ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିଲେଇ ଗୁଣ୍ଡଚିମୂଷା ଛୁଆକୁ ଧରିବାକୁ ଯାଉଥିବା ଦେଖିବାକୁ ମିଳିଛି। ବିଲେଇଟି ହଠାତ ତାକୁ ଦେଖିକି ଧରିବାକୁ ଯାଉଥିବା ବେଳେ ଗୁଣ୍ଡୁଚିମୂଷା ଚତୁର ସହକାରେ ତା ପିଠିରେ ବସିଯାଉଛି। ପରେ ବିଲେଇଟି ଗୁଣ୍ଡୁଚିମୂଷାକୁ ଖୋଜିବାକୁ ଲାଗୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Magic of Vanishing😀😀 pic.twitter.com/8elrgMYYs7
— Susanta Nanda IFS (@susantananda3) October 24, 2021