କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା-ଅଧିକାରୀ-ପୂର୍ବତନ ଆଇପିଏଲ ଖେଳାଳି…

ନୂଆଦିଲ୍ଲୀ,୮।୧୧: କ୍ରିକେଟ ଚୟନ ସ୍କାମ ରାଡାରରେ କ୍ରୀଡା ସଂସ୍ଥା, ଅଧିକାରୀ, ପୂର୍ବତନ ଆଇପିଏଲ ଖେଳାଳି ରହିଛନ୍ତି। ଜୁଲାଇ ୯ ରେ ୟୁପି ଖେଳାଳି ଅନସୁଲ ରାଜଙ୍କ ପକ୍ଷରୁ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ଗୁରୁଗାଓଁ ସ୍ଥିତ ସିକ୍ୟୁରିଟି କର୍ପୋରେଟ ମ୍ୟାନେଜମେଣ୍ଟର ସଭାପତି ଅଶୁତୋଷ ବୋରାଙ୍କୁ ହିମାଚଳ ପ୍ରଦେଶର ବିସିସିଆଇ ଦ୍ୱାରା ପରିଚାଳିତ ସିକେ ନାଇଡୁ ଟୁର୍ନାମେଣ୍ଟ ପାଇଁ ଅଣ୍ଡର -୨୩ରେ ସ୍ଲଟ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି।

ତିନୋଟି ରାଜ୍ୟର କ୍ରିକେଟ ଆସୋସିଏଶନର ଅଧିକାରୀ, ଜଣେ ସନ୍ଦିଗ୍ଧ ମ୍ୟାଚ ଫିକ୍ସର୍‌, ଦିଲ୍ଲୀ କ୍ରିକେଟ ଚୟନକର୍ତ୍ତାଙ୍କ ପୂର୍ବତନ ଆବାହକ, ଜଣେ ଆଇପିଏଲ କ୍ରିକେଟର, ଜଣେ ବେଙ୍ଗଲ ଅଣ୍ଡର -୧୯ ଖେଳାଳି ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏସମସ୍ତଙ୍କୁ ଏକ କ୍ରୀଡ଼ା ପରିଚାଳନା କମ୍ପାନୀର ଅପରେଟର ଏକାଠି କରିଥିବା କୁହାଯାଉଛି।

ଗତ ସପ୍ତାହରେ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ ଦାଖଲ କରିବା ସହିତ ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଟି -୨୦ ବିହାର କ୍ରିକେଟ ଲିଗ ଚଳାଉଥିବା କ୍ରିକେଟ ଅଧିକାରୀଙ୍କୁ ନୋଟିସ ଜାରି କରିଥିଲା।
ସେପ୍ଟେମ୍ବର୫ ରେ ଗୁରୁଗାଓଁ ପୋଲିସ ସୋହନା ରୋଡରେ ଥିବା ବୋରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବହୁ ଚୁକ୍ତିନାମା କାଗଜପତ୍ର ଜବତ ହୋଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ କମ୍ପାନୀ ୧୮ ଖେଳାଳିଙ୍କ ସହ କାରବାର କରିଛି। ପରବର୍ତ୍ତୀ ସମୟରେ ଫୋନ ବାର୍ତ୍ତାଳାପ, ହ୍ବାଟସ ଆପ ଚାଟ, ମନି ଟ୍ରେଲ ଏବଂ ଭ୍ରମଣ ଯୋଜନାରେ ବୋରା ଏବଂ ତାଙ୍କର ଜଣେ ସହଯୋଗୀ ବେଙ୍ଗଲ ଅଣ୍ଡର-୧୯ କ୍ରିକେଟର ଦାନିଶ ର୍ମିଜା ଗିରଫ ହୋଇଥିଲେ।

ଏହି ପ୍ରସଙ୍ଗରେ ବୋରାଙ୍କ ଆଇନଜୀବୀ ରାଓ ଭଗତ ସିଂ କହିଛନ୍ତି ଯେ, ଏହା ଏକ ବଡ଼ ଷଡ଼ଯନ୍ତ୍ର। ବୋରାଙ୍କୁ ବ୍ଲାକ୍‌ ମେଲ୍‌ କରାଯିବା ସହିତ ତାଙ୍କ ଉପରେ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ ନଭେମ୍ବର ୧ରେ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି।…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଅସହ୍ୟ ତାତି: ବରଗଡ଼ରେ ୨୨ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାରି ଭିତରେ ବରଗଡ଼ ଜିଲାରେ ମଧ୍ୟ ଅସହ୍ୟ ତାତି ଅନୁଭୂତ ହେଉଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri