Posted inଖେଳ

ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ

ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମେଡଭେଡେଭ ଦ୍ୱିତୀୟ ରାଉଣ୍ଡରେ ଟମି ପଲ୍‌ଙ୍କୁ ୩-୬, ୬-୧, ୬-୪, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ସେହିପରି ସ୍କ୍ବାର୍ଜମ୍ୟାନ ୬-୪, ୬-୨, ୬-୪ ସେଟ୍‌ରେ ଆଲଜାଜ ବେଡେନେଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲିପ କେଲଶ୍ଚେର୍ବର ୬-୩, ୭-୬(୭/୪), ୪-୬, ୬-୧ ସେଟ୍‌ରେ ଅସଲାନ କାରାସେଭ, ମାଟେଓ ବାରେଟିନି ୬-୩, ୬-୩, ୬-୨ରେ ଫେଡେରିକୋ କୋରିଆ, କ୍ୱନ ସୁନ-ଉ ୬-୪, ୭-୫, ୭-୫ ସେଟ୍‌ରେ ଆନ୍ଦ୍ରଆସ ସେପ୍ପି, ମିକାଏଲ ୟାମେର ୬-୦, ୨-୬, ୬-୪, ୬-୩ରେ ଗାଏଲ ମନଫିଲ୍ସ, ଲରେଞ୍ଜୋ ମୁସେଟ୍ଟି ୭-୫, ୬-୩, ୬-୨ ସେଟ୍‌ରେ ୟୋଶିହିତୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।
ଆଶ୍‌ଲେ ବାର୍ଟି ଓହରିଲେ
ମହିଳା ସିଙ୍ଗଲ୍ସରେ ଟପ୍‌ ର଼୍ୟାଙ୍କ୍‌ପ୍ରାପ୍ତ ଆଶ୍‌ଲେ ବାର୍ଟି ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ରାଉଣ୍ଡରୁ ଓହରି ଯାଇଛନ୍ତି। ୨୦୧୯ ଚାମ୍ପିୟନ ବାର୍ଟି ଏଠାରେ ୧-୬, ୨-୨ରେ ପଛୁଆ ଥିବାବେଳେ ଆଉ ଖେଳ ବଜାୟ ରଖିବାକୁ ଅସମର୍ଥ ବୋଲି ସୂଚନା ଦେଇଥିଲେ। ପ୍ରଥମ ରାଉଣ୍ଡ ପରେ ସେ ମେଡିକାଲ ଟାଇମ ଆଉଟ ଆବଶ୍ୟକ କରିଥିଲେ। ପ୍ରଥମ ରାଉଣ୍ଡରେ ସେ ବର୍ନାର୍ଦା ପେରାଙ୍କୁ ୬-୪, ୩-୬, ୬-୨ ସେଟ୍‌ରେ ହରାଇବା ପଥରେ ମଧ୍ୟ ଅଣ୍ଟାରୁ ଜଙ୍ଘର ମଧ୍ୟସ୍ଥଳରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତବର୍ଷ ସେ କରୋନା ସଂକ୍ରମଣ ଯୋଗୁ ନ ଖେଳି ଅଷ୍ଟ୍ରେଲିଆରେ ନିଜ ଘରେ ରହିବାକୁ ପସନ୍ଦ କରିଥିଲେ।
ମହିଳା ସିଙ୍ଗଲ୍ସରେ ଅନ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚଗୁଡ଼ିକ ମଧ୍ୟରେ କାରୋଲିନ୍‌ ପ୍ଲିସ୍‌କୋଭାଙ୍କୁ ୭-୫, ୬-୧ ସେଟ୍‌ରେ ହରାଇ ବିଦାୟ ପଥ ଦେଖାଇଛନ୍ତି ସ୍ଲୋଆନେ ଷ୍ଟିଫେନ୍ସ। ସୋଫିଆ କେନିନ ୭-୫, ୬-୩ରେ ହିଲି ବାପ୍ଟିଷ୍ଟେ, ବାର୍ବରା ଗ୍ରାଚେଭା ୭-୫, ୧-୬, ୬-୨ରେ କାମିଲା ଗିଓର୍ଗି, କାରୋଲିନ ମୁଚୋଭା ୬-୩, ୬-୪ ସେଟ୍‌ରେ ବାର୍ବରା ଲିପ୍‌ଚେଙ୍କୋ ଏବଂ ଓନ୍ସ ଜାବେଉର ୬-୨, ୬-୪ରେ ଅଷ୍ଟ୍ରା ଶର୍ମାଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପେତ୍ରୋ କ୍ୱିଟୋଭାଙ୍କ ବିପକ୍ଷରେ ଓ୍ବାକ୍‌ଓଭର ପାଇଛନ୍ତି ଏଲିନା ଭେସନିନା। ଏଲିନା ସ୍ବିତୋଲିନା ୬-୦, ୬-୪ ସେଟ୍‌ରେ ଆନ୍‌ ଲୀ’ଙ୍କୁ ହରାଇଥିବାବେଳେ ମାର୍ତା କୋଷ୍ଟ୍ୟୁକ ୬-୩, ୬-୪ ସେଟ୍‌ରେ ଝେଙ୍ଗ ସାଇସାଇ, ଟେରେଜା ମାର୍ଟିନକୋଭା ୬-୩, ୬-୩ରେ ଜେସିକା ପେଗୁଲା, ବାର୍ବରା କ୍ରେଜିକୋଭା ୬-୨, ୬-୩ରେ ଏକ୍‌ଟେରିନା ଆଲେକ୍ସାଣ୍ଡ୍ରୋଭା ଏବଂ ମାରିଆ ସାକାରି ୬-୨, ୬-୩ରେ ଜସମିନ ପାଓଲିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri