କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର ସଭାପତି ଅଶୁତୋଷ ବୋରାଙ୍କୁ ହିମାଚଳ ପ୍ରଦେଶର ବିସିସିଆଇ ଦ୍ୱାରା ପରିଚାଳିତ ସିକେ ନାଇଡୁ ଟୁର୍ନାମେଣ୍ଟ ପାଇଁ ଅଣ୍ଡର -୨୩ରେ ସ୍ଲଟ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି।

ତିନୋଟି ରାଜ୍ୟର କ୍ରିକେଟ ଆସୋସିଏଶନର ଅଧିକାରୀ, ଜଣେ ସନ୍ଦିଗ୍ଧ ମ୍ୟାଚ ଫିକ୍ସର୍‌, ଦିଲ୍ଲୀ କ୍ରିକେଟ ଚୟନକର୍ତ୍ତାଙ୍କ ପୂର୍ବତନ ଆବାହକ, ଜଣେ ଆଇପିଏଲ କ୍ରିକେଟର, ଜଣେ ବେଙ୍ଗଲ ଅଣ୍ଡର -୧୯ ଖେଳାଳି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏସମସ୍ତଙ୍କୁ ଏକ କ୍ରୀଡ଼ା ପରିଚାଳନା କମ୍ପାନୀର ଅପରେଟର ଏକାଠି କରିଥିବା କୁହାଯାଉଛି।

ଗତ ସପ୍ତାହରେ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରିବା ସହିତ ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଟି -୨୦ ବିହାର କ୍ରିକେଟ ଲିଗ ଚଳାଉଥିବା କ୍ରିକେଟ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲା।
ସେପ୍ଟେମ୍ବର୫ ରେ ଗୁରୁଗାଓଁ ପୋଲିସ ସୋହନା ରୋଡରେ ଥିବା ବୋରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବହୁ ଚୁକ୍ତିନାମା କାଗଜପତ୍ର ଜବତ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ କମ୍ପାନୀ ୧୮ ଖେଳାଳିଙ୍କ ସହ କାରବାର କରିଛି। ପରବର୍ତ୍ତୀ ସମୟରେ ଫୋନ ବାର୍ତ୍ତାଳାପ, ହ୍ବାଟସ ଆପ ଚାଟ, ମନି ଟ୍ରେଲ ଏବଂ ଭ୍ରମଣ ଯୋଜନାରେ ବୋରା ଏବଂ ତାଙ୍କର ଜଣେ ସହଯୋଗୀ ବେଙ୍ଗଲ ଅଣ୍ଡର-୧୯ କ୍ରିକେଟର ଦାନିଶ ର୍ମିଜା ଗିରଫ ହୋଇଥିଲେ।

ଏହି ପ୍ରସଙ୍ଗରେ ବୋରାଙ୍କ ଆଇନଜୀବୀ ରାଓ ଭଗତ ସିଂ କହିଛନ୍ତି ଯେ, ଏହା ଏକ ବଡ଼ ଷଡ଼ଯନ୍ତ୍ର। ବୋରାଙ୍କୁ ବ୍ଲାକ୍‌ ମେଲ୍‌ କରାଯିବା ସହିତ ତାଙ୍କ ଉପରେ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ନଭେମ୍ବର ୧ରେ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଡକ୍ୟୁମେଣ୍ଟ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ,୭ା୮: ଲଦାଖରେ ଚାଇନା ସୈନ୍ୟଙ୍କ ପ୍ରବେଶ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟରୁ ହଟାଇଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ବିରୋଧୀ...

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ...

ବିରୋଧୀଙ୍କ ଦାବି ପରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ 

ନୂଆଦିଲ୍ଲୀ,୧୯।୭: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ବୁଧବାର(ଜୁଲାଇ ୧୯) କେନ୍ଦ୍ର ସରକାରଙ୍କ ପକ୍ଷରୁ...

ଖୁସି ଖବର: ଗୋଟିଏ ଦିନରେ ସୁସ୍ଥ ହେଲେ ୧୦, ଚିହ୍ନଟ ହେଲେ ୧

ଥିରୁଭାନନ୍ତପୁରମ,୧୭।୪: କେରଳରେ କରୋନା ସଂକ୍ରମଣ ପ୍ରଥମେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏବେ ସେଠାରୁ ଆସିଛି ଖୁସି ଖବର। ଶୁକ୍ରବାର ସେଠାରେ ଜଣେ ମାତ୍ର...

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ...

‘ପିଓକେ’ରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୪ା୮(ପି.ଟି.): ଭାରୀତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପାଖାପାଖି ୩୦ କିମି ଭିତରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିଛି। ସେନାର ଏହି...

୨୦୨୩ରେ ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ

ନୂଆଦିଲ୍ଲୀ,୧୮।୫: ଇସ୍ରୋ ପକ୍ଷରୁ ୨୦୨୩ରେ ଶୁକ୍ର ମିଶନ ଆରମ୍ଭ କରାଯିବାର ଯୋଜନା କରାଯାଇଛି। ଶୁକ୍ରକୁ ଯାଉଥିବା ସ୍ପେସ୍‌କ୍ରାଫ୍ଟରେ ୨୦ରୁ ଅଧିକ ଉପକରଣର ଉପଯୋଗ କରାଯିବ ବୋଲି...

ପୁଣି ଆତଙ୍କ ଘନେଇଲା,ଜାନୁୟାରୀ-ଫେବୃୟାରୀରେ ଶୀର୍ଷରେ ପହଞ୍ଚିବ ଓମିକ୍ରନ୍‌ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଇତିମଧ୍ୟରେ ବହୁ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ ସୃଷ୍ଟି...

Advertisement
Archives

Model This Week