ମନ୍ଦିରରେ ଆତ୍ମିକ ସେବା

ଡ. ସତ୍ୟନାରାୟଣ ମିଶ୍ର

ଭାରତୀୟ ହିନ୍ଦୁ ଜୀବନରେ ଧର୍ମ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବିଶେଷତଃ ଦୁଇ ପ୍ରକାରର ବ୍ୟକ୍ତି ସମାଜରେ ଦୃଶ୍ୟମାନ ହୋଇଥାଏ, ଗୋଟିଏ ଆସ୍ତିକ ବା ଯେଉଁମାନେ ଧର୍ମକୁ ବିଶ୍ୱାସ କରିଥାନ୍ତି ଓ ଅନ୍ୟଟି ନାସ୍ତିକ, ଯେଉଁମାନେ ଧର୍ମକୁ ବିଶ୍ୱାସ କରନ୍ତି ନାହିଁ। ତେବେ ଯେଉଁମାନେ ଧର୍ମକୁ ବିଶ୍ୱାସ କରିଥାନ୍ତି ସେମାନେ ମନ୍ଦିରକୁ ଯାଇ ନିଜର ବିଶ୍ୱାସ ଅନୁଯାୟୀ ଉପଚାର ବା ପୂଜାର୍ଚ୍ଚନା କରିଥାନ୍ତି, ଯାହା କେବଳ ବିଶ୍ୱାସ ଓ ସମର୍ପଣ ଉପରେ ଆଧାରିତ। ତେଣୁ ଧର୍ମକୁ ଗ୍ରହଣ କରୁଥିବା ମନ୍ଦିରର ଏକ ବିଶେଷ ସ୍ଥାନ ରହିଛି। ଜଣେ ହିନ୍ଦୁ ପାଇଁ ମନ୍ଦିର କେବଳ ଧାର୍ମିକ ଉପାଦାନ ନୁହେଁ, ବରଂ ସଂସ୍କୃତି, ସମାଜ ଓ ଶିକ୍ଷାର ଉପାଦାନଗୁଡ଼ିକ ପାଇଁ ମଧ୍ୟ ମହତ୍ତପୂର୍ଣ୍ଣ। ମନ୍ଦିରଗୁଡ଼ିକ କେବଳ ପୂଜାପାଠର ସ୍ଥାନ ନୁହେଁ ବରଂ ଏହା ବୈଦିକ ଓ ବୌଦ୍ଧିକ ମଣ୍ଡଳୀ ଆଲୋଚନାର କେନ୍ଦ୍ର, ଶାସ୍ତ୍ର ଆଦି ଉପରେ ସର୍ବସାଧାରଣ ଆଲୋଚନା ଓ ବକ୍ତବ୍ୟର ଏକ ପୀଠ ବୋଲି ବିବେଚନା କରାଯାଏ। ସାମାଜିକ ଏବଂ ଆଧ୍ୟାତ୍ମିକ ଜୀବନରେ ମନ୍ଦିରଗୁଡ଼ିକର ଗୁରୁତ୍ୱକୁ ଅଣଦେଖା କରିବା ଅନୁଚିତ ବୋଲି ଧର୍ମ ବିଶ୍ୱାସୀ ବ୍ୟକ୍ତିମାନେ ଉଚିତ ମଣିଥାନ୍ତି। ତେବେ ମଣିଷର ଇଚ୍ଛା ଓ ଭାବାବେଗକୁ ପରିପୂର୍ଣ୍ଣ କରିବା ପାଇଁ ମଣିଷ ମନ୍ଦିରରେ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାଏ। ମନ୍ଦିରରେ ପୂଜା ଅନ୍ୟ ସମସ୍ତ ପୂଜାଠାରୁ ଭିନ୍ନ ସଂସ୍କାର ଓ ସଂସ୍କୃତିରେ ହୋଇଥାଏ, ଯେଉଁଠି ଥାଏ ସ୍ବତନ୍ତ୍ର ନୀତି ଓ ଆଚରଣ।
