Posted inଖେଳ

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ କହିଛନ୍ତି। ଆରମ୍ଭରୁ ଭାରତ କେତୋଟି ଉଇକେଟ ହାସଲ କରିପାରିଲେ ଆମେ ସୁବିଧାଜନକ ସ୍ଥିତିରେ ରହିବୁ ବୋଲି ଜାଣିଥିଲି। ସୌଭାଗ୍ୟବଶତଃ ଏହା କାର୍ଯ୍ୟକାରୀ ହୋଇଥିଲା। ଯେତେ ସମ୍ଭବ ବଳକୁ ସୁଇଂ କରିବାକୁ ଚେଷ୍ଟା କରିଥିଲି ଓ ଭାରତକୁ ପ୍ରାରମ୍ଭିକ ଝଟ୍‌କା ଦେବାରେ ସଫଳ ହୋଇଥିଲି। ନୂଆ ବଲ୍‌କୁ ଖେଳିବା ପ୍ରଥମେ କଷ୍ଟକର ହୋଇଥାଏ। ତେଣୁ ବାବର ଓ ରିଜଓ୍ବାନଙ୍କୁ ବିଜୟର ଶ୍ରେୟ ଦିଆଯିବ ଆବଶ୍ୟକ। ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ। କୌଣସି ଦଳକୁ ହାଲକା ଭାବେ ନିଆଯିବା ଉଚିତ ନୁହଁ। ଆଗକୁ ଏହି ମୁମେଣ୍ଟମକୁ ବଜାୟ ରଖିବାକୁ ପ୍ରୟାସ କରିବୁ ବୋଲି ଆଫ୍ରିଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

୨୦୦-୫୦୦ ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଆଲର୍ଟ; ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪।୭: ବଜାରରୁ କିଣାକିଣି କରିବା ପରେ ମିଳୁଥିବା ଖୁଚୁରା ପଇସାର ଯାଞ୍ଚ ଆମେ ପ୍ରାୟତଃ ତରତରରେ କରିନଥାଉ। କିନ୍ତୁ ଜାଲ ନୋଟର ବଢୁଥିବା ଚଳନ ମଧ୍ୟରେ ଆପଣଙ୍କର…

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri