ଷଡ଼ଯନ୍ତ୍ର ତତ୍ତ୍ୱ

ଗତ ୫ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଦେଢ଼ବର୍ଷରେ ପେଟ୍ରୋଲ ୩୬ ଟଙ୍କା ଓ ଡିଜେଲ ୨୭ ଟଙ୍କା ବଢ଼ିଛି। ଓଡ଼ିଶାର ମାଲକାନଗିରିରେ ୨୪ ଅକ୍ଟୋବରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୧୩ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ରହିଛି ୧୧୦ ଟଙ୍କା ୪୭ ପଇସା। ରାଜଧାନୀରେ ଏହା ଯଥାକ୍ରମେ ୧୦୮ ଟଙ୍କା ୫୫ ପଇସା ଓ ୧୦୫ ଟଙ୍କା ୭ ପଇସା ହୋଇଯାଇଛି। ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଇନ୍ଧନ ଦର ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ବଢ଼ାଇ ଚାଲିଛି। କରୋନା ମହାମାରୀ ଯୋଗୁ ଦବି ଯାଇଥିବା ଭାରତୀୟ ଅର୍ଥନୀତି ଏହା ଦ୍ୱାରା ଆହୁରି ତଳକୁ ତଳକୁ ଗଲାଣି। ଜନସାଧାରଣ ତେଲ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଥିଲେ ମଧ୍ୟ ସେଭଳି କୌଣସି ଜୋରଦାର ପ୍ରତିବାଦ ଦେଖିବାକୁ ମିଳୁନାହିଁ। ଅନ୍ୟପଟେ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ବସାଯାଉଥିବା ଟିକସକୁ କମାଯାଇପାରିବ ନାହିଁ। କାରଣ ତାହା ଦ୍ୱାରା ବହୁ ଜନହିତକର କାର୍ଯ୍ୟ ହେଉଛି। ୧୦୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବା, ୯୦ କୋଟି ଲୋକଙ୍କୁ ମହାମାରୀ ସମୟରେ ଖାଦ୍ୟ ଦେବା, ୮ କୋଟି ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେବା କେବଳ ଇନ୍ଧନ ଉପରେ ବସା ଯାଉଥିବା ଲିଟର ପିଛା ୩୨ ଟଙ୍କା ଟିକସରୁ ଭରଣା କରିବା ସମ୍ଭବପର ହୋଇଛି। କୋଠାବାଡ଼ି ଓ ରାସ୍ତାଘାଟ ତିଆରି, ଗରିବଙ୍କ ପାଇଁ ଗୃହ ନିର୍ମାଣ ସହ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟରେ ଏହି ଟିକସ ରାଶି ବ୍ୟବହାର କରାଯାଉଛି ବୋଲି ପୁରୀ ଯେଭଳି କହିଛନ୍ତି, ତାହା ଦ୍ୱାରା ତେଲ ଦର ବୃଦ୍ଧିରେ ସେ ବିବ୍ରତ ନାହାନ୍ତି ବୋଲି ବୁଝି ହେଉଛି।
କେତେକ ସମର୍ଥକ ପୁରୀଙ୍କ ଏହି ଯୁକ୍ତିକୁ ସ୍ବୀକାର କରିପାରନ୍ତି। ତେବେ ପ୍ରଶ୍ନ ଉଠିପାରେ ଯେ, ସରକାର ଅନ୍ୟସବୁ କ୍ଷେତ୍ରରୁ ସଂଗ୍ରହ କରୁଥିବା ବିପୁଳ ପରିମାଣର ଟିକସ ଯାଉଛି କୁଆଡ଼େ। ଉଦାହରଣ ସ୍ବରୂପ ଗଣମାଧ୍ୟମରୁ ବାରମ୍ବାର ଜାଣିବାକୁ ମିଳୁଛି ଯେ, ସରକାରୀ ବିବୃତି ଅନୁଯାୟୀ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପୂର୍ବଠାରୁ ଅଧିକ ବୃଦ୍ଧି ପାଇଛି। ସେହିଭଳି ବିଦ୍ୟୁତ୍‌ ଶକ୍ତି ଉପରେ ସେସ୍‌, ରାସ୍ତା ଟିକସ ସହ ଟୋଲ୍‌ ଆଦାୟ, ଶିକ୍ଷା ଏବଂ ସ୍ବଚ୍ଛ ଭାରତ ଭଳି ଅନେକ ଲୁକ୍କାୟିତ ସେସ୍‌ ସହିତ ଜଳକର ଓ ଆୟକର ଭଳି ଦୃଶ୍ୟମାନ କର ମଧ୍ୟ ରହିଛି। ଏକ ଅଣାନୁଷ୍ଠାନିକ ଆକଳନ ଅନୁଯାୟୀ ପ୍ରତ୍ୟେକ ଜୀବିତ ଭାରତୀୟ ମୁଣ୍ଡପିଛା ୬୨ ପ୍ରତିଶତରୁ ଅଧିକ ଆୟ ଟିକସ ବାବଦରେ ଦେଉଛନ୍ତି। ଏହାଛଡ଼ା ୨୦୨୧-୨୨ ବଜେଟରେ ୩୫ ହଜାର କୋଟି ଟଙ୍କା କୋଭିଡ୍‌ ଟିକା ପାଇଁ ବ୍ୟୟବରାଦ କରାଯିବା ସହ ସବୁ ଘରୋଇ ଓ ସରକାରୀ କମ୍ପାନୀର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିକୁ ପିଏମ୍‌ କେୟାର୍ସ ପାଣ୍ଠିରେ ଶୋଷି ନିଆଯାଇ ଟିକା ପାଇଁ ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ପ୍ରଚାର କରାଯାଇଛି ଯେ, ମାଗଣାରେ ଲୋକଙ୍କୁ ଟିକା ଦିଆଗଲା। ଏହି ଦୁଇଟି କଥାକୁ ଦେଖିଲେ ବିରୋଧାଭାସ ମନେହେଉଛି। ତେଣୁ ସରକାର ଦେଶକୁ ଜଣାନ୍ତୁ ଯେ ଅନ୍ୟସବୁ ସାମଗ୍ରୀ ଓ କ୍ଷେତ୍ର ଉପରେ କେଉଁ ପରିମାଣର ଏକ୍ସାଇଜ ଓ ଟିକସ ବୃଦ୍ଧି କରୁଛନ୍ତି। କାରଣ ସେଗୁଡ଼ିକ ଦିଗ୍‌ବଳୟ ତଳେ ରହିଯାଇଥିବା ହେତୁ ହୁଏତ ଆଖିଦୃଶିଆ ହେଉନାହିଁ। ଏଠାରେ କୁହାଯାଇପାରେ ଯେ, ଅଧିକାଂଶ ଅନ୍ୟ ସାମଗ୍ରୀ ଜିଏସ୍‌ଟି ପରିସରଭୁକ୍ତ ହୋଇଥିବାରୁ ତାହାର ଟିକସ ପ୍ରତିଶତ ସ୍ପଷ୍ଟ ଓ ଜଣାଶୁଣା। କେବଳ ଇନ୍ଧନକୁ ଜିଏସ୍‌ଟି ପରିସରକୁ ନିଆଯାଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ସରକାର ଅନେକ ସାମଗ୍ରୀର ଜିଏସ୍‌ଟି ପ୍ରତିଶତ ବିଭିନ୍ନ ସମୟରେ ବଦଳାଉଥିବାରୁ ଉପଭୋକ୍ତାଙ୍କ ପାଖରେ ସ୍ପଷ୍ଟ ଖବର ପହଞ୍ଚତ୍ପାରୁ ନାହିଁ।
ଶେଷରେ କୁହାଯାଇପାରେ ଯେ, ସମ୍ଭବତଃ ଏହା ଏକ ବିରାଟକାୟ ସ୍କାମ୍‌ ବା ଦୁର୍ନୀତିର ଦେଖାଯାଉଥିବା ମୁଣ୍ଡି ମାତ୍ର। କରୋନା ଓ ପରବର୍ତ୍ତୀ ସମୟରେ ଭାରତରେ ସବୁ ଗାଡ଼ି ବିକ୍ରିର ପରିମାଣ ହ୍ରାସ ପାଉଛି ବୋଲି ବିଭିନ୍ନ ରିପୋର୍ଟରୁ ଖବର ମିଳୁଛି। ଗାଡ଼ି ଲବି ଅତ୍ୟନ୍ତ ଧନୀ ଏବଂ ପ୍ରଭାବଶାଳୀ। ପ୍ରଥମେ ଏହି ଲବି ଚାପ ପକାଇ ୧୫ ବର୍ଷ ଆୟୁଷରେ ନୂଆଗାଡ଼ିକୁ ପକାଇଲେ। ଗତ ପ୍ରାୟ ଦୁଇବର୍ଷ ଧରି ଅନେକ ଗାଡ଼ି ଘରୁ ବାହାରି ନ ଥିବା ସତ୍ତ୍ୱେ ତାହାର ଜୀବନକାଳ ବୃଦ୍ଧି ପାଇଲା ନାହିଁ। ଅନ୍ୟପକ୍ଷରେ ନୂଆଗାଡ଼ି ବିକ୍ରିରେ ବୃଦ୍ଧି ପାଉ ନ ଥିବାରୁ ସେହି ପୂର୍ବ କୌଶଳ ଯଥେଷ୍ଟ ବୋଲି ମନେ ହେଲାନାହିଁ। ତେଲଦର ଆକାଶଛୁଆଁ କରିଦେଇ ପାରିଲେ ସାଧାରଣ ଗାଡ଼ି ମାଲିକ ବାଧ୍ୟ ହୋଇ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) କିଣିବାରେ ଚିନ୍ତା କରିବ। ସେହି ସମୟରେ ଟାଟାଠାରୁ ଆରମ୍ଭ କରି ହ୍ୟୁଣ୍ଡାଇ ପର୍ଯ୍ୟନ୍ତ ସବୁ ଜାତୀୟ ଓ ଅନ୍ତର୍ଜାତୀୟ ଗାଡ଼ି ନିର୍ମାତା ଭାରତରେ ସେମାନଙ୍କ ଇଭି ବିକ୍ରି କରିବାକୁ ଆଗଭର ହେଲେଣି। ୨୦୨୪ ନିର୍ବାଚନରେ ପାଣ୍ଠି ଉଠିଯିବା ସହ ଗାଡ଼ି ନିର୍ମାତାମାନେ ଆହୁରି ଧନୀ ହୋଇଯିବେ। ଏହା କୌତୂହଳ କିମ୍ବା ‘କନି୍ସପିରେନ୍ସି ଥିଓରି’ ବା ଷଡ଼ଯନ୍ତ୍ର ତତ୍ତ୍ୱ ଭାବେ ଏବେ ମନେ ହୋଇପାରେ। ପରବର୍ତ୍ତୀ ସମୟରେ ସତ୍ୟାସତ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?