ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧ ବିଲିୟନ ଡଲାର ଋଣ ଶୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦେଶକୁ ଦେବାଳିଆ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ୟ ଦେଶର ସରକାରଙ୍କ ସମେତ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ ଏବଂ ଋଣଦାତାଙ୍କ କରଜ ଶୁଝିବା ପରିସ୍ଥିତିରେ ଶ୍ରୀଲଙ୍କା ନାହିଁ। ଗଚ୍ଛିତ ବିଦେଶୀ ମୁଦ୍ରା ପ୍ରାୟ ଶେଷ ହୋଇଯାଇଛି। ତେଣୁ ଋଣଦାତାମାନେ ସେମାନଙ୍କ ଅର୍ଥ ବାବଦରେ ସୁଧ ନେଇପାରିବେ କିମ୍ବା ବଦଳରେ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବେ। ଶ୍ରୀଲଙ୍କା ଅର୍ଥନୀତି ଭୁଶୁଡ଼ି ଯାଇଥିବାର ଦେଶର ମୁଦ୍ରା ଦୁର୍ବଳ ହୋଇଯାଇଛି। ଫଳରେ ଋଣଦାତାମାନେ ଏହି ମୁଦ୍ରାରେ ମଧ୍ୟ ଋଣ ଅର୍ଥ ଫେରିପାଇବାକୁ ଆଗ୍ରହୀ ନାହାନ୍ତି। ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଉଠାଇବା ଉପରେ ଇଣ୍ଟରନ୍ୟାଶନାଲ ରେଟିଂ ଏଜନ୍ସିଗୁଡ଼ିକ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ। ଋଣ ଶୁଝିବା ନିମନ୍ତେ ଶ୍ରୀଲଙ୍କା ଚାଇନା ଏବଂ ଭାରତଠାରୁ ସହାୟତା ଆଶା କରିଥିଲା। କିନ୍ତୁ ଉଭୟ ଦେଶ ସେମାନଙ୍କଠାରୁ ସାମଗ୍ରୀ କ୍ରୟ କରିବା ନିମନ୍ତେ ଅଧିକ କ୍ରେଡିଟ୍‌ ଲାଇନ୍‌ ଅଫର କରିଥିଲେ। ଆକଳନ ଅନୁସାରେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ୍‌ ଡଲାର ଥିବାବେଳେ ଏହି ଦେଶକୁ ଚଳିତ ବଷର୍ର୍ ପ୍ରାୟ ୭ ବିଲିୟନ୍‌ ଡଲାର ଶୁଝିବାକୁ ଥିଲା।
ସ୍ବାଧୀନତା ପରଠାରୁ ଶ୍ରୀଲଙ୍କାରେ ସବୁଠାରୁ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଖାଦେଇଛି। ଫଳରେ ଦେଶର ପ୍ରାୟ ୨.୨ କୋଟି ଜନସଂଖ୍ୟା ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଦେଶୀ ମୁଦ୍ରା ଶେଷ ହୋଇଯାଇଥିବାରୁ ବାହାରୁ କୌଣସି ସାମ୍ରଗ୍ରୀ ଆମଦାନୀ ହୋଇପାରୁନାହିଁ। ଫଳରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ। ଖାଦ୍ୟ, ପାନୀୟ, ବିଦ୍ୟୁତ୍‌, ଔଷଧ ଆଦିର ଅଭାବ ଦେଖାଦେଇଥିବାରୁ ଦରଦାମ୍‌ ଆକାଶଛୁଆଁ ହୋଇଛି। ଗୋଟାବାୟା ରାଜ୍‌ପାକ୍‌ସେ ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କଲେ ରୁଷିଆ ସେନା

କ୍ୱିଭ,୨୭ ।୩: ୟୁକ୍ରେନରେ ରୁଷିଆ ସେନାଙ୍କ ଦ୍ୱାରା ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କରାଯାଇଛି । ଆମେରିକା ସାଂସଦ ଏମି କ୍ଲୋବୁଚର ଏହି ସୂଚନା ଦେଇଛନ୍ତି...

ହାମାମାତସୁ ଏୟାର ବେସ୍‌ ବୁଲିଲେ ରାଜନାଥ

ଟୋକିଓ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ...

ଚେକ୍‌ ପୋଷ୍ଟରେ ବିସ୍ଫୋରଣ: ୩ ମୃତ

ଇସଲାମାବାଦ୍‌,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍‌ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ...

ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ଇସ୍‌ଲାମାବାଦ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଗସ୍ତ କରିପାରନ୍ତି। ଏବେ ଏହି ଖବର ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଥିବା ଜଣାପଡିଛି। ଏହାକୁ ନେଇ...

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୭।୪:ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଜୋରଦାର ଚାଲିଥିବାବେଳେ ଗୁରୁବାର ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ବିମାନ ଯାତ୍ରା ପ୍ରତି ବିପଦ...

ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି।...

ଭାରତର ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କଲେ ଗ୍ରେଟା: କହିଲେ, ହିନ୍ଦୁସ୍ତାନକୁ ସହାୟତା କର

ଷ୍ଟକହୋମ,୨୫।୪: ସ୍ବେଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ କରୋନାର କରାଳ ରୂପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ଭାରତକୁ ସହଯୋଗ...

ରୁଷିଆର ପରମାଣୁ ଧମକକୁ ନେଇ ବଢିଲା ବିବାଦ, ଆମେରିକା କହିଲା ବିନା କାରଣରେ ଦିଆଯାଉଛି ଧମକ

ୱାଶିଂଟନ,୧ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଛି । ବେଳକୁ ବେଳ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଇତି ମଧ୍ୟରେ...

Advertisement
Archives

Model This Week