ନୂଆଦିଲ୍ଲୀ,୨୮।୩: ଦିଲ୍ଲୀ ବିମାନବନ୍ଦରରେ ସୋମବାର ଏକ ସ୍ପାଇସଜେଟ ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାତ୍ରୀବାହୀ ଟର୍ମିନାଲରୁ ରନ୍ୱେକୁ ଟେକ୍ଫ ପାଇଁ ଯାଉଥିବା ବେଳେ ବିମାନଟି ଏକ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ବିମାନର ଡାହାଣ ପଛ ଡେଣା କ୍ଷତିଗ୍ରସ୍ତ ହୋଇଛି।
ଏପରିକି ଧକ୍କାରେ ଇଲେକ୍ଟ୍ରି ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ହେଲେ ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି। ଅନ୍ୟପକ୍ଷେ ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।