ଷଡ଼ଯନ୍ତ୍ର ତତ୍ତ୍ୱ

ଗତ ୫ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଦେଢ଼ବର୍ଷରେ ପେଟ୍ରୋଲ ୩୬ ଟଙ୍କା ଓ ଡିଜେଲ ୨୭ ଟଙ୍କା ବଢ଼ିଛି। ଓଡ଼ିଶାର ମାଲକାନଗିରିରେ ୨୪ ଅକ୍ଟୋବରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୧୩ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ରହିଛି ୧୧୦ ଟଙ୍କା ୪୭ ପଇସା। ରାଜଧାନୀରେ ଏହା ଯଥାକ୍ରମେ ୧୦୮ ଟଙ୍କା ୫୫ ପଇସା ଓ ୧୦୫ ଟଙ୍କା ୭ ପଇସା ହୋଇଯାଇଛି। ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଇନ୍ଧନ ଦର ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ବଢ଼ାଇ ଚାଲିଛି। କରୋନା ମହାମାରୀ ଯୋଗୁ ଦବି ଯାଇଥିବା ଭାରତୀୟ ଅର୍ଥନୀତି ଏହା ଦ୍ୱାରା ଆହୁରି ତଳକୁ ତଳକୁ ଗଲାଣି। ଜନସାଧାରଣ ତେଲ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଥିଲେ ମଧ୍ୟ ସେଭଳି କୌଣସି ଜୋରଦାର ପ୍ରତିବାଦ ଦେଖିବାକୁ ମିଳୁନାହିଁ। ଅନ୍ୟପଟେ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ବସାଯାଉଥିବା ଟିକସକୁ କମାଯାଇପାରିବ ନାହିଁ। କାରଣ ତାହା ଦ୍ୱାରା ବହୁ ଜନହିତକର କାର୍ଯ୍ୟ ହେଉଛି। ୧୦୦ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବା, ୯୦ କୋଟି ଲୋକଙ୍କୁ ମହାମାରୀ ସମୟରେ ଖାଦ୍ୟ ଦେବା, ୮ କୋଟି ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେବା କେବଳ ଇନ୍ଧନ ଉପରେ ବସା ଯାଉଥିବା ଲିଟର ପିଛା ୩୨ ଟଙ୍କା ଟିକସରୁ ଭରଣା କରିବା ସମ୍ଭବପର ହୋଇଛି। କୋଠାବାଡ଼ି ଓ ରାସ୍ତାଘାଟ ତିଆରି, ଗରିବଙ୍କ ପାଇଁ ଗୃହ ନିର୍ମାଣ ସହ ଅନ୍ୟାନ୍ୟ ଜନମଙ୍ଗଳ କାର୍ଯ୍ୟରେ ଏହି ଟିକସ ରାଶି ବ୍ୟବହାର କରାଯାଉଛି ବୋଲି ପୁରୀ ଯେଭଳି କହିଛନ୍ତି, ତାହା ଦ୍ୱାରା ତେଲ ଦର ବୃଦ୍ଧିରେ ସେ ବିବ୍ରତ ନାହାନ୍ତି ବୋଲି ବୁଝି ହେଉଛି।
କେତେକ ସମର୍ଥକ ପୁରୀଙ୍କ ଏହି ଯୁକ୍ତିକୁ ସ୍ବୀକାର କରିପାରନ୍ତି। ତେବେ ପ୍ରଶ୍ନ ଉଠିପାରେ ଯେ, ସରକାର ଅନ୍ୟସବୁ କ୍ଷେତ୍ରରୁ ସଂଗ୍ରହ କରୁଥିବା ବିପୁଳ ପରିମାଣର ଟିକସ ଯାଉଛି କୁଆଡ଼େ। ଉଦାହରଣ ସ୍ବରୂପ ଗଣମାଧ୍ୟମରୁ ବାରମ୍ବାର ଜାଣିବାକୁ ମିଳୁଛି ଯେ, ସରକାରୀ ବିବୃତି ଅନୁଯାୟୀ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ପୂର୍ବଠାରୁ ଅଧିକ ବୃଦ୍ଧି ପାଇଛି। ସେହିଭଳି ବିଦ୍ୟୁତ୍‌ ଶକ୍ତି ଉପରେ ସେସ୍‌, ରାସ୍ତା ଟିକସ ସହ ଟୋଲ୍‌ ଆଦାୟ, ଶିକ୍ଷା ଏବଂ ସ୍ବଚ୍ଛ ଭାରତ ଭଳି ଅନେକ ଲୁକ୍କାୟିତ ସେସ୍‌ ସହିତ ଜଳକର ଓ ଆୟକର ଭଳି ଦୃଶ୍ୟମାନ କର ମଧ୍ୟ ରହିଛି। ଏକ ଅଣାନୁଷ୍ଠାନିକ ଆକଳନ ଅନୁଯାୟୀ ପ୍ରତ୍ୟେକ ଜୀବିତ ଭାରତୀୟ ମୁଣ୍ଡପିଛା ୬୨ ପ୍ରତିଶତରୁ ଅଧିକ ଆୟ ଟିକସ ବାବଦରେ ଦେଉଛନ୍ତି। ଏହାଛଡ଼ା ୨୦୨୧-୨୨ ବଜେଟରେ ୩୫ ହଜାର କୋଟି ଟଙ୍କା କୋଭିଡ୍‌ ଟିକା ପାଇଁ ବ୍ୟୟବରାଦ କରାଯିବା ସହ ସବୁ ଘରୋଇ ଓ ସରକାରୀ କମ୍ପାନୀର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିକୁ ପିଏମ୍‌ କେୟାର୍ସ ପାଣ୍ଠିରେ ଶୋଷି ନିଆଯାଇ ଟିକା ପାଇଁ ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇ ପ୍ରଚାର କରାଯାଇଛି ଯେ, ମାଗଣାରେ ଲୋକଙ୍କୁ ଟିକା ଦିଆଗଲା। ଏହି ଦୁଇଟି କଥାକୁ ଦେଖିଲେ ବିରୋଧାଭାସ ମନେହେଉଛି। ତେଣୁ ସରକାର ଦେଶକୁ ଜଣାନ୍ତୁ ଯେ ଅନ୍ୟସବୁ ସାମଗ୍ରୀ ଓ କ୍ଷେତ୍ର ଉପରେ କେଉଁ ପରିମାଣର ଏକ୍ସାଇଜ ଓ ଟିକସ ବୃଦ୍ଧି କରୁଛନ୍ତି। କାରଣ ସେଗୁଡ଼ିକ ଦିଗ୍‌ବଳୟ ତଳେ ରହିଯାଇଥିବା ହେତୁ ହୁଏତ ଆଖିଦୃଶିଆ ହେଉନାହିଁ। ଏଠାରେ କୁହାଯାଇପାରେ ଯେ, ଅଧିକାଂଶ ଅନ୍ୟ ସାମଗ୍ରୀ ଜିଏସ୍‌ଟି ପରିସରଭୁକ୍ତ ହୋଇଥିବାରୁ ତାହାର ଟିକସ ପ୍ରତିଶତ ସ୍ପଷ୍ଟ ଓ ଜଣାଶୁଣା। କେବଳ ଇନ୍ଧନକୁ ଜିଏସ୍‌ଟି ପରିସରକୁ ନିଆଯାଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ସରକାର ଅନେକ ସାମଗ୍ରୀର ଜିଏସ୍‌ଟି ପ୍ରତିଶତ ବିଭିନ୍ନ ସମୟରେ ବଦଳାଉଥିବାରୁ ଉପଭୋକ୍ତାଙ୍କ ପାଖରେ ସ୍ପଷ୍ଟ ଖବର ପହଞ୍ଚତ୍ପାରୁ ନାହିଁ।
ଶେଷରେ କୁହାଯାଇପାରେ ଯେ, ସମ୍ଭବତଃ ଏହା ଏକ ବିରାଟକାୟ ସ୍କାମ୍‌ ବା ଦୁର୍ନୀତିର ଦେଖାଯାଉଥିବା ମୁଣ୍ଡି ମାତ୍ର। କରୋନା ଓ ପରବର୍ତ୍ତୀ ସମୟରେ ଭାରତରେ ସବୁ ଗାଡ଼ି ବିକ୍ରିର ପରିମାଣ ହ୍ରାସ ପାଉଛି ବୋଲି ବିଭିନ୍ନ ରିପୋର୍ଟରୁ ଖବର ମିଳୁଛି। ଗାଡ଼ି ଲବି ଅତ୍ୟନ୍ତ ଧନୀ ଏବଂ ପ୍ରଭାବଶାଳୀ। ପ୍ରଥମେ ଏହି ଲବି ଚାପ ପକାଇ ୧୫ ବର୍ଷ ଆୟୁଷରେ ନୂଆଗାଡ଼ିକୁ ପକାଇଲେ। ଗତ ପ୍ରାୟ ଦୁଇବର୍ଷ ଧରି ଅନେକ ଗାଡ଼ି ଘରୁ ବାହାରି ନ ଥିବା ସତ୍ତ୍ୱେ ତାହାର ଜୀବନକାଳ ବୃଦ୍ଧି ପାଇଲା ନାହିଁ। ଅନ୍ୟପକ୍ଷରେ ନୂଆଗାଡ଼ି ବିକ୍ରିରେ ବୃଦ୍ଧି ପାଉ ନ ଥିବାରୁ ସେହି ପୂର୍ବ କୌଶଳ ଯଥେଷ୍ଟ ବୋଲି ମନେ ହେଲାନାହିଁ। ତେଲଦର ଆକାଶଛୁଆଁ କରିଦେଇ ପାରିଲେ ସାଧାରଣ ଗାଡ଼ି ମାଲିକ ବାଧ୍ୟ ହୋଇ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) କିଣିବାରେ ଚିନ୍ତା କରିବ। ସେହି ସମୟରେ ଟାଟାଠାରୁ ଆରମ୍ଭ କରି ହ୍ୟୁଣ୍ଡାଇ ପର୍ଯ୍ୟନ୍ତ ସବୁ ଜାତୀୟ ଓ ଅନ୍ତର୍ଜାତୀୟ ଗାଡ଼ି ନିର୍ମାତା ଭାରତରେ ସେମାନଙ୍କ ଇଭି ବିକ୍ରି କରିବାକୁ ଆଗଭର ହେଲେଣି। ୨୦୨୪ ନିର୍ବାଚନରେ ପାଣ୍ଠି ଉଠିଯିବା ସହ ଗାଡ଼ି ନିର୍ମାତାମାନେ ଆହୁରି ଧନୀ ହୋଇଯିବେ। ଏହା କୌତୂହଳ କିମ୍ବା ‘କନି୍ସପିରେନ୍ସି ଥିଓରି’ ବା ଷଡ଼ଯନ୍ତ୍ର ତତ୍ତ୍ୱ ଭାବେ ଏବେ ମନେ ହୋଇପାରେ। ପରବର୍ତ୍ତୀ ସମୟରେ ସତ୍ୟାସତ୍ୟ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri