ନୂଆଦିଲ୍ଲୀ,୬।୨:ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ବିରୋଧ ଲଢେଇରେ କେବଳ ଟିକା ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି। ଭାରତରେ ପୂର୍ବରୁ ଦୁଇଟି ସ୍ବଦେଶୀ କରୋନା ଟିକା ଅଛି। ଏବେ ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ରୁଷିଆର ସ୍ପୁଟ୍ନିକ୍ ଲାଇଟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ସବୁଜ ସଙ୍କେତ ଦେଇଛି। ଫଳରେ ଏହି ଗୋଟିଏ ଡୋଜ୍ ଟିକା ଏବେ ଭାରତରେ ବ୍ୟବହୃତ ହେବାର ରାସ୍ତା ସଫା ହୋଇଛି।
ସୂଚନାଯୋଗ୍ୟ, ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ ସ୍ପୁଟ୍ନିକ୍ ଲାଇଟକୁ ଭାରତୀୟ ଜନସଂଖ୍ୟା ଉପରେ ଫେଜ୍-୩ ପରୀକ୍ଷା କରିବାକୁ ଅନୁମତି ଦେଇଥିଲା। କରୋନା ଉପରେ ବିଶେଷଜ୍ଞ କମିଟି ପରୀକ୍ଷା ପାଇଁ ସ୍ପୁଟନିକ ଲାଇଟ ଅନୁମୋଦନ କରିବାକୁ ସୁପାରିଶ କରିଥିଲା।
DCGI has granted emergency use permission to Single-dose Sputnik Light COVID-19 vaccine in India.
This is the 9th #COVID19 vaccine in the country.
This will further strengthen the nation's collective fight against the pandemic.
— Dr Mansukh Mandaviya (@mansukhmandviya) February 6, 2022