କଲମ୍ବୋ,୨୧।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ୨୭୬ ରନ ଲକ୍ଷ୍ୟ ରଖିଥିଲା। ଏକ ସମୟରେ ଦଳ ଏକଦା ୧୯୩ ରନରେ ୭ ଉଇକେଟ ହରାଇଥିଲା। କିନ୍ତୁ ଟିମ ଇଣ୍ଡିଆକୁ ରୋମାଞ୍ଚକର ବିଜୟ ଦେଇଥିଲେ ଦୀପକ ଚହର ଏବଂ ଭୁବନେଶ୍ୱର କୁମାର। ଉଭୟ ଅପରାଜିତ ୮୪ ରନ ଭାଗିଦାରୀ ବାଣ୍ଟିଥିଲେ।
ମ୍ୟାଚ ପରେ ଶ୍ରୀଲଙ୍କା କୋଚ ମିକି ଆର୍ଥରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଅଧିନାୟକ ଦାସୁନ ଶନାକାଙ୍କ ସହ ପଡ଼ିଆରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ରସେଲ ଅର୍ନୋଲଡ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରିଥିଲେ, ଆର୍ଥର କହିଥିଲେ ଯେ ଏହା ପ୍ରକୃତରେ ଏକ ଭଲ ବିତର୍କ, ଝଗଡା ଭଳି କିଛି ନାହିଁ। ଭାରତ ବିପକ୍ଷ ସିରିଜ ପୂର୍ବରୁ ମଧ୍ୟ ଶନାକାଙ୍କୁ ଅଧିନାୟକତ୍ୱ ଦିଆଯାଇଥିଲା। ଚୁକ୍ତି ସମ୍ପର୍କରେ ଶ୍ରୀଲଙ୍କା ବୋର୍ଡ ଏବଂ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି କାରଣରୁ ଅନେକ ବରିଷ୍ଠ ଖେଳାଳି ସିରିଜ ଖେଳୁନାହାନ୍ତି।
— cric fun (@cric12222) July 20, 2021