ମନ୍ଦିରରେ ପୂଜା ସାଧାରଣତଃ ପୂଜକ ଦ୍ୱାରା କରାଯାଇଥାଏ; ଯାହାକୁ ସେବା ନାମରେ ଅଭିହିତ କରାଯାଇଥାଏ। ସେବା ଶବ୍ଦର ଏକ ସାମ୍ପ୍ରତିକ ବ୍ୟାଖ୍ୟା ହେଉଛି ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ ବା ଈଶ୍ୱରଙ୍କ ନିମନ୍ତେ ଆତ୍ମନିବେଦନ ବା ଆତ୍ମିକ ସେବା। ଏହା ଭଗବଦ୍‌ ଗୀତାରେ ବର୍ଣ୍ଣନା କରାଯାଇଥିବା କର୍ମ ଯୋଗ ଭାବରେ ଜଣାଶୁଣା। ପ୍ରତ୍ୟେକ ଧର୍ମର ଲୋକମାନେ ଏହି ସେବାରେ ଅନ୍ତର୍ଭୁକ୍ତ। ହିନ୍ଦୁ ଧର୍ମରେ, ପ୍ରତ୍ୟାବର୍ତ୍ତନ ଆଶା ନ କରି ସେବା ହେଉଛି ଭଗବାନ ବା ମାନବିକତାର ସେବା କରିବାର ଧାରଣା। ସେବା ଉତ୍ତମ କର୍ମ ଯୋଗାଇବା ପାଇଁ କୁହାଯାଇଛି, ଯାହା ଆତ୍ମା (ପ୍ରାଣ)କୁ ମୋକ୍ଷ (ମୃତ୍ୟୁ ଏବଂ ପୁନର୍ଜନ୍ମ ଚକ୍ରରୁ ମୁକ୍ତି) ପାଇବାକୁ ସହଜ କରିଥାଏ। ହିନ୍ଦୁ ଧର୍ମରେ ଭଗବାନଙ୍କ ଧାରଣା ଦୁଇଟି ସମାନ୍ତରାଳ ଗତିରେ ଚାଲିଥାଏ: ଗୋଟିଏ ନିର୍ଗୁଣ ବ୍ରହ୍ମ ଯାହା ବିନା ପ୍ରକାଶରେ ଭଗବାନଙ୍କର ଧାରଣା ରହିଥାଏ, ଦ୍ୱିତୀୟ ଗତିରେ ସଗୁଣ ବ୍ରହ୍ମ ଯାହା ଭଗବାନଙ୍କ ଆବିର୍ଭାବିତ ରୂପ ରହିଥାଏ। ତେଣୁ ପୂଜକ ଭଗବାନଙ୍କ ସେବା କଲାବେଳେ ତାହା ଆତ୍ମବତ୍‌ ବା ଆତ୍ମିକ ସେବା ହେବା ଆବଶ୍ୟକ, କାରଣ ହିନ୍ଦୁ ଶାସ୍ତ୍ରରେ କୁହାଯାଏ ପୂଜକ ଯେତେବେଳେ ପୂଜା ନିବେଦନ ପାଇଁ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଉପବେଶନ ହୋଇଥାନ୍ତି ସେତେବେଳେ ସେ ପ୍ରଥମେ ଆତ୍ମଶୁଦ୍ଧି କରି ଭଗବାନଙ୍କର ସ୍ବରୂପକୁ ଚିନ୍ତା କରି ସ୍ବୟଂ ଭଗବାନ ନିଜ ଶରୀରରେ ବିଦ୍ୟମାନ ବୋଲି ଚିନ୍ତା କରିଥାନ୍ତି। ତେଣୁ ସେ ଦୃଷ୍ଟିରୁ ଯେହେତୁ ସ୍ବୟଂ ଭଗବାନ ନିଜ ଶରୀରରେ ବିଦ୍ୟମାନ, ଅତଏବ ନିଜ ଶରୀରକୁ ଯେଉଁ ରୀତିନୀତି ବା ଶ୍ରଦ୍ଧାରେ ମଣିଷ ନିର୍ବାହ କରିଥାଏ, ସେହିଭଳି ସେବା କରିବା ଉଚିତ। ମାତ୍ର ବର୍ତ୍ତମାନ ବିଶେଷତଃ ଅଧିକ ଭକ୍ତ ବା ପ୍ରତିଷ୍ଠା ଅର୍ଜନ କରିଥିବା ମନ୍ଦିରମାନଙ୍କରେ ପୂଜାର ରୀତିନୀତି ଭିନ୍ନ ଧରଣରେ ହୋଇଥାଏ। ଭଗବାନଙ୍କୁ ସମର୍ପଣ କରାଯାଉଥିବା ଦ୍ରବ୍ୟକୁ ଉପଯୁକ୍ତ ଭାବରେ ଶୁଦ୍ଧତା ଓ ପ୍ରକ୍ଷାଳନ କରାଯାଏ ନାହିଁ। ଅନେକ ଶିବ ମନ୍ଦିରରେ ଶିବ ଲିଙ୍ଗ ଉପରେ ଗୋଟା ନଡ଼ିଆ, ପଇଡ଼, ଅନ୍ୟାନ୍ୟ ଫଳ ଆଦି ସ୍ତୂପ ପରି ପଡ଼ି ରହିଥାଏ ତଥା ଉକ୍ତ କ୍ଷେତ୍ର କର୍ଦମାକ୍ତ ହୋଇ ପବିତ୍ରତାକୁ କ୍ଷୁଣ୍ଣ କରିଥାଏ ଓ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଅନେକ କ୍ଷେତ୍ରରେ ଭକ୍ତି ଏବଂ ଭାବାବେଗକୁ କ୍ଷୁଣ୍ଣ କରି ପବିତ୍ରତାର ପରିବେଶକୁ କେବଳ ଅର୍ଥ ଉପାର୍ଜନର କ୍ଷେତ୍ରରେ ପରିଣତ କରାଯାଉଅଛି। ମଣିଷ ସ୍ବଗୃହରେ ଯେତେବଳେ ପୂଜାର୍ଚ୍ଚନା କରିଥାଏ, ସେତେବେଳେ ଯଥାସାଧ୍ୟ ସତର୍କ ଓ ଆତ୍ମିକ ସେବା କରିଥାଏ, ମାତ୍ର ମନ୍ଦିରକୁ ଯେତେବେଳେ ଶ୍ରଦ୍ଧା ନିବେଦନ କରିବା ପାଇଁ ଯାଇଥାଏ, ସେଠାରେ କେବଳ ବ୍ୟବସାୟର ରୂପରେଖ ଚତୁର୍ଦ୍ଦିଗରେ ବିସ୍ତରଣ ହୋଇଥାଏ ଓ ଆତ୍ମିକ ସେବାର ସ୍ପର୍ଶ ମଧ୍ୟ ନ ଥାଏ। ମନ୍ଦିରରେ ମୂର୍ତ୍ତି/ବିଗ୍ରହ/ଲିଙ୍ଗ ସମ୍ମୁଖରେ ଯେଉଁଭଳି ଆନ୍ତରିକତାରେ ଓ କ୍ରମରେ ସେବା କରାଯାଏ ତାହା ମଣିଷ ନିଜ କ୍ଷେତ୍ରରେ ପ୍ରୟୋଗ କରିପାରି ନ ଥାଏ। ନିଜ କ୍ଷେତ୍ରରେ ମଣିଷ ଯେତିକି ସ୍ବଚ୍ଛତା ବା ଉପକ୍ରମ କରିଥାଏ ତାହାର ଅଧିକ ମାତ୍ରା ମଣିଷ ଭଗବାନଙ୍କ ନିକଟରେ କରିବା ଉଚିତ। ମାତ୍ର ତାହା ନ କରି ମଣିଷ ଅଧିକନ୍ତୁ ଧର୍ମର ସେବାକୁ ନଷ୍ଟ କରିବାକୁ ଉଦ୍ୟତ।
ଗୀତାରେ ଅଛି ‘ସର୍ବଭୂତ ତିରସ୍କାରଂ କେଶବଂ ପ୍ରତିଗଚ୍ଛତି …। ଆମେ ଯାହାକୁ ଘୃଣା ବା ତିରସ୍କାର କରିଥାଉ ତାହା ଆମ ଆରାଧ୍ୟ ଦେବତାଙ୍କ ନିକଟକୁ ଯାଇଥାଏ। ଫଳତଃ ଆମେ ଯେଉଁ ପ୍ରକାରରେ ଆତ୍ମବତ୍‌ ସେବା କରିଥାଉ ସେହି ପ୍ରକାରର ସେବା ଭଗବାନଙ୍କ ନିକଟରେ ପହଞ୍ଚି ଥାଏ। ତେଣୁ ସର୍ବାତ୍ମଭାବ ହେଉଛି ଏକ ଶିକ୍ଷା, ଯାହା ନିର୍ଦ୍ଦେଶ ଦେଇଥାଏ ଈଶ୍ୱର ସର୍ବଭୂତାନାଂ। କୀଟ ପତଙ୍ଗକୁ ମଣିଷ ନିମିଷକରେ ହତ୍ୟା କରିଥାଏ, ହେଲେ ସେଥିରେ ମଣିଷ ଅନୁଶାସନର ଅନୁଶୋଚନା କରି ନ ଥାଏ, ମାତ୍ର ଜଣେ ବଳଶାଳୀ, ପ୍ରତିପତ୍ତିଶାଳୀ ବା ଗୁରୁଜନଙ୍କୁ ଦେଖିଲେ ଯେଉଁ ହାତ ହତ୍ୟା କରିଥିଲା ସେହି ହାତରେ ଉକ୍ତ ବ୍ୟକ୍ତିଙ୍କୁ ପ୍ରଣାମ କରିଥାଏ। ଅନେକ କ୍ଷେତ୍ରରେ ବାଡ଼ି ବଗିଚାରେ ଗୃହପାଳିତ ପଶୁ ବା ଷଣ୍ଢ ଆଦି କ୍ଷୁଧା ନିବାରଣ ପାଇଁ ପ୍ରବେଶ କଲେ ମଣିଷ ସେମାନଙ୍କୁ ବିତାଡ଼ିତ କରି ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥାଏ, ମାତ୍ର ମଣିଷ ଯେତେବେଳେ ମନ୍ଦିରକୁ ଅଭୀଷ୍ଟ ସିଦ୍ଧି ବା ଧର୍ମ ଅର୍ଜନ ପାଇଁ ଯାଇଥାଏ, ସେତେବେଳେ କାଠ ପଥର ସିମେଣ୍ଟରେ ନିର୍ମିତ ନିର୍ଜୀବ ଷଣ୍ଢ ଆଦିକୁ ଆଲିଙ୍ଗନ କରି ନମସ୍କାର କରେ। ‘ସର୍ବଭୂତସ୍ୟମାତ୍ମାନଂ ସର୍ବଭୂତାନି ଚାତ୍ମନି, ଈକ୍ଷତେ ଯୁଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ’ ା
ତେଣୁ ଆତ୍ମିକ ସେବା ମଣିଷର ନିଜର ଆତ୍ମାକୁ ସ୍ବଚ୍ଛ ଓ ନିର୍ମଳ କରୁଥିବା ବେଳେ ନିଜର ଚିନ୍ତା ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ। ମଣିଷ ଯଦି ଈଶ୍ୱରଙ୍କୁ ବିଶ୍ୱାସ କରୁଛି ତେବେ ଆତ୍ମିକ ସେବା କରିବା ଏକାନ୍ତ ଆବଶ୍ୟକ।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର ଭୁବନେଶ୍ବର, ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?