ସ୍ପିଡ୍‌ ବୋଟ୍‌ ଅଚଳ: ମତ୍ସ୍ୟ ବିଭାଗ ପାଟ୍ରୋଲିଂ କରୁନାହିଁ

ପାରାଦୀପ,୧୫ା୧୨(ଶରତ ରାଉତ): ଓଡ଼ିଶାର ପୂର୍ବ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଲାଗୁ କରାଯାଇଛି। ଏହି ସମୟରେ କୌଣସି ମତ୍ସ୍ୟଜୀବୀ କିମ୍ବା ମାଛଧରା ବୋଟ୍‌ କଇଁଛ କଟକଣା ଅଞ୍ଚଳରେ ମାଛ ଧରିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମତ୍ସ୍ୟ ବିଭାଗ, ବନ ବିଭାଗ ଓ କୋଷ୍ଟଗାର୍ଡ ହାତରେ କ୍ଷମତା ରହିଛି। ଏହି ୩ ବିଭାଗ ସମୁଦ୍ରରେ ପାଟ୍ରୋଲିଂ କରିବା କଥା। କିନ୍ତୁ ପାରାଦୀପ ମତ୍ସ୍ୟ ବିଭାଗ (ସାମୁଦ୍ରିକ) ଏ ପର୍ଯ୍ୟନ୍ତ ସମୁଦ୍ରରେ ପାଟ୍ରୋଲିଂ କରିନାହିଁ। ଆଗକୁ କରିବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି। କାରଣ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ କରଙ୍କୁ ପଚାରିଲେ କୁହନ୍ତି, ଆମ ପାଖରେ ପାଟ୍ରୋଲିଂ ବୋଟ୍‌ ନାହିଁ। ଯେଉଁ ଏମ୍‌ଏଲ୍‌ସି ହର୍ସ ବୋଟ୍‌ ଥିଲା, ତାହା ୨୦୨୧ରୁ ଅଚଳ ଅବସ୍ଥାରେ ଅଛି। କୌଣସି ଭଡ଼ା ବୋଟ୍‌ ନେଇ ପାଟ୍ରୋଲିଂ କରିବାକୁ ବଜେଟ ନାହିଁ। ଉଚ୍ଚପଦସ୍ଥ ଅଧିକାରୀମାନେ ବଜେଟ ଓ ସ୍ବୀକୃତି ଦେବା ପରେ ଯାଇ ଯାହା କିଛି ହେବ। ଏବେ କୋଷ୍ଟଗାର୍ଡ ଓ ରାଜନଗର ବନ ବିଭାଗ ପାଟ୍ରୋଲିଂ କରୁଛନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ, ପାରାଦୀପ ମତ୍ସ୍ୟ ବିଭାଗ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ୨୦୦୭ ସେପ୍ଟେମ୍ବର ୨୫ରେ ଏକ ପାଟ୍ରୋଲିଂ ବୋଟ୍‌ ସି ହର୍ସ ଆଣିଥିଲେ। ସେତେବେଳେ ଏହାକୁ ପରିଚାଳନା ପାଇଁ ୬ ଜଣ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଥିଲେ। ଉକ୍ତ ବୋଟ୍‌ ୨୦୧୬ରୁ ଅଚଳ ରହିଛି। ଏ ସମ୍ପର୍କରେ ଜନସୂଚନା ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ସେଥିରେ ମତ୍ସ୍ୟ ଅଧିକାରୀ କର ସୂଚନା ଦେଇଛନ୍ତି, ସି ହର୍ସ ସମୁଦାୟ ୨୩୨୬ ଘଣ୍ଟା ପାଟ୍ରୋଲିଂ କରିଛି। ୨୦୧୬ରୁ ୨୦୨୨ ମଧ୍ୟରେ ୩ଥର ମରାମତି ହୋଇଛି। ଏଥିପାଇଁ ୨୧୮୬୩୬୯ ଟଙ୍କା ଖର୍ଚ୍ଚ ହୋଇଛି। ଏହାସତ୍ତ୍ୱେ ସେହି ବୋଟକୁ ଅଚଳ ଘୋଷଣା କରାଯାଇଛି। ନିଯୁକ୍ତି ପାଇଥିବା ୬ ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ଅବସର ନେଇ ସାରିଲେଣି। ଅବଶିଷ୍ଟ ୩ ଜଣ ଏବେ ସେହି ବୋଟକୁ ଜଗିବା କାମରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri