Posted inଖେଳ

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍‌ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ଦିଆଯାଇଥିବା ୧୭୦ ରନର ଲକ୍ଷ୍ୟର ଜବାବରେ ଶ୍ରୀଲଙ୍କା ମାତ୍ର ୯.୫ ଓଭରରେ ୪୫ ରନ୍ରେ ଅଲଆଉଟ ହୋଇଯାଇଥିଲା।

ଏହି ବିଜୟ ସହ ଭାରତ ଏବେ ଗୋଲ୍ଡ ମେଡାଲ ମ୍ୟାଚରେ ପ୍ରବେଶ କରିଛି। ଅକ୍ଟୋବର ୩ରେ ଫାଇନାଲରେ ଭାରତର ମୁକାବିଲା ପାକିସ୍ତାନ ସହ ହେବ। ଅନ୍ୟ ସେମିଫାଇନାଲରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି।

ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲରେ ପ୍ଲେଇଂ ଇଲେଭେନରେ ସାମିଲ ହେବା ସହ ଭାରତୀୟ ଷ୍ଟାର୍‌ ଫାଷ୍ଟ ବୋଲର୍‌ ଜସପ୍ରୀତ ବୁମ୍‌ରା ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଭାରତ ପାଇଁ ସବୁଠାରୁ ଅଧିକ ଦେଶରେ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି।

ଜାପାନରେ ଖେଳିବା ପୂର୍ବରୁ ବମ୍‌ରା, ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୟୁଏଇ, ଆମେରିକା, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେରେ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ। ଜାପାନରେ ମ୍ୟାଚ ଖେଳିବା ପରେ ତାଙ୍କର ଏହି ସଂଖ୍ୟା ୧୩ରେ ପହଞ୍ଚିଛି।

ଏହି ମାମଲାରେ ବୁମ୍‌ରା ବିରାଟ କୋହଲି, ରୋହିତ ଶର୍ମା ଏବଂ ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇଛନ୍ତି। ଏହି ତିନି ଭାରତୀୟ ଖେଳାଳି ୧୨ଟି ଭିନ୍ନ ଦେଶରେ ଟି-୨୦ ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳିଛନ୍ତି।

ଭାରତ ପାଇଁ ସବୁଠାରୁ ଅଧିକ ଦେଶରେ T20I ଖେଳିଥିବା ଖେଳାଳି:

୧୩ ଦେଶ: ଜସପ୍ରୀତ ବୁମ୍‌ରା
୧୨ ଦେଶ: ବିରାଟ କୋହଲି
୧୨ ଦେଶ: ରୋହିତ ଶର୍ମା
୧୨ ଦେଶ: ଭୁବନେଶ୍ୱର କୁମାର
ପ୍ରଥମ ଓଭରରେ ହିଁ ୨ ଉଇକେଟ୍‌

ଶ୍ରୀଲଙ୍କା ବିପକ୍ଷରେ ବୁମ୍‌ରା ବଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ପ୍ରଥମ ଓଭରରେ ସେ ଦୁଇଟି ଉଇକେଟ୍‌ ହାସଲ କରିଥିଲେ। ମୋଟ ୨ ଓଭର ବୋଲିଂ କରି ବମ୍‌ରା ମାତ୍ର ୭ ରନ ଦେଇ ୨ଟି ଉଇକେଟ୍‌ ନେଇଥିଲେ। ସିନେଥ ଜୟବର୍ଦ୍ଧନା ଏବଂ ସୋହନ ଡି ଲିଭେରା ତାଙ୍କ ଶିକାର ହୋଇଥିଲେ। ଉଭୟ ବ୍ୟାଟର୍‌ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

ଶେଷ ମିନିଟ୍‌ରେ ଗୋଲ୍, ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ପରାସ୍ତ କରିଛି ଭାରତ । ଗୁରୁବାର (୧ ଅକ୍ଟୋବର) ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଅଭିଜିତ୍ ଦୀପକେ କରିପାରିବେ କି ଜ୍ଞାନେଶ କୁମାରଙ୍କ ଇସ୍ତଫା? ସୋନମ୍ ୱାଙ୍ଗଚୁକ୍ ଦେଲେ ବଡ଼ ବୟାନ୍

ନୂଆଦିଲ୍ଲୀ,୧।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଶୁକ୍ରବାର (୨ ଅକ୍ଟୋବର) ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି କକରୋଚ୍ ଜନତା ପାର୍ଟି (CJP)…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?