Posted inଜାତୀୟ

ବିଦାୟ ଜେନେରାଲ: ଶେଷ ସାଲ୍ୟୁଟ ଦେବେ ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶର ସେନା ଅଧିକାରୀ

ନୂଆଦିଲ୍ଲୀ,୧୦ ।୧୨: ରାଜଧାନୀ ଦିଲ୍ଲୀର ୩, ରାଜାଜୀ ମାର୍ଗରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ରଖାଯାଇଛି । ଦର୍ଶନ ପାଇଁ ପୂର୍ବରୁ ଏଠାରେ ବିଦେଶରୁ ବଡ ବଡ ବ୍ୟକ୍ତିତ୍ୱ ପହଞ୍ଚି ସାରିଛନ୍ତି । ରାୱତଙ୍କୁ ଶେଷ ବିଦାୟ ଦେବା ଲାଗି ପଡୋଶୀ ଦେଶର ସେନା ମୁଖ୍ୟଙ୍କ ସହ ଅଧିକାରୀମାନେ ସାମିଲ ହେବେ । ନେପାଳ ଓ ଭୁଟାନ ଭଳି ପଡୋଶୀ ଦେଶ ସହ ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିର ଗଭୀର ସମ୍ପର୍କ ରହିଛି । ଏହି ପଡୋଶୀ ଦେଶ ବ୍ୟତୀତ ଅନ୍ୟ ଦେଶ ଯାହାର ସେନା ଓ ସୁରକ୍ଷା ସହ ଜଡିତ ଲୋକେ ଦିଲ୍ଲୀରେ ରହୁଛନ୍ତି ସେମାନେ ବି ଜେନରାଲ ବିପିନ ରାୱତଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିବେ ।
ସୂଚନାଯୋଗ୍ୟ, ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶ୍ରୀଲଙ୍କା, ନେପାଳ ଓ ଭୁଟାନ ତା’ର ଶୀର୍ଷ ସେନା ଅଧିକାରୀଙ୍କୁୁ ପଠାଉଛି । ଏପଟେ ବାଂଲାଦେଶର ଥ୍ରୀ-ଷ୍ଟାର ର‌୍ୟାଙ୍କର ଅଧିକାରୀ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ବିଦାୟରେ ସାମିଲ ହେବେ । ସେହିପରି ଶ୍ରୀଲଙ୍କାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଓ ଶ୍ରୀଲଙ୍କା ସେନାର କମାଣ୍ଡର ଜେନେରାଲ ଶାବେନ୍ଦ୍ର ସିଲ୍‌ୱା ଓ ପୂର୍ବତନ ସିଡିଏସ୍ ଏଡମିରାଲ ରବି ବିଜୟଗୁଣରତ୍ନେ ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦ ରୟାଲ ଆର୍ମି ଅଫ୍ ଭୁଟାନର ଡେପୁଟି ଚିଫ୍‌(ଅପରେଶନ) ବ୍ରିଗେଡିୟର ଦୋରଜି ରିଂଚେନ ଓ ନେପାଳ ଆର୍ମିର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ବାଲକୃଷ୍ଣ କାର୍କି ରାୱତଙ୍କୁ ଅନ୍ତିମ ପ୍ରଣାମ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri