ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା ଶତ୍ରୁ ଦେଶ ବିଷୟରେ ଅବଗତ କରାଇବା ଆରମ୍ଭ କରିଛନ୍ତି।

ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ଏବଂ ଭୋଟ ସମୟରେ ଅନୁପସ୍ଥିତ ଥିବା ଦେଶମାନଙ୍କୁ ଶ୍ରୀଲଙ୍କା ସରକାର ବିଶେଷ ଧନ୍ୟବାଦ ଦେଉଛନ୍ତି। ଶ୍ରୀଲଙ୍କାର ବେଦେଶିକ ମନ୍ତ୍ରୀ ଅଲି ସାବରି କହିଛନ୍ତି ଯେ ମାନବିକ ଅଧିକାରର ସୁରକ୍ଷା ସହିତ ଏହି ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହା ପରିବର୍ତ୍ତିତ ଭୂ-ରାଜନୀତିର ଫଳାଫଳ।

ଶ୍ରୀଲଙ୍କାର ତାମିଲ ଜନସଂଖ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ୨୦ ଦେଶ ଭୋଟ ଦେଇଛନ୍ତି। ସାତ ଦେଶ ଏହାକୁ ବିରୋଧ କରିଥିଲେ। ୨୦ ଟି ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ସାତୋଟି ଦେଶରେ ଶ୍ରୀଲଙ୍କା ବ୍ୟତୀତ ଚାଇନା ଏବଂ ପାକିସ୍ଥାନ ଅନ୍ତର୍ଭୁକ୍ତ। ଅନୁପସ୍ଥିତ ଥିବା ୨୦ଟି ଦେଶ ମଧ୍ୟରେ ଭାରତ, ଜାପାନ, ଇଣ୍ଡୋନେସିଆ, କତାର, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

ଶ୍ରୀଲଙ୍କାର ତାମିଲ ଜନସଂଖ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ୨୦ ଦେଶ ଭୋଟ ଦେଇଛନ୍ତି। ସାତ ଦେଶ ଏହାକୁ ବିରୋଧ କରିଥିଲେ। ୨୦ ଟି ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ସାତୋଟି ଦେଶରେ ଶ୍ରୀଲଙ୍କା ବ୍ୟତୀତ ଚାଇନା ଏବଂ ପାକିସ୍ଥାନ ଅନ୍ତର୍ଭୁକ୍ତ। ଅନୁପସ୍ଥିତ ଥିବା ୨୦ଟି ଦେଶ ମଧ୍ୟରେ ଭାରତ, ଜାପାନ, ଇଣ୍ଡୋନେସିଆ, କତାର, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

ମତଦାନର ଫଳାଫଳ ଆସିବା ପରେ ଶ୍ରୀଲଙ୍କାର ଅଲି ସାବରି ୱେବସାଇଟ ଇକୋନୋମିକ୍ସ ଡଟ କମକୁ ଏକ ସ୍ବତନ୍ତ୍ର ଫୋନ ସାକ୍ଷାତକାରରେ କହିଛନ୍ତି ଯେ,ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଅନେକ ଦେଶ ଉପରେ ପ୍ରବଳ ଚାପ ପକାଯାଇଥିଲା। ସେ କହିଛନ୍ତି ସେଥିପାଇଁ ଆମେ ଏହାର ପରିମାଣ ଆଗରୁ ଜାଣିଥିଲୁ। ଜାତିସଂଘ ସୁରକ୍ଷା ପରିଷଦର ସଂରଚନା ବଦଳି ଯାଇଛି। ଆମର ଅନେକ ବନ୍ଧୁ ଦେଶ ଏଠାରେ ଆଉ ଉପସ୍ଥିତ ନାହାଁନ୍ତି ।
ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ଗୁରୁବାର ପାରିତ ହୋଇଥିବା ପ୍ରସ୍ତାବରେ ଶ୍ରୀଲଙ୍କା ବିରୋଧରେ ଯେଉଁ ପ୍ରକାର କଠୋର ଭାଷା ବ୍ୟବହାର କରାଯାଇଥିଲା ତାହା ପୂର୍ବରୁ କେବେ ହୋଇନାହିଁ।

ଅଲି ସାବରି ସ୍ପଷ୍ଟ କରିଛନ୍ତି ଯେ ଶ୍ରୀଲଙ୍କାରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ପ୍ରମାଣ ସଂଗ୍ରହ କରିବାକୁ କୌଣସି ବିଦେଶୀ ଉଦ୍ୟମକୁ ଶ୍ରୀଲଙ୍କା ସରକାର ସମର୍ଥନ କରିବେ ନାହିଁ। ଏହାକୁ ଅନୁମତି ଦେବା ଶ୍ରୀଲଙ୍କା ସମ୍ବିଧାନର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ହେଲା ଅଫଗାନିସ୍ତାନରେ ପ୍ରବଳ ବର୍ଷା:ଗଲାଣି ୧୮୨ ଜୀବନ

କାବୁଲ,୨୫।୮: ଆଫଗାନିସ୍ତାନରେ ମାସେ ହେଲା ଲାଗିରହିଥିବା ପ୍ରବଳ ବର୍ଷା ଓ ବନ୍ୟାରେ ୧୮୨ ଜଣଙ୍କ ଜୀବନ ଗଲାଣି। ବନ୍ୟାରେ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା...

ପାକିସ୍ତାନ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କଲେ ଭାରତୀୟ ହ୍ୟାକର୍ସ: ତ୍ରିରଙ୍ଗା ଉଡାଇ ଲେଖିଲେ ଏପରି କିଛି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ହ୍ୟାକରମାନେ ପୁଣିଥରେ ପାକିସ୍ତାନୀ ୱେବ୍‌ସାଇଟକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ହ୍ୟାକର୍ସମାନେ ପାକିସ୍ତାନର...

ଟୁଇଟରରୁ ବାହାର କରିବା ପରେ ଏଲନ ମସ୍କ ପରାଗ ଅଗ୍ରୱାଲଙ୍କୁ ଦେଇପାରନ୍ତି ୩୨୫ କୋଟିରୁ ଅଧିକ ଅର୍ଥ

ୱାଶିଂଟନ,୨୮ ।୧୦: ଉଦ୍ଦ୍ୟୋପତି ଏଲନ ମସ୍କ ଟୁଇଟରର ନୂଆ ମାଲିକ ହୋଇଛନ୍ତି । ସେ ସୋସିଆଲ ମିଡିଆ କମ୍ପାନୀ ଟୁଇଟରର ମାଲିକ ହେବା ପରେ ମସ୍କ...

ପୃଥିବୀକୁ ଏମିତି ଭାବେ ନଷ୍ଟ କରିଦେବେ ଏଲିଅନ୍‌, ଜାଣନ୍ତୁ କ’ଣ କହିଛନ୍ତି ୟୁଏଫ୍‌ଓ ବିଶେଷଜ୍ଞ

ପୃଥିବୀ ଉପରେ ଅଲଗା ଗ୍ରହର ଜୀବ ଅର୍ଥାତ୍‌ ଏଲିଅନ୍‌ଙ୍କୁ ଦେଖିବାକୁ ମିଳୁଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅନେକ...

ମୋଦିଙ୍କ ଟୁଇଟ୍‌ର ଉତ୍ତର ଦେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ । କିଛି...

ପ୍ରତି ନାଗରିକଙ୍କୁ ୨୦୦ ଡଲାର ଦେବ ତାଇଓ୍ବାନ…

ତାଇପେ,୫।୧ : ତାଇୱାନ ନୂଆ ବର୍ଷରେ ଏହାର ପ୍ରତ୍ୟେକ ନାଗରିକଙ୍କୁ ପ୍ରାୟ ୨୦୦ ଡଲାର (ପ୍ରାୟ ୧୬,୦୦୦ ଟଙ୍କା) ଦେବାକୁ ଯୋଜନା କରିଛି। ଏହା ଘୋଷଣା...

ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୧୪।୩ : ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିବାକୁ ଯୋଜନା କରୁଛନ୍ତି। ୱାଶିଂଟନ ପୋଷ୍ଟ...

୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ...

Advertisement
Archives

Model This Week