Posted inଖେଳ

ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ

ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍‌ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍‌ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ। ତଦନୁଯାୟୀ ପଡ଼ିଆରେ ୮ ହାଇ-ସ୍ପିଡ୍‌ କ୍ୟାମେରା ଖଞ୍ଜା ଯିବ। ସମାନ ପ୍ରକୋଷ୍ଠରେ ବସି ରହିଥିବା ଟିଭି ଅମ୍ପାୟର ହକ୍‌-ଆଇ ସିଷ୍ଟମର ଦୁଇ ଅପରେଟରଙ୍କଠାରୁ ସିଧାସଳଖ ଇନ୍‌ପୁଟ ପାଇବେ। ନୂଆ ସିଷ୍ଟମରେ ଟିଭି ବ୍ରଡକାଷ୍ଟ ଡାଇରେକ୍ଟରଙ୍କ ଭୂମିକା ସମାପ୍ତ ହୋଇଯିବ।

ନୂଆ ସିଷ୍ଟମ ଦ୍ୱାରା ପୂର୍ବ ତୁଳନାରେ ବିଭିନ୍ନ କୋଣରୁ ଅଧିକ ସ୍ପଷ୍ଟ ଭିଜୁଆଲ ସଂଗୃହୀତ ହୋଇପାରିବ। ଏହା ଟିଭି ଅମ୍ପାୟରଙ୍କ ପାଇଁ ବିଶେଷ ସହାୟକ ହେବ। ଏହାଦ୍ୱାରା ବାଉଣ୍ଡାରୀ ଦଉଡ଼ି ନିକଟରେ କ୍ୟାଚ୍‌, କଟ୍‌ ବିହାଇଣ୍ଡ, ଲେଗ୍‌ ବିଫୋର, ଷ୍ଟମ୍ପିଂ ଏପରି ନିଚା କ୍ୟାଚଗୁଡ଼ିକ ସମ୍ପର୍କରେ ନିର୍ଭୁଲ ନିଷ୍ପତ୍ତି ନେଇ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri