ଆଜି ଉଠିବ ମହାଦୀପ

ଆରଡ଼ି, ୨୪।୧୦ (ଡି.ଏନ.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଦୀପାବଳିରେ ମହାଦୀପ ଉଠିବା ପରମ୍ପରା ରହିଛି। ଚଳିତବର୍ଷ ସୋମବାର ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ। ଆସନ୍ତା ୨୫ ତାରିଖ ମଙ୍ଗଳବାର ସୂର୍ଯ୍ୟୋପରାଗ ଯୋଗୁ ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସୋମବାର ଭୋର ୪ଟା ୩୦ରେ ମନ୍ଦିର ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ସମସ୍ତ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବ। ଅପରାହ୍ନ ୪ଟା ୩୦ରେ ବାବା ଆଖଣ୍ଡଳମଣିଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯିବ ଏବଂ ସାରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଦୀପଦାନ ପରେ ମହାଦୀପ ଉଠିବା ପ୍ରକ୍ରିୟା ଆରମ୍ଭ ହେବ। ରାତି ୮ଟାରେ ମଣିବାବାଙ୍କ ଗୁପ୍ତ ଷୋଡ଼ଶ ଉପଚାର ପୂଜା ପରେ ମହାଦୀପରେ ଅଗ୍ନି ସଂଯୋଗ କରାଯିବ। ରାତି ୯ଟା ପୂର୍ବରୁ ମନ୍ଦିରକୁ ମହାଦୀପ ଉଠାଯାଇ ଚୂଡ଼ାରେ ଅଧିଷ୍ଠାନ କରାଯିବ।
ସୂର୍ଯ୍ୟୋପରାଗ ଯୋଗୁ ମନ୍ଦିର ବନ୍ଦ ରହିବ। ଏଥିନିମନ୍ତେ ଚୂଡ଼ାନ୍ତ ନୀତିକାନ୍ତି ପ୍ରସ୍ତୁତ ହୋଇଛି। ସୋମବାର ରାତି ୩ଟାରୁ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ମହାସ୍ନାନ ଓ ଜଳାଭିଷେକ ନୀତି ସମାପନ କରାଯିବ। ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଓ ଖେଚୁଡ଼ି ଅନ୍ନ ନୀତି ସମାପିତ ହେବ। ଭୋର ୪ଟା ୩୦ ପୂର୍ବରୁ ପହଡ଼ ପଡ଼ିବ। ମଙ୍ଗଳବାର ଦିନତମାମ ମନ୍ଦିର ବନ୍ଦ ରହୁଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ସୂର୍ଯ୍ୟୋଦୟ ପରେ ମନ୍ଦିର ଖୋଲାଯାଇ ସମସ୍ତ ପୂଜାର୍ଚ୍ଚନା କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେତଡ଼ା ଦୃଷ୍ଟିହୀନ ସ୍କୁଲ ପରିଦର୍ଶନ କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଶନିବାର ଆରଏନ୍‌ ବେତଡ଼ାସ୍ଥିତ ଅଭିନ୍ନ ସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଜିଲାପାଳ ସେଠାରେ ସକାଳୁ ପହଞ୍ଚି...

କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୋଗରାଇ,୨୬ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

ଲଘୁଚାପ ବରଷାରେ ଘର ଭାଂଗଲା; ଆବାସ ଯୋଜନାରେ ସାମିଲ କରବାକେ ଦାବି

ଲାଠୋର, ୧୫ା୮ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୋଠୋର ପଁଚେତ୍‌ ସଦର ଗଁାର କର୍ତ୍ତିଆପଡ଼ାର ମଧୁ ବାଗକଁର ଘର ଲଘୁଚାପ ବରଷାରେ ଭାଂଗି ଯାଇଛେ।...

ସକ୍ରିୟ ହେଉଛି ମାଓବାଦୀ ସଙ୍ଗଠନ, ସୀମାନ୍ତରେ ଲାଲ ବାହିନୀ ମେଳି

ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର...

ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ

ବୈପାରିଗୁଡା,୮।୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି...

ସମ୍ବଲପୁରରେ ୩୦ରୁ ୩ ଶିକ୍ଷାନୁଷ୍ଠାନକୁ ଅଗ୍ନିଶମ ବିଭାଗର ନୋଟିସ୍‌

ସମ୍ବଲପୁର,୨୭ା୫ (ବ୍ୟୁରୋ): ଗୁଜରାଟ ସୁରଟରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗି ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଦେଶ ଓ...

ଅଙ୍ଗନଓ୍ବାଡି ଶିକ୍ଷକ ମାନ୍ୟତା ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୧୮।୧୧: ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ବଲାଙ୍ଗୀର ଜିଲା ଶାଖା ପକ୍ଷରୁ ବଲାଙ୍ଗୀର ଜିଲାପାଳ ଅଫିସ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ...

ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ...

Advertisement
Archives

Model This Week