
ରିଷିଡ଼ା,୨୮ା୬ (ସୁଶାନ୍ତ ମଲ୍ଲିକ) -କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ରିଷିଡ଼ା ମାଉସୀ ମା’ ମନ୍ଦିରରେ ଶନିବାର ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ମନ୍ଦିର କମିଟିର ସଭାପତି କରୁଣାକର ରଣା, ସମ୍ପାଦକ ପାର୍ଥ ସାହୁ, ବାବୁଲା ସାହୁ, ସଞ୍ଜୟ ରଣା, ସୁଶାନ୍ତ ମଲ୍ଲିକ, କ୍ଷୀରସାଗର ରଣା, ପୂଜକ ମଧୁ ଦାସ, ମନୁଦାସ ପ୍ରମୁଖ ସହଯୋଗ କରୁଛନ୍ତି। ସନ୍ଧ୍ୟାରେ ଭଜନ ସମାରୋହ ସହ ପାଲା ଅନୁଷ୍ଠିତ ହୋଇଥିଲା।