Posted inଖେଳ

ସିରିଜ ବରାବର ସ୍ଥିତିକୁ ଆଣିଲା ଶ୍ରୀଲଙ୍କା

କୁଲିଜ୍‌ (ଆଣ୍ଟିଗୁଆ), ୭ା୩ (ଏପି)- ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ ଯୋଗୁ ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚକୁ ଶ୍ରୀଲଙ୍କା ୪୩ ରନରେ ଜିତିନେଇଛି। ଫଳରେ ଦୁଇ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲି ଆସିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୧୬୦ ରନ କରିଥିଲା। ଓ୍ବାନିଣ୍ଡୁ ହସରଙ୍ଗା, ଆକିଲା ଧନଞ୍ଜୟ ଓ ଦାନୁଷ୍କା ଗୁଣତିଳକା ମିଳିତ ଭାବେ ୮ ଉଇକେଟ ଦଖଲ କରିବାରୁ ଘରୋଇ ଦଳ ୧୮.୪ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା। କୁଲିଜ୍‌ଠାରେ ନିହାତି ବିଜୟ ଆବଶ୍ୟକ କରୁଥିବା ଶ୍ରୀଲଙ୍କା ଏହି ମ୍ୟାଚ ପାଇଁ ଦଳରେ ୪ ସ୍ପିନର ଖେଳାଇଥିଲା। ମନ୍ଥର ପିଚ୍‌ ଯୋଗୁ ବଡ଼ ଶଟ୍‌ ଖେଳିବା ବ୍ୟାଟ୍ସମ୍ୟାନମାନଙ୍କ ପକ୍ଷେ କଷ୍ଟକର ଥିଲା। ନିୟମିତ ଭାବେ ଉଇକେଟ ପତନ ଘଟିବାରୁ ଓ୍ବେଷ୍ଟଇଣ୍ଡିଜ ସ୍କୋରିଂ ମୁମେଣ୍ଟମ ବଜାୟ ରଖିବାରେ ସକ୍ଷମ ହୋଇପାରି ନ ଥିଲା। ପ୍ରଥମ ମ୍ୟାଚରେ ହ୍ୟାଟ୍ରିକ ଅର୍ଜନ ସହ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କୁ ଗୋଟିଏ ଓଭରରେ ୬ ଛକା ମାରିବା ସୁଯୋଗ ଦେଇଥିବା ଧନଞ୍ଜୟ ପାଓ୍ବାରପ୍ଲେରେ ୪ ଓଭର ବୋଲିଂ କରି ୧୩ ରନ ବିନିମୟରେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ ଖେଳି ନ ଥିବା ବାମହାତୀ ରିଷ୍ଟ ସ୍ପିନର ଲକ୍ଷଣ ସଣ୍ଡାକନ ୩.୪ ଓଭର ବୋଲିଂ କରି ମାତ୍ର ୧୦ ରନ ବିନିମୟରେ ୩ ଉଇକେଟ ନେଇଥିଲେ। ତନ୍ମଧ୍ୟରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ (୧୩ରନ)ଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅନ୍ତର୍ଭୁକ୍ତ। ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହସରଙ୍ଗା ତାଙ୍କ ୪ ଓଭର ବୋଲିଂରେ ୧୭ ରନ ବିନିମୟରେ ୩ ଉଇକେଟ ହାସଲ କରିଥିଲେ। ଶ୍ରୀଲଙ୍କା ଇନିଂସରେ ସେ ୧୯ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୨୦ ଓଭରରେ ୧୬୦/୬ (ଦାନୁଷ୍କା ଗୁଣତିଳକା-୫୬, ପାଥୁମ ନିଶାଙ୍କା-୩୭, ଆଶେନ ବାନ୍ଦରା-୨୧, ଡ୍ବେନ ବ୍ରାଭୋ-୨/୨୫)।
ଓ୍ବେଷ୍ଟଇଣ୍ଡିଜ ଇନିଂସ: ୧୮.୪ ଓଭରରେ ୧୧୭/ଅଲଆଉଟ (ଓବେଡ୍‌ ମ୍ୟାକ୍‌କଏ-୨୩, ଲେଣ୍ଡଲ ସିମନ୍ସ-୨୧; ଲକ୍ଷଣ ସଣ୍ଡାକନ-୩/୧୦, ଓ୍ବାନିଣ୍ଡୁ ହସରଙ୍ଗା-୩/୧୭, ଦୁଶ୍ମନ୍ତ ଚାମିରା-୨/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri