Advertisement

ତାମିଲନାଡ଼ୁ କ୍ରୀଡ଼ାମନ୍ତ୍ରୀ ବୁଲିଲେ ଭୁବନେଶ୍ୱର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ହକି ବିଶ୍ୱକପ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ ଓଡ଼ିିଶା  ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୁରୁବାର ମ୍ୟାଚ ଦେଖିଥିଲେ । ଶୁକ୍ରବାର ଷ୍ଟାଲିନ ନିଜ ଟିମ୍‌ ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ଏହି ଅବସରରେ ସେ ନିଳାଦ୍ରୀବିହାରସ୍ଥିତ ଇଶାଣେଶ୍ୱର ବିଜୁ ଆଦର୍ଶ କଲୋନୀ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‌’ ଜରିଆରେ ପାଣି ପିଇଥିଲେ। ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗସ୍ତ ଶେଷ କରି ମନ୍ତ୍ରୀ ଷ୍ଟାଲିନ ତାଙ୍କ ଟିମ୍‌ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଇଜର କ୍ୟାମ୍ପସ ଛାତରୁ ଡେଇଁପଡିଲେ ଛାତ୍ରୀ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ରାଜଧାନୀ ଉପକଣ୍ଠସ୍ଥିତ ନାଇଜର କ୍ୟାମ୍ପସରେ ସୋମବାର ଏକ ଅଘଟଣ ଘଟିଛି। ଜଣେ ଛାତ୍ରୀ କ୍ୟାମ୍ପସ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ...

ନାସାରେ ଗବେଷଣା କରିବେ ଓଡ଼ିଆ ଝିଅ କେ.ଗଙ୍ଗୋତ୍ରୀ

ନାରାୟଣପାଟଣା, ୨।୪(ଡି.ଏନ୍‌.ଏ.): ଆମେରିକାର ନାସାରେ ଗବେଷଣା କରିବେ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ବ୍ୟବସାୟୀ କେ. ଶାୟାରାଜୁଙ୍କ ଝିଅ କେ.ଗଙ୍ଗୋତ୍ରୀ। ନାସାର ଏକ ପ୍ରୋଜେକ୍ଟରେ କାମ...

ମାର୍ଚ୍ଚରେ ଉପକୃତ ହୋଇଛନ୍ତି ୧ଲକ୍ଷ ସଂସ୍ଥା

ଭୁବନେଶ୍ୱର,୭ା୫(ବ୍ୟୁରୋ): ମହାମାରୀ କରୋନା ବେଳେ କ୍ଷୁଦ୍ର ବେସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ...

‘ଆମ ମାଟିର କଳା-୨୦୧୯’ ମହୋତ୍ସବ ପାଳିତ: କଳାକାର ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣି

ଭୁବନେଶ୍ୱର,୩।୮(ବ୍ୟୁରୋ): କଳାର ପ୍ରଚାରପ୍ରସାର ସହିତ କଳାକାରକୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ। କଳାକାର ହେଉଛନ୍ତି ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣୀ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...

ଏପ୍ରିଲ ଶେଷ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ଡାକ୍ତରଙ୍କ ପାଇଁ ଖୁସି ଖବର। ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିନିମନ୍ତେ...

ଅବକାରୀ ବିଭାଗର ଚଢ଼ାଉ: ଜଣେ ଗିରଫ, ୧ କେଜି ବ୍ରାଉନ୍‌ସୁଗାର, ବନ୍ଧୁକ ଜବତ

ଜଳେଶ୍ୱର, ୧୬।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଷ୍ଟେଶନ ବଜାରସ୍ଥିତ ମିଲବାଡ଼ି ଅଞ୍ଚଳରେ ବୁଧବାର ଭୋରରେ ଜଳେଶ୍ବର ଅବକାରୀ ଏବଂ କଟକ କେନ୍ଦ୍ରୀୟ ଅବକାରୀ...

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁ ବନ୍ୟ ଜନ୍ତୁଙ୍କର ଯେପରି...

Advertisement
Archives

Model This Week