ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧ ବିଲିୟନ ଡଲାର ଋଣ ଶୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦେଶକୁ ଦେବାଳିଆ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ୟ ଦେଶର ସରକାରଙ୍କ ସମେତ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ ଏବଂ ଋଣଦାତାଙ୍କ କରଜ ଶୁଝିବା ପରିସ୍ଥିତିରେ ଶ୍ରୀଲଙ୍କା ନାହିଁ। ଗଚ୍ଛିତ ବିଦେଶୀ ମୁଦ୍ରା ପ୍ରାୟ ଶେଷ ହୋଇଯାଇଛି। ତେଣୁ ଋଣଦାତାମାନେ ସେମାନଙ୍କ ଅର୍ଥ ବାବଦରେ ସୁଧ ନେଇପାରିବେ କିମ୍ବା ବଦଳରେ ଶ୍ରୀଲଙ୍କା ମୁଦ୍ରା ଗ୍ରହଣ କରିବେ। ଶ୍ରୀଲଙ୍କା ଅର୍ଥନୀତି ଭୁଶୁଡ଼ି ଯାଇଥିବାର ଦେଶର ମୁଦ୍ରା ଦୁର୍ବଳ ହୋଇଯାଇଛି। ଫଳରେ ଋଣଦାତାମାନେ ଏହି ମୁଦ୍ରାରେ ମଧ୍ୟ ଋଣ ଅର୍ଥ ଫେରିପାଇବାକୁ ଆଗ୍ରହୀ ନାହାନ୍ତି। ଦେଶରେ ଖାଦ୍ୟ, ଇନ୍ଧନ ଆଦି ଆବଶ୍ୟକତା ପୂରଣ ନିମନ୍ତେ ବାହାରୁ ଅଧିକ ଋଣ ଉଠାଇବା ଉପରେ ଇଣ୍ଟରନ୍ୟାଶନାଲ ରେଟିଂ ଏଜନ୍ସିଗୁଡ଼ିକ ଶ୍ରୀଲଙ୍କା ଉପରେ କଟକଣା ଲଗାଇଥିଲେ। ଋଣ ଶୁଝିବା ନିମନ୍ତେ ଶ୍ରୀଲଙ୍କା ଚାଇନା ଏବଂ ଭାରତଠାରୁ ସହାୟତା ଆଶା କରିଥିଲା। କିନ୍ତୁ ଉଭୟ ଦେଶ ସେମାନଙ୍କଠାରୁ ସାମଗ୍ରୀ କ୍ରୟ କରିବା ନିମନ୍ତେ ଅଧିକ କ୍ରେଡିଟ୍‌ ଲାଇନ୍‌ ଅଫର କରିଥିଲେ। ଆକଳନ ଅନୁସାରେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଶ୍ରୀଲଙ୍କା ନିକଟରେ ମାତ୍ର ୧.୯ ବିଲିୟନ୍‌ ଡଲାର ଥିବାବେଳେ ଏହି ଦେଶକୁ ଚଳିତ ବଷର୍ର୍ ପ୍ରାୟ ୭ ବିଲିୟନ୍‌ ଡଲାର ଶୁଝିବାକୁ ଥିଲା।
ସ୍ବାଧୀନତା ପରଠାରୁ ଶ୍ରୀଲଙ୍କାରେ ସବୁଠାରୁ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଖାଦେଇଛି। ଫଳରେ ଦେଶର ପ୍ରାୟ ୨.୨ କୋଟି ଜନସଂଖ୍ୟା ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ବିଦେଶୀ ମୁଦ୍ରା ଶେଷ ହୋଇଯାଇଥିବାରୁ ବାହାରୁ କୌଣସି ସାମ୍ରଗ୍ରୀ ଆମଦାନୀ ହୋଇପାରୁନାହିଁ। ଫଳରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନାହିଁ। ଖାଦ୍ୟ, ପାନୀୟ, ବିଦ୍ୟୁତ୍‌, ଔଷଧ ଆଦିର ଅଭାବ ଦେଖାଦେଇଥିବାରୁ ଦରଦାମ୍‌ ଆକାଶଛୁଆଁ ହୋଇଛି। ଗୋଟାବାୟା ରାଜ୍‌ପାକ୍‌ସେ ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri