,୧୯।୪ : ୨୦୨୨ ପାଇଁ ଆୟକର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ଦ୍ୱାରା ସାର୍ବଜନୀନ କରାଯାଇଛି। ଏହା ଅନୁଯାୟୀ, ୨୦୨୨...

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

Advertisement
Archives

Model This Week