Posted inଖେଳ

ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ

ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍‌ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଦେଶର ଅଂଶଗ୍ରହଣକାରୀଙ୍କ ଲାଗି ଅଫିସିଆଲ କିଟ୍‌ ଉନ୍ମୋଚନ ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ଟୋକିଓ ଗେମ୍ସ ପାଇଁ ୫୬ ପୁରୁଷ ଓ ୪୪ ମହିଳା ସମେତ ୧୦୦ ଆଥ୍‌ଲେଟ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଆହୁରି ୨୫ରୁ ୩୦ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଇଓଏ ଆଶା କରୁଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଯୋଗ୍ୟତା ହାସଲ ପ୍ରକ୍ରିୟା ଶେଷ ହୋଇଯିବ। ସେତେବେଳକୁ ଯୋଗ୍ୟତା ହାସଲ କରିଥିବା ଆଥ୍‌ଲେଟମାନଙ୍କ ସଂଖ୍ୟା ୧୨୫ରୁ ୧୩୫ ପହଞ୍ଚତ୍ୟାଇଥିବ। ଗେମ୍ସର ୫୦ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାତ୍ରା ଏକଥା କହିଛନ୍ତି। ଅଫିସିଆଲଙ୍କ ସଂଖ୍ୟା ମୋଟ ଆଥ୍‌ଲେଟଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ମନ୍ତ୍ରଣାଳୟ ଅତିରିକ୍ତ ଅଫିସିଆଲଙ୍କୁ ଅନୁମତି ଦେଇପାରେ, ହେଲେ ଏ ବାବଦରେ ଖର୍ଚ୍ଚ ସରକାର ବହନ କରିବେ ନାହିଁ। ବାତ୍ରା ଦୋହରାଇ କରି କହିଛନ୍ତି ଟୋକିଓରେ ଭାରତର ପଦକ ସଂଖ୍ୟା ଏଥର ଦୁଇଅଙ୍କ ସ୍ପର୍ଶ କରିପାରେ। ଭାରତ ଏ ପର୍ଯ୍ୟନ୍ତ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ପଦକ ହାସଲ କରିଥିଲା। ତନ୍ମଧ୍ୟରେ ଦୁଇ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଆଇଓଏ ମୁଖ୍ୟ କହିଛନ୍ତି ନିକଟରେ କରୋନା ସଂକ୍ରମିତ ହୋଇଥିବା କେତେଜଣଙ୍କୁ ଛାଡ଼ିଦେଲେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥିବା ଅନ୍ୟ ସମସ୍ତ ଆଥଲେଟ୍‌ ଇତିମଧ୍ୟରେ ପ୍ରଥମ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଭାରତୀୟ ଆଥ୍‌ଲେଟମାନେ ଯେପରି କରୋନା ଟିକା ନେଇପାରିବେ ତାହା ବ୍ୟବସ୍ଥା କରିବା ଲାଗି ସେ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସ ପାଇଁ ଦେଶର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ସମଗ୍ର ଦେଶ ଅଂଶଗ୍ରହଣକାରୀ ଆଥ୍‌ଲେଟମାନଙ୍କ ପଛରେ ରହିଥିବା କହିଛନ୍ତି। ଲି’ ନିଙ୍ଗ୍‌ ଅଫିସିଆଲ କିଟ୍‌ର ପ୍ରାୟୋଜକ ହୋଇଥିବାବେଳେ ରେମଣ୍ଡ୍ସ ଅଫିସିଆଲ ସେରିମୋନିଆଲ କିଟ୍‌ ପ୍ରାୟୋଜକ ରହିଛି। ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ପ୍ରତ୍ୟେକ ଆଥ୍‌ଲେଟଙ୍କୁ ୪ ସେଟ୍‌ ଅଫିସିଆଲ କିଟ୍‌ ଦିଆଯିବ। ଏହାଛଡ଼ା କାଳେ ଆବଶ୍ୟକ ପଡ଼ିବ ସେଥିଲାଗି ଅତିରିକ୍ତ ୧୦୦ରୁ ଊର୍ଦ୍ଧ୍ୱ କିଟ୍‌ ରଖାଯାଇଛି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଆଥ୍‌ଲେଟଙ୍କର ଡବଲ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ୬ ଆଥ୍‌ଲେଟ ଉପସ୍ଥିତ ଥିଲେ। ସେମାନେ ହେଲେ ନୀରଜ ଚୋପ୍ରା, ବଜରଙ୍ଗ ପୁନିଆ, ରବି ଡାହିୟା, ଦୀପକ ପୁନିଆ, ସୁମିତ ମଲିକ ଓ ସୀମା ବିସ୍‌ଲା। ଭାରତୀୟ ଦଳର ଚିଫ୍‌ ଡି’ ମିଶନ ବି.ପି. ବୈଶ୍ୟ ଓ ତାଙ୍କ ଡେପୁଟି ପ୍ରେମ୍‌ଚନ୍ଦ ବର୍ମା ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?